ପ୍ରମୂଖ ଖବର
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ

ଚାନ୍ଦବାଲି,୨୦/୦୯: ଦିନକୁ ଦିନ ବଢ଼ିବାରେ ଲାଗିଛି ଚିଙ୍ଗୁଡ଼ି ମାଫିଆମାନଙ୍କ ଦୌରାତ୍ମ୍ୟ । ଚାଷୀଙ୍କୁ ସ୍ଲୁଇସଗେଟର ବ୍ୟବହାର କରିବାକୁ ଦେଉନାହାନ୍ତି ଚିଙ୍ଗୁଡ଼ି ମାଫିଆ । ଏହି କାରଣରୁ ଚାଷୀ ମାନଙ୍କ ବିଲରେ ଚିଙ୍ଗୁଡ଼ି ପୋଖରୀରୁ ଲୁଣିପାଣି ଆସି ମାଡୁଛି । ଯାହା ଫଳରେ ନଷ୍ଟ ହେଉଛି ଚାଷ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅଧିନ ହରିପୁର ଗ୍ରାମରେ ଏଭଳି ଘଟଣା ଘଟଛି ।

ସୂଚନା ମୁତାବକ, ଅଧିକ ରୋଜଗାର ପାଇଁ ଚିଙ୍ଗୁଡ଼ି ମାଫିଆମାନେ ଚାଷୀଙ୍କ ପେଟକୁ ପ୍ରହାର କରୁଛନ୍ତି । ଚାନ୍ଦବାଲି ଏନଏସି ଅଧିନ ହରିପୁର ଗ୍ରାମରେ ଚାଷୀ ମାନଙ୍କ ଆବଶ୍ୟକ ନିମନ୍ତେ ମଧୁର ଜଳ ସଞ୍ଚୟ ପାଇଁ ସରକାର ଏକ ସ୍ଲୁଇସଗେଟ ନିର୍ମାଣ କରିଥିଲେ । କିଛି ଚିଙ୍ଗୁଡ଼ି ମାଫିଆମାନେ ନିଜର ଲାଭ ପାଇଁ ସେହି ସ୍ଲୁଇସଗେଟକୁ ଚାଷୀମାନଙ୍କୁ ବ୍ୟବହାର କରିବାକୁ ଦେଉନାହାନ୍ତି । ଫଳରେ ଚାଷୀ ତାର ଜୀବିକା ହରାଉଛି । ଏହି କାରଣରୁ ୨୦୦ରୁ ଅଧିକ ଚାଷୀମାନଙ୍କ ବିଲରେ ଚିଙ୍ଗୁଡ଼ି ପୋଖରୀରୁ ଲୁଣାପାଣି ମାଡିଯାଇଛି । ଯାହା ଫଳରେ ଧାନତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏବିଷୟରେ ଚାଷୀମାନେ ଚିଙ୍ଗୁଡ଼ି ମାଫିଆଙ୍କୁ ଅଭିଯୋଗ କଲେ, ସେମାନେ ଗାଳିଗୁଲଜ କରିବା ସହିତ ମାଡ ମାରିବାକୁ ମଧ୍ୟ ପଛାଉ ନାହାନ୍ତି । ତେଣୁ ଏନେଇ ଚାଷୀମାନେ ଚାନ୍ଦବାଲି ମତ୍ସ୍ୟ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଏଥିସହିତ ଯଥାଶୀଘ୍ର ତଦନ୍ତ କରି କ୍ଷତିପୂରଣ ଦେବା ସହିତ ଚିଙ୍ଗୁଡ଼ି ମାଫିଆ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରଛନ୍ତି  ଚାଷୀ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.