ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ପରିବର୍ତ୍ତନ ହେବ ରିଲିଫ୍ କୋଡ୍ ନାଁ, ସହାନୁଭୂତି ରାଶି ବଦଳରେ ହେବ ବିପର୍ଯ୍ୟୟ ଅଧିକାର ରାଶି

ଭୁବନେଶ୍ଵର, ୨୦/୦୯ : ପରିବର୍ତ୍ତନ ହେବ ରିଲିଫ୍ କୋଡ୍ ନାଁ। ଏବେ ସହାନୁଭୂତି ରାଶି କୁହାଯାଉଛି, ଏହାକୁ ବିପର୍ଯ୍ୟୟ ଅଧିକାର ରାଶି କୁହାଯିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ବନ୍ୟା ସ୍ଥିତି ନେଇ ସୁରେଶ ପୂଜାରୀ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟ ଲଘୁଚାପ ବର୍ଷାରେ ୨୦ ଜିଲ୍ଲାରେ କ୍ଷୟକ୍ଷତି ହେଇଛି। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଓ କୋରାପୁଟରେ କ୍ଷତି ହେଲା। ଦ୍ଵିତୀୟ ପର୍ଯ୍ୟାୟରେ ମୟୁରଭଞ୍ଜ, ବାଲେଶ୍ଵର ଓ କିଛିକାଂଶରେ ଭଦ୍ରକରେ କ୍ଷତି ହୋଇଛି। ଅଧିକ କ୍ଷତିଗ୍ରସ୍ତ ବାଲେଶ୍ଵର ଜିଲ୍ଲାରେ ହୋଇଛି। ଝାରଖଣ୍ଡରୁ ପାଣି ଆସିବା ଫଳରେ ମୟୁରଭଞ୍ଜ ଓ ବାଲେଶ୍ଵରକୁ କ୍ଷତିଗ୍ରସ୍ତ କରୁଛି। ଝାରଖଣ୍ଡ ବନ୍ଧର ମୂଳ ସମସ୍ୟା ହେଉଛି ତାହା ଏବେବି ସଂପୂର୍ଣ୍ଣ ହୋଇନାହିଁ। ବନ୍ଧର ଉପରମୁଣ୍ଡରେ ଲୋକେ ବସବାସ କରୁଥିବାରୁ ବନ୍ଧ କାନ୍ଥର ଉଚ୍ଚତା ବଢ଼ିପାରୁ ନାହିଁ। ଏଣୁ ବଳକା ପାଣି ସବୁ ମୟୁରଭଞ୍ଜ ଓ ବାଲେଶ୍ଵରରେ ପଶି କ୍ଷତି କରୁଛି। ପୂର୍ଣ୍ଣମୀ ଯୋଗୁଁ ପାଣି ଖସିବାରେ ବିଳମ୍ବ ହେଲା। ଏବେ ପାଣି ଖସୁଛି। କୌଣସି ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇନାହିଁ। କିଛି ଘର ଆଂଶିକ ଭାଙ୍ଗିଛି କିଛି ପୁରା ଭାଙ୍ଗିଛି। ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ସେ ସବୁର କ୍ଷୟକ୍ଷତି ଆକଳନ ହୋଇନାହିଁ। ଆମେ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି। ୭ ଦିନ ଭିତରେ ସେମାନେ ରିପୋର୍ଟ ଦେବେ। ରିପୋର୍ଟ ପାଇଲା ମାତ୍ରେ କ୍ଷୟକ୍ଷତି ଦିଆଯିବ। କେହି ଜଣେ ଯେମିତି ବାଦ୍ ନପଡନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି। ଆକଳନ ସମୟରେ କେହି ଜଣେ ହିତାଧିକାରୀ ଯଦି ବାଦ୍ ପଡ଼ିବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.