ପ୍ରମୂଖ ଖବର
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ପୋଲିସକୁ ଖବର ନଦେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ, ୨ ଛେଳି ଚୋରଙ୍କୁ କାବୁ କରି ବେକରେ ମଲା ଛେଳି ପକାଇ ଛେଚିଲେ ଗ୍ରାମବାସୀ

ନୀଳଗିରି,୨୦/୯ : ପୋଲିସକୁ ଖବର ନଦେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ। ୨ ଛେଳି ଚୋରଙ୍କୁ କାବୁ କରି ବେକରେ ମଲା ଛେଳି ପକାଇ ନିର୍ଧୁମ ଛେଚିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ଗୁଡିଖୁଳା ଗ୍ରାମରେ ଏଭଳି ଘଟଣା ଘଟିଛି।   

ସୂଚନାନୁଯାୟୀ, ଔପଦା ବ୍ଲକ ଗୁଡିଖୁଳା ଗ୍ରାମର ସୋମା ସିଂ ନାମକ ଜଣେ ବ୍ୟକ୍ତି ୫୦ରୁ ଉର୍ଦ୍ଧ୍ଵ ଛେଳି ପାଳନ କରିଛନ୍ତି। କୂଳଡ଼ିହା ଅଭୟାରଣ୍ୟ ଦେବଗିର ପାହାଡ଼କୁ ସେ ଛେଳି ଚରାଇବା ପାଇଁ ଯାଆନ୍ତି। ତାଙ୍କ ଶହ ଅନ୍ୟ ଗ୍ରାମବାସୀ ମଧ୍ୟ ଯାଆନ୍ତି। ଛେଳି ଜଙ୍ଗଲରେ କୁଆଡେ ଅନ୍ତର୍ଦ୍ଧ୍ୟାନ ହେଉଥିବା ବେଳେ ଜଙ୍ଗଲରେ ହେଟା ବାଘ ଖାଉଥିବା ସନ୍ଦେହ କରୁଥିଲେ। ବାରମ୍ବାର ଏଭଳି ହେଉଥିବାର ସନ୍ଦେହ ହେବାରୁ ଯୋଜନା ମୁତାବକ ଗ୍ରାମବାସୀ ପୂର୍ବରୁ ଛକି ରହିଥିଲେ। ଏହି ସମୟରେ ପାଟଚଣ୍ଡୀ ଗ୍ରାମର ଗୋବିନ୍ଦ ସିଂ, କଟି ସିଂ, ଦରଗ ସିଂ ତିନି ଜଣ ମିଶି ଛେଳି ଚୋରି କରି ମାଂସ କାଟୁଥିବା ବେଳେ ଗ୍ରାମବାସୀମାନେ ସେମାନେଙ୍କୁ କାବୁ କରିଥିଲେ। ଦରଗ ସିଂ ଓ କଟି ସିଂ ଧରା ପଡିଥିବା ବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଥିଲେ।

ଗ୍ରାମବାସୀମାନେ ପୋଲିସକୁ ଖବର ନଦେଇ କଙ୍ଗାରୁ କୋର୍ଟରେ ୨ ଚୋରଙ୍କୁ ଦଣ୍ଡିତ କରିଛନ୍ତି। ମଲା ଛେଳିକୁ ସେମାନଙ୍କ ବେକରେ ପକାଇ ଗ୍ରାମବାସୀମାନେ ନିର୍ଧୁମ ମାଡ଼ ମାରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଜଙ୍ଗଲରେ ଛେଳି ଚରୁଥିବା ବେଳେ ସେମାନେ ଚୋରି କରିଥିବା ସ୍ଵୀକାର କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.