ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ: ସିଂହଳୀ ସ୍କ୍ବାଡକୁ ଫେରିଲେ ଫର୍ଣ୍ଣାଣ୍ଡୋ, ମଦୁଷ୍କା ବାଦ୍‌

କଲମ୍ବୋ, ୧୭/୦୯: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ  ଟେଷ୍ଟ ସିରିଜ ପାଇଁ ଆଜି  ଶ୍ରୀଲଙ୍କା ଦଳ ଘୋଷଣା  ହୋଇଛି । ଅଭିଜ୍ଞ ବ୍ୟାଟର  ଓସାଡ଼ା ଫର୍ଣ୍ଣାଣ୍ଡୋ ଦୀର୍ଘ  ୧୮ମାସ ପରେ ଦଳକୁ  ଫେରିଛନ୍ତି । ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଶ୍ରୀଲଙ୍କା ଏ’ ଦଳ ସଦସ୍ୟ  ରହିଥିଲେ । ପ୍ରଥମ ଅନଫିସିଆଲ୍‌ ଟେଷ୍ଟରେ ଯଥାକ୍ରମେ ୧୨୨, ୮୦ରନ୍‌ର  ଜବରଦସ୍ତ ଇନିଂସ୍‌ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । 

ଅନ୍ୟ ପଟରେ ଗତ ଇଂଲଣ୍ଡ ଗସ୍ତରେ ବିଫଳ ହୋଇଥିବା ଯୁବ ଓପନର ନିଶାନ  ମଦୁଷ୍କା ବାଦ୍‌ ପଡ଼ିଛନ୍ତି । ସେ ୨ଟି ଟେଷ୍ଟ ଖେଳି ମାତ୍ର ୨୪ରନ୍‌ କରିପାରିଥିଲେ ।  ୱିକେଟ୍‌ କିପର ବ୍ୟାଟର ସଦିରା ସମରବିକ୍ରମାଙ୍କୁ ଡାକରା ମିଳିଛି । ଧନଞ୍ଜୟ  ଡି’ ସିଲ୍‌ଭା ଦଳର ନେତୃତ୍ୱ ନେବେ । ଆସନ୍ତା ୧୮ ତାରିଖରୁ ଶ୍ରୀଲଙ୍କା ଓ  ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ୨୬ରୁ ୩୦  ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଉଭୟ ମ୍ୟାଚ୍‌ ଗଲ୍‌ ଠାରେ ଅନୁଷ୍ଠିତ ହେବ । 

ଶ୍ରୀଲଙ୍କା ଦଳ: ଧନଞ୍ଜୟ ଡି’ ସିଲ୍‌ଭା (ଅଧିନାୟକ), ଦିମୁଥ କରୁଣାରତ୍ନେ,  ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ଆଞ୍ଜେଲୋ ମାଥ୍ୟୁସ, ଦିନେଶ ଚାନ୍ଦିମଲ,  କାମିଣ୍ଡୁ ମେଣ୍ଡିସ, ସଦିରା ସମରବିକ୍ରମା, ଓସାଡ଼ା ଫର୍ଣ୍ଣାଣ୍ଡୋ, ଅସିଥା ଫର୍ଣ୍ଣାଣ୍ଡୋ,  ବିଶ୍ୱ ଫର୍ଣ୍ଣାଣ୍ଡୋ, ଲାହିରୁ କୁମାରା, ପ୍ରବଥ ଜୟସୂରିୟା, ରମେଶ ମେଣ୍ଡିସ,  ଜେଫରେ ଭାଣ୍ଡରସେ, ମିଲନ ରତ୍‌ନାୟକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.