ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ

ଚେନ୍ନାଇ,୧୯/୦୯: ୬ ମାସର ବ୍ୟବଧାନ  ପରେ ଟିମ୍‌ ଇଣ୍ଡିଆ ରେଡ୍‌ ବଲ୍‌ କ୍ରିକେଟ୍‌କୁ  ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ଘରୋଇ ମଇଦାନ ଓ ସମ୍ମୁଖରେ ବାଂଲାଦେଶ ଦଳ । ପାକିସ୍ତାନ  ଦଳକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ(୨-୦)  ମୂଳପୋଛ କରି ବାଂଲାଦେଶ ଆଉ ଏକ ସିରିଜ ବିଜୟ ଲକ୍ଷ୍ୟରେ ଭାରତ ଗସ୍ତରେ ଆସିଛି ।  

ଗୁରୁବାରଠୁ ଭାରତ-ବାଂଲାଦେଶ ଦୁଇ ଟିକିଆ ଟେଷ୍ଟ ସିରିଜ୍ । ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଖେଳାଯିବ ସିରିଜ୍‌ର ପ୍ରଥମ ମ୍ୟାଚ୍ । ସକାଳ ୯ ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ୍ । ଉଭୟ ଟିମ୍ ସିରିଜ୍ ପ୍ରଥମ ମ୍ୟାଚ୍ ଜିତିବାକୁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ।

ଗୁରୁବାରଠୁ ଚେନ୍ନାଇରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟ ଜରିଆରେ ପାକ୍‌ ଗସ୍ତର ସଫଳତାକୁ ଦୋହରାଇବାକୁ ବାଂଲାଦେଶ ଯୋଜନା କରିଛି । ଇଂଲଣ୍ଡ ବିପକ୍ଷରେ ୪-୧ରେ ଟେଷ୍ଟ ସିରିଜ  ଜିତିବା ପରଠୁ ଭାରତୀୟ ଦଳ ଟେଷ୍ଟ କ୍ରିକେଟ୍‌  ଖେଳି ନଥିଲା । ମାର୍ଚ୍ଚରୁ (ଆଇପିଏଲ୍‌ ଜରିଆରେ)  ଭାରତୀୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି  ଆରମ୍ଭ କରିଥିଲା । ୧୩ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ  ପଡ଼ିଛି ଓ ଭାରତ ବିଶ୍ୱକପ୍‌ ଟ୍ରଫି ହାସଲ କରିଛି ।  ବେଶ୍‌ କିଛି ଦିନର ବିଶ୍ରାମ ପରେ ଏକ ଗୁରୁତ୍ୱପୂର୍ଣ୍ଣ  ଟେଷ୍ଟ ସିଜନ ପାଇଁ ଦଳ ପ୍ରସ୍ତୁତ ହେଉଛି ।  

ବାଂଲାଦେଶ ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ରୂପେ ଉଭା ହୋଇଛି । ଏହାପରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦଳ  ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେଣୁ  ବିଜୟ ସହ ସିଜନ ଆରମ୍ଭ କରିବାକୁ ଭାରତ ଲକ୍ଷ୍ୟ  ରଖିଛି । ଘରୋଇ ଗ୍ରାଉଣ୍ଡ୍‌ରେ କ୍ରମାନ୍ୱୟରେ ୧୭ଟି  ଟେଷ୍ଟ ସିରିଜ ଜିତି ସାରିଥିବା ଭାରତ ଆଧିପତ୍ୟ ଜାରି  ରଖିବା ଏକ ପ୍ରକାର ନିଶ୍ଚିତ ରହିଥିଲେ ହେଁ ବାଂଲାଦେଶ  ଏଥର କଡ଼ା ଟକ୍କର ଦେବାକୁ ଅପେକ୍ଷା କରିଛି। 

୩ ସ୍ପିନର ନେଇ ଖେଳିବ ବାଂଲାଦେଶ: ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ବିଜୟୀ ଦଳ  ନେଇ ବାଂଲାଦେଶ ଭାରତ ଆସିଛି । ତେଣୁ ବିଜୟୀ  ଏକାଦଶରେ ବାଂଲାଦେଶ ପରିବର୍ତ୍ତନ କରିବା ସମ୍ଭାବନା  ନାହିଁ । ମଧ୍ୟକ୍ରମ ବ୍ୟାଟିଂ ଓ ସ୍ପିନ ବୋଲିଂ ବାଂଲାଦେଶ  ଦଳର ମୁଖ୍ୟ ଅସ୍ତ୍ର । ଚିପକ ପିଚ୍‌ ମଧ୍ୟ ସ୍ପିନରଙ୍କ  ପାଇଁ ସ୍ୱର୍ଗ । ତେଣୁ ସାକିବ ଅଲ୍‌ ହାସନ ଓ ମେହଦି  ହାସାନ ମିରାଜଙ୍କ ସମେତ ତୃତୀୟ ସ୍ପିନର ଭାବେ  ତାଇଜୁଲ ଇସଲାମ ଏକାଦଶରେ ସ୍ଥାନ ପାଇବା ଆଶା  କରାଯାଉଛି । ଏହା ସମ୍ଭବ ହେଲେ ପେସ୍‌ ବିଭାଗର  ୨ଟି ସ୍ଥାନ ପାଇଁ ଟସ୍କିନ ଅହମ୍ମଦ, ହାସାନ ମାହମୁଦ  ଓ ନାହିଦ ରାଣାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।  

