ପ୍ରମୂଖ ଖବର
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଇସୁଆଁ ହେଲିପ୍ୟାଡରେ ଭବ୍ୟ ସ୍ଵାଗତ

କେନ୍ଦୁଝର, ୨୦/୦୯ : କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଇସୁଆଁ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ସେ ୩ ଦିନିଆ ସରକାରୀ ଗସ୍ତରେ ସେ କେନ୍ଦୁଝରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ୨ୟ ଗସ୍ତ। 

ସୂଚନାନୁଯାୟୀ, କେନ୍ଦୁଝର ଅଡିଟୋରିୟମ୍‌ରେ ଲାଇଫ୍‌ ସେଭର୍ସ ଗ୍ରୁପର ତୃତୀୟ ବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ସେଠାରୁ ସଡ଼କ ପଥରେ ଦିନ ୧ଟାରେ ସର୍କିଟ୍‌ ହାଉସ ଅଭିମୁଖେ ଯାତ୍ରା କରିବେ। ପୁଣି ଅପରାହ୍ନ ୨ଟା ୨୦ ମିନିଟ୍‌ରେ ହେଲିକେପ୍ଟର ଯୋଗେ କରଞ୍ଜିଆପଡା ଗ୍ରାମକୁ ଯାତ୍ରା କରିବେ । ମା’ ତାରିଣୀ କ୍ଲବ୍‌ ପକ୍ଷରୁ ଆୟୋଜିତ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ଅପରାହ୍ନ ୪ଟା ୪୦ ମିନିଟ୍‌ରେ ସଡ଼କ ପଥରେ ରାଇକଳା ନିଜ ଗ୍ରାମକୁ ଯାତ୍ରା କରିବେ । ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ସଡ଼କପଥରେ କେନ୍ଦୁଝର ସହରର କାଶ୍‌ଭି ଇଣ୍ଟରନ୍ୟାସ୍‌ନାଲ ହଟେଲରେ ବିଧାୟକ ଓ ସାଂସଦଙ୍କ ସହିତ ଏକ ବୈଠକରେ ଯୋଗଦେବେ । ପରେ ରାତି ୧୦ଟା ୧୦ଳ ମିନିଟ୍‌ରେ ପୁଣି ସର୍କିଟ୍‌ ହାଉସ ଯାତ୍ରା କରି ସେଠାରେ ରାତ୍ରୀଯାପନ କରିବେ ।  

ଶନିବାର ୭ଟା ୩୦ ମିନିଟ୍‌ରେ କେନ୍ଦୁଝର ଷ୍ଟାଡିୟମରେ ପ୍ରାତଃଭ୍ରମଣ କରିବା ପରେ ଚାଏ’  ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହେବେ । ପୂର୍ବାହ୍ନ ୧୦ଟା ୧୦ ମିନିଟ୍‌ରେ କେନ୍ଦୁଝର ଡିଡି କଲେଜ ଖେଳ ପଡ଼ିଆରେ ଆୟୋଜିତ ମେଗା ଚକ୍ଷୁ ଶିବିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ସେଠାରେ ଏସ୍‌ସିବି ମେଡ଼ିକାଲ କଲେଜର ଡାକ୍ତରୀ ଦଳଙ୍କ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ୧୧ଟା ସମୟରେ ଅଡିଟୋରିୟମ୍‌ରେ ଏକ ଖବରକାଗଜ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନ ୧ଟା ସମୟରେ ଝାଡଖଣ୍ଡ ଅଭିମୁଖେ ଯାତ୍ରା କରିବେ । 

ଝାଡ଼ଖଣ୍ଡରୁ ଫେରିବା ପରେ ସନ୍ଧ୍ୟା ସାଢ଼େ ୫ଟାରେ କେନ୍ଦୁଝର ଟାଉନ ହଲ୍‌ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ରଜତ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟା ୬ଟା ୩୫ ମିନିଟ୍‌ରେ ମଣ୍ଡୁଆସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଏକ ଅଭିଯୋଗ ପ୍ରକୋଷ୍ଠ ଘୋଷଣା କରାଯିବା ସହିତ ଉକ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀ ଅଭିଯୋଗପତ୍ର ଦାଖଲ ପାଇଁ ବ୍ୟବସ୍ଥା  କରାଯାଇଛି । ୭.୧୫ରେ ନରଣପୁରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ରାତି ୮ଟା ୫୦ ମିନିଟ୍‌ରେ ସର୍କିଟ୍‌ ହାଉସରେ ପହଞ୍ଚି ରାତ୍ରୀଯାପନ କରିବେ । ରବିବାର ୧୦.୧୦ରେ ରାସପୂଜା ମଣ୍ଡପ ଡେଲି ମାର୍କେଟରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରିବେ । ସେଠାରୁ ଡିଡି କଲେଜ ଖେଳ ପଡ଼ିଆରେ ରାଜ୍ୟ ସରକାରଙ୍କ ୧୦୦ ଦିନର ସଫଳତା  ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦେଇ ୧୨ଟା ୫୦  ମିନିଟ୍‌ରେ ବାରିପଦା ଅଭିମୁଖେ ଯାତ୍ରା କରିବେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.