ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ପଶ୍ଚିମବଙ୍ଗରେ ବନ୍ୟା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଲେ ମମତା ବାନାର୍ଜୀ

Image Courtesy: telegraphindia

କୋଲକାତା: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦାମୋଦର ଘାଟି ନିଗମ (DVC) ସହ ବୁଝମଣା ରଦ୍ଦ କରିବା ଦାବିକୁ ଦୋହରାଇବା ସହ ମମତା କହିଛନ୍ତି, ଡିଭିସି ପ୍ରାୟ ୫ ଲକ୍ଷ କ୍ୟୁସେକ ଜଳ ଛାଡ଼ିବା ଦ୍ବାରା ଦକ୍ଷିଣ ବେଙ୍ଗଲରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖି ଜଲଦି ଫଣ୍ଡ ଜାରି କରିବାକୁ ମମତା ବାନାର୍ଜୀ ଦାବି କରିଛନ୍ତି । ଫଳରେ ବନ୍ୟା ସ୍ଥିତି ସହ ମୁକାବିଲା କରିହେବ ବୋଲି ସେ ଲେଖିଛନ୍ତି ।

୨୦୦୯ ପରେ ରାଜ୍ୟ ପ୍ରଳୟଙ୍କରୀ ବନ୍ୟା ସ୍ଥିତିର ସାମ୍ନା କରୁଛି । ଏହି ସମସ୍ୟାକୁ ସମାଧାନ କରିବା ଲାଗି ମୁଁ ଅନେକ ଥର ଦାବି କରିଆସିଛି । ସମ୍ବନ୍ଧିତ ଅଧିକାରୀଙ୍କୁ ପଠାଇ ସମସ୍ୟାର ସମାଧାନ କରିବା ସହ ପ୍ରାଥମିକତା ଭିତ୍ତିରେ କେନ୍ଦ୍ରୀୟ ସହାୟତା ଦେବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ମମତା ବାନାର୍ଜୀ । 

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ‘ଡିଭିସି ମାଲିକାନାରେ ଥିବା ମାଇଥନ ଏବଂ ପାଞ୍ଚେତ ଡ୍ୟାମରୁ ପ୍ରାୟ ୫ ଲକ୍ଷ କ୍ୟୁସେକ ଜଳ ଏକତରଫା ଭାବରେ ଛଡ଼ାଯିବାରୁ ବେଙ୍ଗଲରେ ବନ୍ୟା ଆସିଛି । ଗୁରୁବାର ଦିନ ମମତା ବାନାର୍ଜୀ ଝାଡ଼ଖଣ୍ଡ ସରକାରଙ୍କୁ ଟାର୍ଗେଟ କରିବା ସହ ଆଗାମୀ ୩ ଦିନ ଲାଗି ଅନ୍ତରାଜ୍ୟ ସୀବା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଟିଏମସି ଏବଂ ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ଜୋର ଧରିଛି । ଦାମୋଦର ଘାଟି ନିଗମ ସହ ବୁଝାମଣା ରଦ୍ଦ କରିବା ଏବଂ ଝାଡ଼ଖଣ୍ଡ ସହ ସୀମା ସିଲ କରିବାକୁ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଛି । ବିଜେପି ବିଧାୟକ ସୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇ କହିଛନ୍ତି, ‘ଝାଡ଼ଖଣ୍ଡ ସହ ସୀମା ଜଲଦି ଖୋଲ । ନଚେତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯିବ ।’ 

  • pm narendra modi
  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.