ପ୍ରମୂଖ ଖବର
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଅନ୍‌ଫ୍ରେସ୍‌ ଚିଲିକା ଫ୍ରେସ୍‌: ୩ ସରକାରୀ, ବାକି ସବୁ ଘରୋଇ... ବନ୍ଦ ହୋଇଗଲାଣି ୫ ଆଉଟଲେଟ୍‌

ଭୁବନେଶ୍ୱର,୨୦/୦୯: ଶିରିପୁର  ଛକସ୍ଥିତ ଚିଲିକା ଫ୍ରେସ୍‌ । ପ୍ରାୟ  ୧୦ବର୍ଷ ତଳେ ନିର୍ମିତ ଏହି ସରକାରୀ  ଆଉଟଲେଟ୍‌ର ପରିସର ଏବେ ସଙ୍ଗୀନ । ମାଛ କଟାଯାଉଥିବା ପିଣ୍ଡି ଭାଙ୍ଗିପଡ଼ିଲାଣି । ଟାଇଲଗୁଡ଼ିକ ଉଠିଯାଇଥିବା ବେଳେ ପଚାଗନ୍ଧ  ଆସୁଛି । ଯଦ୍ୱାରା ଏହି ସ୍ଥାନଟି ଅସ୍ୱାସ୍ଥ୍ୟକର ହୋଇପଡ଼ିଛି । ଆମିଷ ବାରରେ ଏହି ଆଉଟଲେଟ୍‌ଟି ଖୋଲାରହେ । ସତେଜ ମାଛ କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଜମେ । ହେଲେ ଏହି ଆଉଟଲେଟ୍‌ର ପରିବେଶ  ଦେଖିବା ପରେ ଲୋକେ ମାଛ କିଣିବାକୁ ନାକ ଟେକୁଛନ୍ତି । ଆଉଟଲେଟ୍‌ କର୍ମଚାରୀଙ୍କ କହିବା କଥା, ଆମେ ଏହି ସ୍ଥାନକୁ ମରାମତି କରିବା  ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଛୁ,  ହେଲେ ଅଧିକାରୀ ପଦ ଖାଲିଥିବାରୁ କାମ ହୋଇପାରୁନି । କେବଳ ସେତିକି ନୁହେଁ,  ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ମୋଟ  ୫ଟି ଚିଲିକା ଫ୍ରେସ ବନ୍ଦ ହୋଇଗଲାଣି । 

ରାଜଧାନୀବାସୀ ଚିଲିକାର ସତେଜ ମାଛ  ପାଇବେ । ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକର ପରିବେଶ ସହ  ସୁଲଭ ଦରରେ ମାଛ ବିକ୍ରି କରାଯିବ । ଏଥିପାଇଁ  ୨୦୧୪ରେ ତତ୍କାଳୀନ ରାଜ୍ୟ ସରକାରଙ୍କ  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରତିଷ୍ଠା  କରାଯାଇଥିଲା ‘ଚିଲିକା ଫ୍ରେସ୍‌’ । ଗତ ୧୦ବର୍ଷ  ମଧ୍ୟରେ ଭୁବନେଶ୍ୱରରେ ପାଖାପାଖି ୧୬ଟି  ଚିଲିକା ଫ୍ରେସ ନିର୍ମାଣ କରାଯାଇଛି । ହେଲେ  ଇତିମଧ୍ୟରେ ଏହି ଚିଲିକା ଫ୍ରେସ ଚଲାଇବା  ସରକାରଙ୍କ ପକ୍ଷେ କଷ୍ଟକର ବ୍ୟାପାର  ହୋଇପଡ଼ିଛି । ଫଳରେ ପ୍ରାୟ ୯୦ପ୍ରତିଶତ  କାଉଣ୍ଟର ଏବେ ଘରୋଇ କମ୍ପାନୀ ପରିଚାଳନା  କରୁଛି । ଏପଟେ ଯେଉଁ କେତେକ କାଉଣ୍ଟର  ସରକାରଙ୍କ ଅଧୀନରେ ଚାଲିଛି ତାହାର ଅବସ୍ଥା  ଖରାପ । ତେଣୁ କେତେବେଳେ ଏହା ବନ୍ଦ  ହେବ ତାହା ମଧ୍ୟ କହିହେବନି । 