ପାକିସ୍ତାନରେ ମୁସଫିକର ରହିମ ମ୍ୟାଚ ବିଜୟୀ  ଇନିଂସ ଖେଳିଥିଲେ । ଭାରତରେ ତାଙ୍କ ପ୍ରଦର୍ଶନ  ସର୍ବଦା ଉନ୍ନତ ରହିଛି । ସାକିବଙ୍କ ବଳି ଦକ୍ଷ ଓ  ଅଭିଜ୍ଞ ଅଲ୍‌ରାଉଣ୍ଡର ମଧ୍ୟ ଦଳରେ ରହିଛନ୍ତି । ମାତ୍ର  ବାଂଲାଦେଶ ଯୁବ ଅଲରାଉଣ୍ଡର ମିରାଜଙ୍କ ଉପରେ  ନିର୍ଭରଶୀଳ ରହିବ । ସେ ଚଳିତ ବର୍ଷ ୩୮୦ ରନ୍‌  ସଂଗ୍ରହ କରିବା ସହ ୨୩ଟି ୱିକେଟ୍‌ ନେଇ ସାରିଛନ୍ତି । 

ପନ୍ତ ପାୱାରକୁ ଅପେକ୍ଷା: ଟେଷ୍ଟ କ୍ରିକେଟ୍‌ରେ  ଅବିଶ୍ୱସନୀୟ ସଫଳତା ଅର୍ଜନ କରିଥିବା  ରିଷଭ ପନ୍ତ ଆସନ୍ତା କାଲି ଗ୍ରାଉଣ୍ଡ୍‌କୁ ଓହ୍ଲାଇବା  ସମ୍ଭାବନା ରହିଛି । ଦୀର୍ଘ ୬୨୯ଦିନ ପରେ ପନ୍ତ  ଟେଷ୍ଟ କ୍ରିକେଟ୍‌ ଖେଳିବାକୁ ଯାଉଛନ୍ତି । ପୂର୍ବରୁ  ଅନେକ ଟେଷ୍ଟ ଜିତାଇ ସାରିଥିବା ପନ୍ତଙ୍କ ବ୍ୟାଟ୍‌ରୁ  ବିସ୍ଫୋରକ ଇନିଂସ ଦେଖିବାକୁ ଦର୍ଶକ ଆଶା  ବାନ୍ଧିଛନ୍ତି । ଭାରତରେ ପନ୍ତ ଖେଳିଥିବା ଟେଷ୍ଟ  ମ୍ୟାଚ୍‌ରେ ସ୍ପିନରଙ୍କୁ ନିର୍ମମ ପ୍ରହାର କରିଛନ୍ତି । ସେ  ସ୍ପିନରଙ୍କ ବିପକ୍ଷରେ ୭୭.୧୬ ହାର ଓ ୧୦୦.୮୭  ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି ।  

