ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଆସୁଛନ୍ତି ଆଦ୍ୟାଶକ୍ତି..ଏଥର ରସୁଲଗୁଡ଼ ପୂଜା ମଣ୍ଡପରେ ଶୋଭାପାଇବ ଗୁଜରାଟର ସ୍ୱାମୀ ନାରାୟଣ ମନ୍ଦିର ତୋରଣ

କଟକ ରୋଡ୍‌,୨୦/୦୯: ଆସୁଛନ୍ତି ମା’ । ପଠାରେ ପଠାରେ ହସୁଛି କାଶତଣ୍ଡୀ । ପୂଜା ମଣ୍ଡ ଗୁଡ଼ିକରେ ସମିତି କର୍ମକର୍ତ୍ତା ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ମୂର୍ତ୍ତି  କେତେ ଉଚ୍ଚ ହେବ, କେଉଁ ତୋରଣ ହେବ, ସାଜସଜ୍ଜା କିପରି ହେବ, ଆଲୋକୀକରଣ କେମିତି କରାଯିବ ଏମିତି କେତେ  କ'ଣ ଯୋଜନା କରିଛନ୍ତି ପୂଜା ସମିତି । ଅନେକ ସ୍ଥାନରେ ମୂର୍ତ୍ତି  ଓ ତୋରଣ ତିଆରି କାର୍ଯ୍ୟ ଆରମ୍ଭ ହୋଇଗଲାଣି । ସଭଏିଁ ପାର୍ବଣ  ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏହି ଅବସରରେ ରାଜଧାନୀର ବିଭିନ୍ନ  ପୂଜା କମିଟି ଶାରଦୀୟ ପୂଜା ପାଇଁ କ’ଣ ସବୁ ଯୋଜନା କରିଛନ୍ତି  ତାକୁ ନେଇ ଏହି ଉପସ୍ଥାପନା । 

ପାଖେଇ ଆସୁଛି ପାର୍ବଣ ।  ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ  ଜଗତଜନନୀ ମା’ଦୁର୍ଗା । ମା’ଙ୍କ ଆବାହନ ପାଇଁ ରାଜଧାନୀର  ସବୁ ପୂଜା ମଣ୍ଡପରେ ଦେଖାଦେଲାଣି ତତ୍ପରତା । ସବୁଠି ଉତ୍ସାହ,  ଉଦ୍ଦୀପନା । ନୂଆ ରୂପରେ ଦେବୀ ଦୁର୍ଗାଙ୍କୁ ସଜାଇବା ଏବଂ  ଆକର୍ଷଣୀୟ କରିବା ପାଇଁ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ  ଚାଲିଛି ଅଙ୍କକଷା । ଏହି ଦୌଡ଼ରେ ସାମିଲ ହୋଇଛି ସବୁ  ସମୟରେ ଚର୍ଚ୍ଚାର ପରିସରକୁ ଆସିଥିବା ରସୁଲଗଡ଼ ଦୁର୍ଗାପୂଜା  ପରିଚାଳନା କମିଟି । ଏଠାରେ ୧୯୯୨ରୁ ଆରମ୍ଭ ହୋଇଥିବା  ପୂଜା ଚଳିତ ଥର ୩୨ ବର୍ଷରେ ପହଞ୍ଚିଛି । ଚଳିତ ବର୍ଷ ପୂଜା  ବଜେଟ ୫୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା କୋଷାଧ୍ୟକ୍ଷ  କରୁଣାକର ବଳିଆରସିଂହ କହିଛନ୍ତି । ଏବେ ମା’ଙ୍କ ମୃଣ୍ମୟୀ  ମୂର୍ତ୍ତି ନିର୍ମାଣ ପାଇଁ ଏଠି ଶିଳ୍ପୀ ନିମଗ୍ନ ଓ ତୋରଣ ତିଆରି  ପାଇଁ କାରିଗର ଏକାକାର । 