ଭୁବନେଶ୍ୱରରେ ଶିରିପୁର ବ୍ୟତିତ  ସିଆରପି ଛକ, ସହିଦନଗର, ଏକାମ୍ରକାନନ  ରୋଡ୍‌, ଖଣ୍ଡଗିରି ବାରି ଛକ, ରସୁଲଗଡ଼, ପଟିଆ ରଘୁନାଥପୁର, ସଚିବାଳୟ ମାର୍ଗ, ଜାଗମରା-ସୁନ୍ଦରପଦା ରୋଡ୍‌ ଅନ୍ତର୍ଗତ ଜଗମୋହନ  ନଗର, ଝାରପଡ଼ା, ଶୈଳଶ୍ରୀ ବିହାର, ଶାମପୁର ଛକ, ପାତ୍ରପଡ଼ା, ମଞ୍ଚେଶ୍ୱର ଆଦିମାତା କଲୋନୀ, ଡୁମଡୁମା ଫେଜ୍‌-୫ ଓ ମଞ୍ଚେଶ୍ୱର ଧିରିକୁଟି  ସାହି ଆଦି ସ୍ଥାନରେ ଚିଲିକା ଫ୍ରେସ ରହିଛି । ଯେଉଁଠି ଦେଶୀ ରୋହି, ଖଇଁଗା, ଖୁରାଣ୍ଟି, ଚିଲିକା  ଚିଙ୍ଗୁଡ଼ି, ହିଲସା, କଙ୍କଡ଼ା, ବଳାଙ୍ଗି, ପାଣିଆଖିଆ,  ଚିଲିକା କୁଣ୍ଡଳ, ପୋହଳା, ବାଗ୍‌ଦା ଚିଙ୍ଗୁଡ଼ି, ଦେଶି  ମହୁରାଳି, ଜଳଙ୍ଗ, ଛୋଟ ଚିଙ୍ଗୁଡ଼ି ସହ କୁକୁଡ଼ା  ମାଂସ, ମଟନ୍‌ ଆଦି ଉପଲବ୍ଧ । ବଜାର ଦରଠାରୁ  ୩୦ରୁ ୩୫ ଟଙ୍କା କମ୍‌ରେ ଏଠାରେ ସତେଜ  ଦେଶୀ ମାଛ ମିଳୁଥିବାରୁ ଆମିଷପ୍ରେମୀମାନେ  ସକାଳ ହେଲେ ଏଠାକୁ ଧାଇଁଆସନ୍ତି । 

ପ୍ରଥମେ ରାଜ୍ୟ ସରକାର ଚିଲିକା ଫ୍ରେସର  ପରିଚାଳନା ଦାୟିତ୍ୱରେ ଥିଲେ । ହେଲେ  ପରବର୍ତ୍ତୀ ସମୟରେ ୯୦ ପ୍ରତିଶତ ଆଉଟଲେଟ୍‌ ପିପିପି ମୋଡ୍‌ରେ ଚାଲିଛି । ପିପିପି ମୋଡ୍‌ରେ  ଚାଲୁଥିବା ଆଉଟଲେଟ୍‌ରେ ଉଭୟ ମଧୁର ଓ  ସାମୁଦ୍ରିକ ମାଛ ମିଳୁଛି । କେବଳ ଶିରିପୁର, ସହିଦନଗର ଓ ସିଆରପିକୁ ଛାଡ଼ିଦେଲେ  ଆଉ ସମସ୍ତ ଆଉଟଲେଟ୍‌ ପିପିପି ମୋଡ୍‌ରେ  ଚାଲିଛି । ଏବେ ଝାରପଡ଼ା, ଜଗମୋହନ ନଗର, ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ୱର ଆଦିମାତା  କଲୋନୀ, ପାତ୍ରପଡ଼ା ଓ ଡୁମଡୁମା ଆଦି  ସ୍ଥାନରେ ଥିବା ଚିଲିକା ଫ୍ରେସ ଆଉଟଲେଟ୍‌ ଗୁଡ଼ିକରେ ତାଲା ଝୁଲୁଛି । ଫଳରେ ଯେଉଁ ଲକ୍ଷ୍ୟ  ରଖି ରାଜ୍ୟ ସରକାର ଚିଲିକା ଫ୍ରେସ୍‌ ଆରମ୍ଭ  କରିଥିଲେ ତାହା ବର୍ତ୍ତମାନ ଦିଗହରା । ସେପଟେ ଚିଲିକା ଫ୍ରେସ ଦାୟିତ୍ୱରେ ଥିବା ଫିସଫେଡ୍‌  ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ  କରୁନି । ଯେଉଁ ହାତଗଣତୀ ଆଉଟଲେଟ୍‌ ଚାଲିଛି ତାହାର ଆନୁସଙ୍ଗିକ ବିକାଶ ପାଇଁ  କେହି ଚିନ୍ତା କରୁନାହାନ୍ତି । ଏନେଇ ନିଖିଳ  ଆମିଷ ବ୍ୟବସାୟୀ ମହାସଂଘର ରାଜ୍ୟ  ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି,  ଚିଲିକା ଫ୍ରେସ୍‌ ଏକ ବିଫଳ ଯୋଜନା । ଯଦି  ଘରୋଇ ସଂସ୍ଥା ହାତକୁ ଟେକି ଦିଆନଯାଇ  ପଞ୍ଜିକୃତ ଆମିଷ ବ୍ୟବସାୟୀଙ୍କୁ ସେଠାରେ  ଥଇଥାନ କରାଯାଇଥାନ୍ତା ତେବେ ବ୍ୟବସ୍ଥିତ ବେପାର ହୋଇଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.