ଆତଙ୍କ ଖେଳାଇବେ ଜୈସ୍ୱାଲ୍‌, ବୁମରା: ଭାରତୀୟ ଦଳରେ ତାରକା ଖେଳାଳିଙ୍କ ଅଭାବ ନାହିଁ ।  କ୍ରିକେଟ୍‌ ପ୍ରେମୀ ହୁଏତ ବିରାଟ କୋହଲି, ଶୁଭମନ  ଗିଲ୍‌ କିମ୍ବା ରୋହିତ ଶର୍ମାଙ୍କ ବ୍ୟାଟିଂକୁ ଅପେକ୍ଷା  କରିଥାଇପାରନ୍ତି । ମାତ୍ର କ୍ରିକେଟ୍‌ ସମୀକ୍ଷକଙ୍କ  ଠାରୁ ଆରମ୍ଭ କରି ଭାଷ୍ୟକାରଙ୍କ ନଜର ଯଶସ୍ୱୀ  ଜୈସ୍ୱାଲ ଓ ଯଶପ୍ରୀତ ବୁମରାଙ୍କ ଉପରେ ରହିବ ।  ୨୦୨୩/୨୫ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ସଂସ୍କରଣର  ସର୍ବାଧିକ ରନ୍‌ ତାଲିକାରେ ଜୈସ୍ୱାଲ ଦ୍ୱିତୀୟ ସ୍ଥାନରେ  ରହିଛନ୍ତି । ସେ ଇତି ମଧ୍ୟରେ ୯ଟି ଟେଷ୍ଟ ଖେଳି  ୬୮.୫୩ ହାରରେ ମୋଟ୍‌ ୧୦୨୮ ରନ୍‌ ସଂଗ୍ରହ  କରିଛନ୍ତି । କେବଳ ଜୋ ରୁଟ୍‌ (୧୬ଟି ଟେଷ୍ଟରୁ  ୧୩୯୮ ରନ୍‌) ତାଙ୍କ ଉପରେ ରହିଛନ୍ତି ।  ବୁମରା ଚଳିତ ବର୍ଷ ଟେଷ୍ଟ କ୍ରିକେଟ୍‌ରେ  ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍‌ ନେଇଛନ୍ତି ।  ସେ ମାତ୍ର ୫ଟି ଟେଷ୍ଟ ଖେଳି ୨୭ଟି ୱିକେଟ୍‌  ଅକ୍ତିଆର କରିଛନ୍ତି । ପ୍ରଥମ ଟେଷ୍ଟରେ ମଧ୍ୟ  ବୁମରାଙ୍କ ଘାତକ ବୋଲିଂ ଜାରି ରହିବ । 

ଟସ୍‌ ଜିତିଲେ ବ୍ୟାଟିଂ: ପ୍ରଥମ ଟେଷ୍ଟ ପାଇଁ  ପ୍ରସ୍ତୁତ ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ ।  ମାତ୍ର ପ୍ରଥମ ୨ ଦିନରେ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌  ଅନୁକୂଳ ରହିବ । ପେସ୍‌ ବୋଲରମାନେ ମଧ୍ୟ ପିଚ୍‌  ଓ ସ୍ଥାନୀୟ ଜଳବାୟୁର ଫାଇଦା ଉଠାଇ ପାରିବେ ।  ନାଲି ମାଟିରେ ପ୍ରସ୍ତୁତ ପିଚ୍‌ରୁ ଅତିରିକ୍ତ ବାଉନ୍ସ  ମିଳିବା ନିଶ୍ଚିତ । ଠିକ ସେହିପରି ପୁରୁଣା ବଲ୍‌  ଅପରାହ୍ଣରେ ରିଭର୍ସ ସୁଇଂ ହେବ । ଚେନ୍ନାଇରେ  ସମ୍ପ୍ରତି ତାପମାତ୍ରା ୩୦ଡିଗ୍ରୀ ପାଖା ପାଖି ରହୁଛି ।  ତେଣୁ ୨ଦିନ ମଧ୍ୟରେ ବଲ୍‌ ଟର୍ଣ୍ଣ ହେବା ନିଶ୍ଚିତ ।  ସ୍ପିନରମାନେ ଦ୍ୱିତୀୟ ଦିବସ ଅପରାହ୍ଣରୁ ପିଚ୍‌ର ଫାଇଦା ଉଠାଇବା ଏକ ପ୍ରକାର ନିଶ୍ଚିତ । ଟସ୍‌ ବିଜୟୀ  ଦଳ ବ୍ୟାଟିଂ ନିଷ୍ପତ୍ତି ନେବେ।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ  ଜୈସ୍ୱାଲ୍‌, ଶୁଭମନ ଗିଲ୍‌, ବିରାଟ କୋହଲି,  କେଏଲ ରାହୁଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା,  ରବି ଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଯଶପ୍ରୀକ  ବୁମରା, ମହମ୍ମଦ ସିରାଜ ।  

ବାଂଲାଦେଶ: ସଦମନ ଇସଲାମ, ଜାକିର ହାସାନ,  ନଜମୁଲ ହୋସେନ ଶାନ୍ତୋ(ଅଧିନାୟକ),  ମୋମିନୁଲ ଇସଲାମ, ମୁସଫିକର ରହିମ, ଲିଟନ  ଦାସ, ସାକିବ ଅଲ୍‌ ହାସନ, ମେହଦି ହାସାନ  ମିରାଜ, ଟସ୍କିନ ଅହମ୍ମଦ, ହାସାନ ମାହମୁଦ,  ନାହିଦ ରାଣା/ତାଇଜୁଲ ଇସଲାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.