ପ୍ରମୂଖ ଖବର
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଏସିଆନ୍ ଚମ୍ପିୟନ୍ସ ଟ୍ରଫି ୨୦୨୪ : ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଫାଇନାଲରେ ଭାରତ, ଚୀନ୍ ସହ ଫାଇନାଲରେ ହେବ ଟକ୍କର

ବେଜିଂ,୧୬।୯:  ଏସିଆନ୍ ଚମ୍ପିୟନ୍ସ ଟ୍ରଫି ୨୦୨୪ ରେ ଭାରତୀୟ ହକି ଟିମ୍‌ର ଦମଦାର ପ୍ରଦର୍ଶନ। ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ରେ ପରାସ୍ତ କରି ୬ଷ୍ଠ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ଭାରତ। ଫାଇନାଲରେ  ଆୟୋଜକ ଚାଇନା ସହ ହେବ ଟିମ୍ ଇଣ୍ଡିଆର ମୁକାବିଲା। ଚାଇନା ପ୍ରଥମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ଯାଇଥିବା ବେଳେ ଭାରତ ପଞ୍ଚମ ଥର ପାଇଁ ଟାଇଟଲ ପାଇଁ କରିବ ଲଢ଼େଇ।

ଭାରତ ପକ୍ଷରୁ  କ୍ୟାପଟେନ୍ ହରମନପ୍ରୀତ ସିଂହ(୧୯ ଓ ୪୫ ମିନିଟ୍)ରେ ସର୍ବାଧିକ ଦୁଇଟି ଗୋଲ୍‌ ଦେଇଥିଲେ। ସେଭଳି ଉତ୍ତମ ସିଂହ(୧୩ ମିନିଟ୍‌ରେ) ଓ ଜରମନପ୍ରୀତ ସିଂହ(୩୨ ମିନିଟ୍‌ରେ) ଗୋଟିଏ ଗୋଲ୍ କରିଥିଲେ। ହରମନପ୍ରୀତ ପେନାଲ୍ଟି କର୍ଣ୍ଣରରେ ଦୁଇଟି ଗୋଲ୍ ଦେଇଥିଲେ। ସେଭଳି ଉତ୍ତମ ଓ ଜରମନପ୍ରୀତ ଫିଲ୍ଡ ଗୋଲ୍ଡ କରିଥିଲେ।

ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଏଯାଏ ଭାରତ ଗୋଟିଏ ହେଲେ ମ୍ୟାଚ ହାରି ନାହିଁ। ଗ୍ରୁପ ପର୍ଯ୍ୟାୟରେ ଦଳ ଚାଇନା ବିପକ୍ଷରୁ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଜାପାନ, ମାଲେସିୟା, କୋରିଆ ଓ ପାକିସ୍ତାନକୁ ଦେଇଥିଲା ମାତ। ଏବେ ପୁଣି ଫାଇନାଲ ତଥା ଶେଷ ମ୍ୟାଚ୍‌ରେ ଆୟୋଜନକ ଚାଇନାକୁ ଭେଟିବାକୁ ଯାଉଛି ଭାରତୀୟ ଟିମ୍। ପ୍ରଥମ ସେମି ଫାଇନାଲରେ ଚାଇନା ୩ ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ପାକିସ୍ତାନକୁ ଶୁଟ ଆଉଟରେ ହରାଇ ଫାଇନାଲ ଟିକେଟ ହାତେଇ ଥିଲା। ପ୍ରଥମେ ମ୍ୟାଚ୍‌ ୧-୧ ରେ ଡ୍ର ରହିବାରୁ ଶୁଟ ଆଉଟ ହୋଇଥିଲା। ଏଥିରେ ଚାଇନା ୨-୦ରେ ପାକିସ୍ତାନକୁ ହରାଇ ଦେଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.