ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆଇସିସି ଟାର୍ଗେଟରେ ପାକିସ୍ତାନ, ପଡ଼ିଆରୁ ନେଇ ହୋଟେଲ ପର୍ଯ୍ୟନ୍ତ ହେବ ଯାଞ୍ଚ; ଚାମ୍ପିୟନ୍ସ ଟ୍ରଫି ଲାଗି ଗଠିତ ହେଲା ୫ଜଣିଆ ଟିମ୍

ନୂଆଦିଲ୍ଲୀ, ୧୭/୯ :‌ ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ପ୍ରସ୍ତୁତି କେମିତି ରହିଛି, ପଡ଼ିଆରେ କାମ କେବେ ପର୍ଯ୍ୟନ୍ତ ଚାଲିବ ଏବଂ କେତେକ ଅନ୍ୟ ବିଷୟକୁ ନେଇ ଆଇସିସିର କିଛି ଅଧିକାରୀ ପାକିସ୍ତାନକୁ ଆସିବେ । କ୍ରିକବଜ ଅନୁସାରେ ମଙ୍ଗଳବାର ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦର ୫ଜଣିଆ ସଦସ୍ୟ ପାକିସ୍ତାନରେ ଲ୍ୟାଣ୍ଡ୍ କରିବେ । ଏହି ୫ଅଧିକାରୀ ଆଗାମୀ ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ପ୍ରସ୍ତୁତିର ସମୀକ୍ଷା କରିବେ ଏବଂ ତାଙ୍କର ପିସିବି ଅଧ୍ୟକ୍ଷ ମୋହସିନ ନକବୀଙ୍କୁ ଭେଟିବାର ଆଶା ରହିଛି।

ଆଇସିସିରୁ ଆସିଥିବା ଟିମ୍ ପଡ଼ିଆର ସମୀକ୍ଷା, ଅଭ୍ୟାସକୁ ନେଇ ସୁବିଧାକୁ ଦେଖିବେ । ଏହା ବ୍ୟତୀତ ପାକିସ୍ତାନରେ ଖେଳାଳୀଙ୍କ ଲାଗି ହୋଟେଲରେ ରହିବାର ସୁବିଧା କିଭଳି ହେବ ଏହି ବିଷୟ ଉପରେ ଖାସ୍ ଧ୍ୟାନ ଦିଆଯିବ । ୫ ଅଧିକାରୀଙ୍କ ଟିମ୍ ହୋଟେଲରେ ଯାଇ ସେଠାକାର ମ୍ୟାନେଜମେଣ୍ଟକୁ ଭେଟିବେ ଏଥିପାଇଁ କି ଖେଳାଳୀମାନେ ରହିବା ପରେ ସେଠାରେ କିଭଳି ସୁବିଧା ଦିଆଯିବ । 

ଆଇସିସି ଟିମ୍ ପ୍ରଥମେ କରାଚୀରେ ଦିଆଯାଉଥିବା ସୁବିଧାର ଯାଞ୍ଚ କରିବେ । ଏହାପରେ ଟିମ୍ ୨୦ସେପ୍ଟେମ୍ବରରେ ଇସଲାମବାଦ ଯିବେ ଏବଂ ସପ୍ତାହର ଶେଷରେ ଲାହୋରରେ ଦିଆଯାଉଥିବା ସୁବିଧାର ସମୀକ୍ଷା କରିବେ । ୨୧ସେପ୍ଟେମ୍ବରରେ ସବୁ ଅଧିକାରୀ ପୁଣି ଫେରିଯିବେ । ଆଇସିସି ଦ୍ବାରା ପଠାଯାଇଥିବା ଟିମରେ ବରିଷ୍ଠ ଇଭେଣ୍ଟ ମ୍ୟାନେଜମେଣ୍ଟଠାରୁ ନେଇ ଅନ୍ୟ ଇଭେଣ୍ଟ ମ୍ୟାନେଜର, ସିକ୍ୟୁରିଟି ମ୍ୟାନେଜର, ପ୍ରଡକ୍ସନ ମ୍ୟାନେଜର ଏବଂ କ୍ରିକେଟର ଜେନେରାଲ ମ୍ୟାନେଜର ସାମିଲ ହେବେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.