ପୂର୍ବବର୍ଷ ଭଳି ଶ୍ରଦ୍ଧାଳୁଙ୍କ ପ୍ରଶଂସା  ସାଉଁଟିଥିବା ରସୁଲଗଡ଼ ପୂଜା କମିଟି ଏଥର ଗୁଜରାଟର ଶ୍ରୀ  ସ୍ୱାମୀ ନାରାୟଣ ମନ୍ଦିର ଆକୃତିର ତୋରଣ ତିଆରି ପାଇଁ ନିଷ୍ପତ୍ତି  ନେଇଛି । ପଶ୍ଚିମ ବଙ୍ଗର ପ୍ରାୟ ୫୦ରୁ ଅଧିକ କାରିଗରଙ୍କୁ ଏହି  ଦାୟିତ୍ୱ ଦିଆଯାଇଛି । ଯାହାକି ମୁଖ୍ୟ ଆକର୍ଷଣ ବୋଲି କର୍ମକର୍ତ୍ତା  ଆଶାବାଦୀ । ତୋରଣ ଉଚ୍ଚତା ୫୦ ଫୁଟ ଓ ଓସାର ୧୨୦ ଫୁଟ  ରଖାଯିବ । ମୃଣ୍ମୟୀ ମୂର୍ତ୍ତି ଓ ମେଢ଼ ସହ ୩୦ ଫୁଟ ଉଚ୍ଚତା ରହିବ ।  ଭକ୍ତଙ୍କ ସୁରୁଖୁରୁ ଦର୍ଶନ ପାଇଁ ଏଥର ମଣ୍ଡପ ପରିସରରେ  ଆଭ୍ୟନ୍ତରୀଣ ସ୍ଥାନ ବୃଦ୍ଧି ପାଇଁ ଯୋଜନା କରିଛନ୍ତି ପୂଜା  କର୍ମକର୍ତ୍ତା । ଷଷ୍ଠି ତିଥିଠାରୁ ନବମୀ ପର୍ଯ୍ୟନ୍ତ ମା’ଙ୍କ ନିକଟରେ  ଅନ୍ନଭୋଗ ଲାଗି ହେବ । ଦଶମୀ ତିଥିରେ ଖେଚୁଡ଼ି ଓ ଦହିପଖାଳ  ଭୋଗ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି ।   

ଷଷ୍ଠିରେ ଭଜନ ସମାରୋହ ଓ ଅନ୍ୟ ସନ୍ଧ୍ୟାରେ  ଅନେକ ନାମୀ କଳାକାର ମେଲୋଡି ପରିବେଷଣ କରିବେ ।  ପୂଜା ପେଣ୍ଡାଲ ନିକଟରେ ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର  ରଖିବେ ୫୦ ପୁରୁଷ ଓ ୨୦ ଜଣ ମହିଳା ସୁରକ୍ଷା କର୍ମୀ । ଦିନ  ଓ ରାତି ଦୁଇ ପର୍ଯ୍ୟାୟରେ ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ  କମିଶନରେଟ ପୁଲିସ ସହ ୧୦୦ କମିଟି ସଦସ୍ୟଙ୍କୁ ଦାୟିତ୍ୱ  ଦିଆଯିବ । ଯାନବାହନ ପାର୍କିଂ ପାଇଁ ନିକଟସ୍ଥ ଦୁଇଟି ପଡ଼ିଆ  ଚିହ୍ନଟ କରାଯାଇଛି । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଦର୍ଶନ  ପାଇଁ ହୁଇଲ ଚେୟାର ବନ୍ଦୋବସ୍ତ ରହିବ । ଶିଶୁଙ୍କ ଆକର୍ଷଣ  ପାଇଁ ମୀନା ବଜାର, ଦୋଳି ବ୍ୟବସ୍ଥା ହେବ । ପାରମ୍ପରିକ  ବାଦ୍ୟ ସହ ପଞ୍ଜାବୀ ବାଜା, ଦୁଲଦୁଲି ବାଦ୍ୟ, ଅଘୋରୀ ନୃତ୍ୟ  ଓ କଳସୀ ନୃତ୍ୟରେ ଭସାଣି ଉତ୍ସବ ସମାପନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.