ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆଇପିଏଲ ୨୦୨୫: ସାମ୍ନାକୁ ଆସିଲା ମେଗା ଅକ୍ସନର ତାରିଖ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ଲାଗି ମେଗା ଅକ୍ସନ ହେବାକୁ ଯାଉଛି । ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନେଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରୁ ମେଗା ଅକ୍ସନ ହୋଇପାରେ । ଆଇପିଏଲ ନିଲାମୀ ଲାଗି ନିୟମ ସଂପର୍କରେ ବିସ୍ତୃତ୍ବ ସୂଚନା ବିସିସିଆଇ ପକ୍ଷରୁ ଦୁଇ ଦିନ ମଧ୍ୟରେ ଜାରି ହେବ । ଗତ ୧୦ ବର୍ଷ ମଧ୍ୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଦୁଇଟି ବଡ଼ଧରଣର ନିଲାମୀ ହୋଇଛି । ପ୍ରତି ୪ ବର୍ଷରେ ଥରେ ଏହି ନିଲାମୀ ହୋଇଛି ।

 ପ୍ରଥମ ମେଗା ଅକ୍ସନ ୨୦୧୪ ଏବଂ ପରେ ୨୦୧୮ରେ ହୋଇଥିଲା । ସେତେବେଳେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ଉପରୁ ଦୁଇ ବର୍ଷର ନିଲମ୍ବର ପ୍ରତ୍ୟାହାର ହୋଇଥିଲା । ଏଭଳି ସ୍ଥିତିରେ ଆଇପିଏଲ ୨୦୨୫ ଲାଗି ମେଗା ଅକ୍ସନ ନେଇ ବିସିସିଆଇ ସୂତ୍ରରୁ ଯେଉଁ ସୂଚନା ମିଳିଛି ତାହା ଖେଳପ୍ରେମୀଙ୍କ ଗହଣରେ ଉତ୍ସାହ ବଢ଼ାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ହୋଇପାରେ ମହା ନିଲାମୀ । ଏ ସଂପର୍କିତ ନିୟମ ସଂପର୍କରେ ସୂଚନା ଆଉ ଦିନେ ଦୁଇ ଦିନ ଭିତରେ ଘୋଷଣା କରିପାରେ ବିସିସିଆଇ । 

୨୦୨୧ର ଅକ୍ସନ କରୋନା ମହାମାରୀ ଲାଗି ୨୦୨୨କୁ ଘୁଞ୍ଚିଥିଲା ।  ୨୦୨୨ର ମେଗା ଅକ୍ସନ ଫେବୃଆରୀରେ ହୋଇଥିବା ବେଳେ ୨୦୨୩ ଏବଂ ୨୦୨୪ ଆଇପିଏଲ ଲାଗି ଅକ୍ସନ ଡିସେମ୍ବରରେ ହୋଇଥିଲା । ଆସନ୍ତା ଅକ୍ସନ ଦୁଇ ଦିନ ହୋଇପାରେ ।  ୨୦୨୨ ଅକ୍ସନ ସମୟରେ ଟିମଗୁଡ଼ିକୁ ୪ ଜଣ ଖେଳାଳିଙ୍କୁ ରିଟେନ କରିବାକୁ ସୁଯୋଗ ମିଳିଥିଲା । ଏବେ କେତେକ ଫ୍ରାଞ୍ଚାଇଜ୍‌ ରିଟେନ୍‌ ତାଲିକା କମାଇବା ଲାଗି ଦାବି କରୁଥିବା ବେଳେ କେତେକ ରିଟେନ୍ସନ କ୍ୟାପ୍‌ ବୃଦ୍ଧି ପାଇଁ କହୁଥିବା ଜଣାପଡ଼ିଛି । ଆଉ କିଛି ଫ୍ରାଞ୍ଚାଇଜ୍‌ ଏବେ ଚାଲିଥିବା ପ୍ରଥାରେ (୪ ଜଣ ରିଟେନ୍‌ ଖେଳାଳି) ଖୁସି ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.