ବଣାଇ ,୨୦/୦୯: ରେଳ ଧାରଣା ଉପରେ ଲାଗିଛି ମାଓ ପୋଷ୍ଟର । ରେଳ ଧାରଣାର ୪୭୧ନମ୍ବର ପୋଲରେ ପୁଣି ଲାଗିଛି ମାଓ ପୋଷ୍ଟର ଏବଂ ବ୍ୟାନର । ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ରେଞ୍ଜଡା ଓ ସାନରକ୍ସି ରେଳ ଧାରଣାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ପୂର୍ବରୁ ନିର୍ବାଚନ ସମୟରେ କେବଲାଙ୍ଗ ଥାନା ଅଞ୍ଚଳରେ ଦୁଇ ଦୁଇ ଥର ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟଲୋକେ ଆତଙ୍କିତ ହୋଇ ରହିଥିଲେ । ତେବେ ଶୁକ୍ରବାର ଉକ୍ତ ଘଟଣାର ପୁନରାବୃତ୍ତି ହୋଇଥିଲା । ରେଞ୍ଜଡା ଓ ସାନରକ୍ସି ରେଳ ଧାରଣା ୪୭୧ ନମ୍ବର ପୋଲରେ ଦେଖିବାକୁ ମିଳିଥିଲା ମାଓ ପୋଷ୍ଟର ସହ ବ୍ୟାନର । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କେବଲାଙ୍ଗ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୁଣିଥରେ ମାଓ ପୋଷ୍ଟର ଦେଖି ଅଞ୍ଚଳରେ ହାଇ ଆର୍ଲଟ ଜାରି ହୋଇଛି ।