ପ୍ରମୂଖ ଖବର
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଭାରତ-ଚୀନ ଫାଇନାଲ୍‌ ଲଢ଼େଇ

ନୂଆଦିଲ୍ଲୀ,୧୭/୦୯: ଚୀନରେ ଚାଲିଥିବା ପୁରୁଷ ହକି ଏସିଆନ ଚାମ୍ପିଅନ୍ସ  ଟ୍ରଫିର ସେମି ଫାଇନାଲରେ ଭାରତ ୪-୧  ଗୋଲରେ ଦକ୍ଷିଣ କୋରିଆକୁ ପରାଜିତ  କରି ଫାଇନାଲରେ ପ୍ରବେଶ କରିଛି ।  ସେମିତି ପ୍ରଥମ ସେମିରେ ଆୟୋଜକ  ଚୀନ ୧-୧ (୨-୦) ପାକିସ୍ତାନକୁ ସୁଟ୍‌  ଆଉଟ୍‌ କରି ଫାଇନାଲକୁ ଉନ୍ନୀତ  ହୋଇଛି । ମଙ୍ଗଳବାର ଭାରତ ଟାଇଟଲ  ଲଢ଼େଇରେ ଚୀନକୁ ଭେଟିବ । ସେମିତି ତୃତୀୟ ସ୍ଥାନ ପାଇଁ ପାକିସ୍ତାନ ଦଳ ଦକ୍ଷିଣ କୋରିଆକୁ ସାମ୍ନା କରିବ।  

ସେମି ଫାଇନାଲ ପର୍ଯ୍ୟନ୍ତ ଭାରତ  ଗୋଟିଏ ବି ମ୍ୟାଚ୍‌ ହାତଛଡ଼ା କରି ନାହିଁ ।  ସବୁ ମ୍ୟାଚ୍‌ରେ ବିଜୟୀ ହୋଇଛି । କୋରିଆ  ବିପକ୍ଷରେ ଦଳ ଆଜି ବେଶ ଉନ୍ନତ  ପ୍ରଦର୍ଶନ କରିଥିଲା । ପ୍ରଥମ କ୍ୱାର୍ଟରରେ  (୧୩ ମିନିଟ) ଉତ୍ତମ ସିଂ ଆକର୍ଷଣୀୟ  ଫିଲ୍ଡ ଗୋଲ୍‌ ସହ ଦଳର ଗୋଲ ଖାତା  ଖୋଲିଥିଲେ ।  

ପୁଣି ଦ୍ୱିତୀୟ କ୍ୱାର୍ଟରରେ ଅଧିନାୟକ  ତଥା ଡ୍ରାଗ୍‌ ଫ୍ଲିକର ସ୍ପେଶାଲିଷ୍ଟ୍‌ ହର୍ମନପ୍ରୀତ  ସିଂ (୧୯ ମିନିଟ) ଏକ ପେନାଲ୍ଟି କର୍ଣ୍ଣରକୁ  ଗୋଲ୍‌ ରୂପ ଦେଇ ଦଳକୁ ୨-୦ରେ  ଅଗ୍ରଣୀ କରାଇଥିଲେ । ପ୍ରଥମାର୍ଦ୍ଧରେ  କୋରିଆ ଗୋଲ ଖାତା ଖୋଲିପାରି ନଥିଲା । ତୃତୀୟ କ୍ୱାର୍ଟର ଆରମ୍ଭରୁ ଖେଳ  ସଂଘର୍ଷପୂର୍ଣ୍ଣ ହୋଇଥିଲା । ୩୨ ମିନିଟରେ  ଜର୍ମନପ୍ରୀତ ସିଂ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ । ଏହାର ଗୋଟିଏ ମିନିଟ୍‌  ପରେ (୩୩ ମିନିଟ, ୟାଙ୍ଗ୍‌) ଦକ୍ଷିଣ  କୋରିଆ ପ୍ରଥମ ଗୋଲ୍‌ ଦେଇ ସ୍ଥିତି  ୩-୧ କରିଥିଲା ।

କ୍ୱାର୍ଟରର ପରବର୍ତ୍ତୀ  ସମୟ ଖେଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଥିଲା ।  ମାତ୍ର ଶେଷ ମିନିଟ୍‌ରେ (୪୫ ମିନିଟ)  ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରରୁ  ଗୋଲ ମିଳିଥିଲା । ହର୍ମନପ୍ରୀତ ଏହି  ଗୋଲ୍‌ କରିଥିଲେ । ଏହା ତାଙ୍କର ଦ୍ୱିତୀୟ  ଗୋଲ୍‌ ଥିଲା । 

ଅନ୍ତିମ କ୍ୱାର୍ଟର  ଖେଳ ଗୋଲ ଶୂନ୍ୟ  ରହିଥିଲା । ଦକ୍ଷିଣ  କୋରିଆ ମ୍ୟାଚ୍‌କୁ  ପ୍ରତ୍ୟାବର୍ତ୍ତନ କରିବା  ନେଇ ପ୍ରୟାସ କରିଥିଲା । ଭାରତ ରକ୍ଷଣାତ୍ମକ ପ୍ରଦର୍ଶନ ସହ ସୁଯୋଗ  ଅନୁସାରେ ଆକ୍ରମଣ କରିଥିଲା । ଏଭଳି  ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟରେ  ଏହି ଭାଗ ଶେଷ ହୋଇଥିଲା । ୪-୧  ଗୋଲରେ ଅଗ୍ରଣୀ ସହ ଶେଷରେ  ଭାରତ ମ୍ୟାଚ୍‌ ଜିତି ନେଇଥିଲା ।  

ପ୍ରଥମ ସେମିରେ ଚୀନ ଘଟାଇଥିଲା  ବିପର୍ଯ୍ୟୟ । ଶକ୍ତିଶାଳୀ ପାକିସ୍ତାନ  ସହ ପ୍ରଥମେ ମ୍ୟାଚ୍‌ ୧-୧ ଗୋଲରେ  ଅମୀମାଂସିତ ରଖିଥିଲା । ଏହାପରେ  ପେନାଲ୍ଟି ସୁଟ୍‌ ଆଉଟ୍‌ରେ ୨-୦  ଗୋଲରେ ବିଜୟୀ ହୋଇ ପାକିସ୍ତାନକୁ  ବିଦା କରିଥିଲା । ପ୍ରଥମ ଥର ଚୀନ  ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ  କରିଛି । ପୂର୍ବରୁ ୨୦୧୨ ଓ ୨୦୧୩ରେ  ଚତୁର୍ଥ ସ୍ଥାନ ହାସଲ କରିଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.