ପ୍ରମୂଖ ଖବର
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ୩୭୬ ରନ୍ କରି ଅଲଆଉଟ୍ ଭାରତ, ବାଂଲାଦେଶକୁ ପ୍ରାରମ୍ଭିକ ଝଟକା

ଚେନ୍ନାଇ ୨୦/୦୯: ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ । ଚେନ୍ନାଇର ଚିପକ୍ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍ । ପ୍ରଥମ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୩୭୬ ରନ କରି ଅଲଆଉଟ୍ ହୋଇଛି । ପ୍ରଥମ ପାଳିରେ ଭାରତୀୟ ଦଳ ମୋଟ୍ ୯୧.୨ ଓଭର ଖେଳି ସମସ୍ତ ଓ୍ବିକେଟ୍ ହରାଇଛି । ପ୍ରଥମ ଦିନରେ ପ୍ରଭାବ ବିସ୍ତାର କରିଥିବା ରବିଚନ୍ଦ୍ରନ ଅଶ୍ବିନ ଏବଂ ରବିନ୍ଦ୍ର ଜାଡେଜା ଦ୍ବିତୀୟ ଦିନ ଖାସ୍ କିଛି କରିପାରିନଥିଲେ । ଅଶ୍ବିନ ୧୧୩ ରନ କରି ଆଉଟ୍ ହୋଇଥିବା ବେଳେ ଜାଡେଜା ୮୬ ରନ କରି ତସ୍କିନ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ପରେ ଆକାଶ ଦୀପଙ୍କ ଛଡ଼ା କେହି ଭଲ ଖେଳି ପାରିନଥିଲେ । ସେ ୧୭ ରନ୍ ସଂଗ୍ରହ କରି ତସ୍କିନଙ୍କ ବଲରେ ଆଉଟ୍ ହୋଇଥିଲେ । 

ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ବିନ୍ ସର୍ବାଧିକ ୧୧୩ ରନ ସଂଗ୍ରହ କରିଛନ୍ତି । ତାଙ୍କ ପରେ ରବିନ୍ଦ୍ର ଜାଡଜା ୮୬ ରନ, ଯଶସ୍ବୀ ଜୈସ୍ବାଲ ୫୬ ରନ, ରିଷଭ ପନ୍ତ ୩୯ ରନ କରିଛନ୍ତି । ବଂଲାଦେଶ ପକ୍ଷରୁ ହାସନ ମେହମୁଦ ସର୍ବାଧିକ ୫ଟି ଓ୍ବିକେଟ୍ ନେଇଛନ୍ତି । ଟିସ୍କିନ ଅହମ୍ମଦ ୩ଟି ଓ୍ବିକେଟ୍ ନେଇଥିବା ବେଳେ ନାହିଦ୍ ରାଣା ଏବଂ ମେହଦି ହାସନଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଛି । ଏପଟେ ବାଂଲଦେଶକୁ ପ୍ରଥମ ଇନିଂସରେ ପ୍ରାରମ୍ଭିକ ଝଟକା ଲାଗିଛି । ଶାଦମାନ ଇସଲାମଙ୍କୁ ବୋଲ୍ଡ କରିଦେଇଛନ୍ତି ଯଶପ୍ରୀତ୍ ବୁମରା । ଉଭୟ ଦଳ ମଧ୍ୟରେ ସଂଘର୍ଷ ଜାରି ରହିଛି । ଆକାଶ ଦୀପ ଦୁଇ ଜଣଙ୍କୁ ବୋଲ୍ଡ କରି ବାଂଲାଦେଶ ଟପ ବ୍ୟାଟିଂ ଅର୍ଡକୁ ଧ୍ବସ୍ତ କରି ଦେଇଛନ୍ତି।


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.