ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ରିକି ପଣ୍ଟିଂ ହେଲେ ପଞ୍ଜାବ କିଙ୍ଗ୍ସର ନୂଆ ମୁଖ୍ୟ କୋଚ୍

ନୂଆଦିଲ୍ଲୀ, ୧୮/୯ : ପଞ୍ଜାବ କିଙ୍ଗ୍ସର ନୂଆ ମୁଖ୍ୟ କୋଚ୍ ହେଲେ ରିକି ପଣ୍ଟିଂ । ୨୦୨୫ଲାଗି ଅଷ୍ଟେ୍ରଲିଆର ଭେଟରାନ ଖେଳାଳୀ ରିକି ପଣ୍ଟିଂଙ୍କୁ ଦଳ ନୂଆ କୋଚ୍ ଭାବେ ନିଯୁକ୍ତ କରିଛି । ପଣ୍ଟିଂ ଏବେ ଟ୍ରେବର ବେଲିସଙ୍କ ସ୍ଥାନ ନେବେ । ଯିଏ ପୂର୍ବ କେତେ ବର୍ଷରୁ ପଞ୍ଜାବର କୋଚ୍ ଥିଲେ । ପଣ୍ଟିଂ ଦୁଇ ମାସ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ଏବେ ‌ସେ ପଞ୍ଜାବ କିଙ୍ଗ୍ସ ପ୍ରାଞ୍ଚାଇଜ ସହ ୪ବର୍ଷର ଡିଲ୍ ସାଇନ୍ କରିଛନ୍ତି, ଯିଏ ୨୦୨୮ରେ ଯାଇ ଶେଷ ହେବ । 

ଅନୁମାନ କରାଯାଉଛି ଯେ ପଞ୍ଜାବ କିଙ୍ଗ୍ସର କୋଚ୍ ଏବଂ ସପୋର୍ଟ ଷ୍ଟାଫଙ୍କ ସମ୍ପୂର୍ଣ୍ଣ କଣ୍ଟେ୍ରାଲ ରିକି ପଣ୍ଟିଂଙ୍କ ହାତରେ ଦିଆଯାଇପାରେ । ମାତ୍ର ଏବେ ଏହି ବିଷୟ ଉପରେ କିଛି ସ୍ପଷ୍ଟ ହୋଇ ନାହିଁ କି ପୁରୁଣା କୋଚିଂ ଷ୍ଟାଫଙ୍କ ଉପରେ କ’ଣ ନିଷ୍ପତ୍ତି ନିଆଯିବ । ପଞ୍ଜାବର ପୁରୁଣା କୋଚିଂ ଷ୍ଟାଫରେ ଟ୍ରେବର ବେଲିସ (ମୁଖ୍ୟ କୋଚ୍), ସଞ୍ଜୟ ବାଙ୍ଗର( ହେଡ ଅଫ କ୍ରିକେଟ ଡେଭଲପମେଣ୍ଟ), ଚାର୍ଲ ଲ୍ୟାଗବେଲ୍ଟ(ଦ୍ରୁତ ବୋଲିଂ କୋଚ) ଏବଂ ସୁନୀଲ ଜୋଶୀ(ସ୍ପିନ ବୋଲିଂ କୋଚ)ସାମିଲ ଥିଲେ । ଏହା ବି ଗୁରୁତ୍ବପୂର୍ଣ୍ଣ ବିଷୟ କି ପଞ୍ଜାବ ଗତ ୭ସିଜନରେ ୬କୋଚ୍ ପରିବର୍ତ୍ତନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.