ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଜାତୀୟ ସିନେମା ଦିବସ: ସିନେପ୍ରେମୀଙ୍କ ପାଇଁ ଜବରଦସ୍ତ ଅଫର୍, ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଯେକୌଣସି ଫିଲ୍ମ

ଭୁବନେଶ୍ୱର,୨୦/୦୯: ପ୍ରେକ୍ଷାଳୟରେ ଯେ କୌଣସି ଫିଲ୍ମ ଦେଖିବାକୁ ଯାଅ ।  ଯେଉଁଠି ବି ବସିବାକୁ ଚାହିଁବ । ସେଥିପାଇଁ ମାତ୍ର ୯୯ଟଙ୍କାରେ ଟିକଟ । ଶୁକ୍ରବାର ଜାତୀୟ ସିନେମା ଦିବସ ଥିବାରୁ ସିନେପ୍ରେମୀଙ୍କୁ ଏଭଳି ଏକ ନିଆରା ଅନୁଭୂତି  ମିଳିବ । ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ୍‌ ଇଣ୍ଡିଆ ତରଫରୁ ଏନେଇ ଘୋଷଣା  କରାଯାଇଛି । ଯେଉଁ ଟିକଟ ଦାମ୍‌ ଅନ୍ୟଦିନରେ ୧୧୦ରୁ ନେଇ ୭୦୦ ଟଙ୍କା ପର୍ଯ୍ୟନ୍ତ  ରହିଛି ସିନେମା ଦିବସ ଅବସରରେ ଶୁକ୍ରବାର ଗୋଟିଏ ଦିନ ପାଇଁ ଟିକଟ ଦାମ୍‌  ୯୯ଟଙ୍କା ରଖାଯାଇଛି । ଯାହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଅଗଣିତ ସିନେପ୍ରେମୀ ।  

ପ୍ରକାଶ ଥାଉକି, ଦେଶର ୪ହଜାରରୁ ଊଦ୍ଧ୍ୱର୍ ପ୍ରେକ୍ଷାଳୟରେ ସିନେମା ଦିବସ ପାଳନ  ହେବାକୁ ଯାଉଛି । ଏଥିରେ ମଲ୍ଟିପ୍ଲେକ୍ସ ସମେତ ସିଙ୍ଗଲ୍‌ ସ୍କ୍ରିନ୍‌ ମଧ୍ୟ ସାମିଲ ହୋଇଛନ୍ତି ।  ଶୁକ୍ରବାର ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେବାକୁ ଯାଉଛି ହିନ୍ଦୀ ଫିଲ୍ମ ‘ଧାକ’, ‘ୟୁଧ୍ର’  ଓ ‘କାହାଁ ସୁରୁ କାହାଁ ଖତମ୍‌’ । ପୂର୍ବରୁ ରିଲିଜ୍‌ ହୋଇଥିବା ‘ସ୍ତ୍ରୀ-୨’, ‘ଦି ଗ୍ରେଟେଷ୍ଟ  ଅଫ୍‌ ଅଲ୍‌ ଟାଇମ୍‌’, ‘ତୁମ୍ବାଡ୍‌’, ‘ଦ ବକିଙ୍ଗ୍‌ହାମ୍‌ ମର୍ଡର୍ସ’, ‘ଏଆରଏମ୍‌’, ‘ଖେଲଖେଲ୍‌  ମେଁ’ ସହ ଓଡ଼ିଆ ଫିଲ୍ମ ‘ଆଶ୍ରମ’ ଓ ‘ଆଇଲଭୟୁ-୨’ ହଲ୍‌ରେ ପ୍ରଦର୍ଶିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.