ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଜୟପୁର ଘାଟି ଟନେଲ୍‌ ଆଶା ଉଜ୍ଜ୍ୱଳ: ୬ ଲେନ୍‌ ରାସ୍ତା ବାର୍ଷିକ ଯୋଜନାରେ ସାମିଲ୍‌, ଡିପିଆର୍‌ ପ୍ରସ୍ତୁତି ପାଇଁ ୪ କୋଟି ମଞ୍ଜୁର

ଜୟପୁର ୨୦/୦୯: ଜାତୀୟ ରାଜପଥ ୨୬ର  ଜୟପୁର ଘାଟିରେ ଟନେଲ୍‌ ଖୋଳାଯିବା ଆଶା ଉଜ୍ଜ୍ୱଳ  ହେବାରେ ଲାଗିଛି । ପ୍ରକଳ୍ପକୁ ୨୦୨୪-୨୫ ବାର୍ଷିକ  ଯୋଜନା(ଆନୁଆଲ୍‌ ପ୍ଳାନ୍‌)ରେ ସାମିଲ କରାଯାଇଛି ।  ୬ ଲେନ୍‌ ବିଶିଷ୍ଟ ରାସ୍ତା ସହ ଟନେଲ୍‌ର ଡିପିଆର୍‌  ପ୍ରସ୍ତୁତି ଲାଗି ଜାତୀୟ ରାଜପଥ ବିଭାଗ ୪ କୋଟି  ଟଙ୍କା ମଞ୍ଜୁର କରିଛି । ରିପୋର୍ଟ ଦାଖଲ ପରେ ପରବର୍ତ୍ତି  ପଦକ୍ଷେପ ନିଆଯିବ ବୋଲି ଏନଏଚ୍‌ ନିର୍ବାହୀ ଯନ୍ତ୍ରୀ  ରବୀନ୍ଦ୍ର କୁମାର ବେହେରା କହିଛନ୍ତି ।  

ଶ୍ରୀ ବେହେରା କହିଛନ୍ତି, ୨୦୨୨-୨୩ ଡ୍ରାଫ୍ଟ ଆନୁଆଲ୍‌  ପ୍ଲାନ୍‌ରେ ଟନେଲ୍‌ ପ୍ରକଳ୍ପକୁ ସାମିଲ କରାଯାଇଥିଲା ।  କେନ୍ଦ୍ର ଜାତୀୟ ରାଜପଥ ବିଭାଗ ଦ୍ୱାରା ଏହାକୁ  ଏଥରର ବାର୍ଷିକ ଯୋଜନାରେ ସାମିଲ କରାଯାଇଛି ।  ଗତ ଜୁଲାଇରେ ମଞ୍ଜୁର ହୋଇଛି ୪ କୋଟି ଟଙ୍କା ।  ଖୁବଶୀଘ୍ର ବିଭାଗ ପକ୍ଷରୁ ଟେଣ୍ଡର ଡକାଯିବ । ଅନୁଭୂତି  ଥିବା କନସଲଟାନ୍ସିକୁ ଟନେଲ୍‌ ନିର୍ମାଣ ଡିପିଆର  ପ୍ରସ୍ତୁତି ଲାଗି ଦାୟିତ୍ୱ ଦିଆଯିବ । ଏନଏଚ-୨୬ର  ୩୪୫/୩୮୦ ରୁ ୩୫୧/୪୮୦ର ଲମ୍ବ ୬ କିମି । ଏହି  ୬ କିମି ରାସ୍ତାର ଉପଯୋଗିତା, ସର୍ଭେ, ମାଟି ନମୁନା  ପରୀକ୍ଷା, ସ୍କେଚ୍‌ମ୍ୟାପ୍‌, ସୁରକ୍ଷା, ଏଲିଭେସନ୍‌, ପ୍ରଭାବିତ  ହେବାକୁ ଥିବା ଜଙ୍ଗଲ, ସାଧାରଣ ଜମି, ଜୀବଜନ୍ତୁ ସହ  ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କରାଯିବ । ଟନେଲ୍‌ର ଲମ୍ବ,  ଓସାର, ବାୟୁ ଚଳାଚଳ, ଆଲୋକୀକରଣ, ସିସିଟିଭି  କ୍ୟାମେରା, ସାଉଣ୍ଡ ସିଷ୍ଟମ୍‌, ତାପମାତ୍ରା ସନ୍ତୁଳନ  ବାବଦରେ ତଥ୍ୟ ସଂଗ୍ରହ ହେବ । ଡିପିଆର ପ୍ରସ୍ତୁତ  ପରେ ଏହାକୁ ଭୁବନେଶ୍ୱର ଜାତୀୟ ରାଜପଥ ବିଭାଗ  ଆଞ୍ଚଳିକ କାର୍ଯ୍ୟାଳୟରେ ଦାଖଲ କରାଯିବ । ପ୍ରଶାସନିକ  ଅନୁମୋଦନ ପରେ ପ୍ରକଳ୍ପ କାମ ଆଗକୁ ବଢିବ ।  

ସୂଚନାଥାଉକି, ୨୦୨୨ରେ ତତ୍କାଳୀନ ଏନଏଚ୍‌  ନିର୍ବାହୀ ଯନ୍ତ୍ରୀ କ୍ଷୀରଧର ଖଣ୍ଡପାଣି ଏହି ପ୍ରକଳ୍ପ ଲାଗି  ପ୍ରାଥମିକ ନକ୍ସା ପ୍ରସ୍ତୁତ କରିଥିଲେ । ନକ୍ସା ଅନୁଯାୟୀ  ପ୍ରସ୍ତାବିତ ଟନେଲ୍‌ ତଳ କୋଲାବ ଛକରୁ ଆରମ୍ଭ ହୋଇ  ଦେଓଘାଟି ସ୍କୁଲ ନିକଟ ହନୁମାନ ମନ୍ଦିର ପର୍ଯ୍ୟନ୍ତ  ହେବ । ଏହାର ଲମ୍ବ ୨ ରୁ ଅଢେଇ କିଲୋମିଟର ଏବଂ ଓସାର ୧୫୦ ଫୁଟ ରହିବ । ନିର୍ମାଣ ସରିଲେ  କୋରାପୁଟକୁ ଦୂରତା କମିବ, ସମୟ ବଞ୍ଚିବ ଏବଂ  ଯାତ୍ରୀଙ୍କ ଜୀବନ ସୁରକ୍ଷିତ ରହିବ । ଦୁର୍ଘଟଣା ଜନିତ  ରାସ୍ତା ଜାମ୍‌ ଅସୁବିଧାରୁ ଜନସାଧାରଣ ରକ୍ଷା ପାଇବେ ।  ପର୍ଯ୍ୟଟନକୁ ସହାୟତା ମିଳିବ । ଘାଟି ଉପରେ ଗାଡ଼ି  ଚଳାଚଳ କମିବା ଦ୍ୱାରା ଜଙ୍ଗଲ ଏବଂ ବନ୍ୟପ୍ରାଣୀ  ସୁରକ୍ଷିତ ରହିବେ ।ଣ ସାମଗ୍ରୀ ଜମା ନକରିବାକୁ ପୌର  ନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ  ଅପିଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.