ପ୍ରମୂଖ ଖବର

ମାଓ ଯୋଜନା ପଣ୍ଡ, ଲ୍ୟାଣ୍ଡମାଇନ୍ ଠାବ କରି ନିଷ୍କ୍ରିୟ କଲା ସୁରକ୍ଷାବାହିନୀ

Published By : Prameya | September 20, 2024 8:54 AM

ମାଲକାନଗିରି, ୨୦/୦୯ : ମାଓ ଯୋଜନା ପଣ୍ଡ। ଯବାନଙ୍କୁ ଟାର୍ଗେଟ୍ କରିବାକୁ ଜଙ୍ଗଲରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ଠାବ କରି ନିଷ୍କ୍ରିୟ କଲା ସୁରକ୍ଷାବାହିନୀ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଅଞ୍ଚଳରୁ ଏହି ଲ୍ୟାଣ୍ଡମାଇନ୍ ଠାବ ହୋଇଛି। 

ସୂଚନାନୁଯାୟୀ, କାଲିମେଳା ଥାନା ଅନ୍ତର୍ଗତ ବଡିଗାଟା ଠାରେ ଥିବା ୧୪୨ ବିଏସଏଫ ବାହିନୀର ଯବାନମାନେ ଭେଜାଙ୍ଗିୱାଡା ଅଞ୍ଚଳରେ କମ୍ଵିଂ ଅପରେସନ କରୁଥିଲେ। ଏହି ସମୟରେ ଗୋମ୍ଫାକୋଣ୍ଡା କେନାଲ ରାସ୍ତା ଉପରେ କିଛି ବିଦ୍ୟୁତ ତାର ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମାଟି ତଳୁ ପ୍ରାୟ ଦେଢ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ୍ ଠାବ ହୋଇଥିଲା। ସୁରକ୍ଷାବାହିନୀ ଏହାକୁ ନିଷ୍କ୍ରିୟ କରିଦେଇଛନ୍ତି।


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.