ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କୋଲକାତା କାଣ୍ଡରେ ପୂର୍ବତନ ପ୍ରିନ୍ସିପାଲ-ଥାନା ପ୍ରଭାରୀଙ୍କର ବଢିଲା ରିମାଣ୍ଡ, ସନ୍ଦୀପ ଘୋଷଙ୍କ ନାର୍କୋ ଟେଷ୍ଟ ଦାବି

ନୂଆଦିଲ୍ଲୀ : କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ମାମଲାର ଯାଞ୍ଚ ଜାରି ରହିଛି। କୋର୍ଟ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଓ ତାଲା ପୁଲିସ ଷ୍ଟେସନ ପ୍ରଭାରୀ ଅଭିଜିତ ମଣ୍ଡଳଙ୍କୁ ୨୫ ସେପ୍ଟେମ୍ୱର ଯାଏ ସିବିଆଇ ହେପାଜତରେ ପଠାଇ ଦେଇଛନ୍ତି। ଏହାସହ , ଯାଞ୍ଚ ଏଜେନ୍ସି ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ନାର୍କୋ ଆନାଲିସିସ ଟେଷ୍ଟ କରିବାକୁ କୋର୍ଟରୁ ଅନୁମତି ମାଗିଛି। ଏହା ବ୍ୟତୀତ , ସିବିଆଇର ସ୍ପେଶାଲ କ୍ରାଇମ୍‌ ବ୍ରାଞ୍ଚ ଏସଏଚଓ  ଅଭିଜିତ ମଣ୍ଡଳଙ୍କର ପଲିଗ୍ରାଫ ଟେଷ୍ଟ କରାଇବାକୁ ଚାହୁଁଛି। ଏହାର ଅନୁମତି ନେବାକୁ ସିୟାଲଦହ କୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏବେ ଏହା ଦେଖିବାର କଥା କି, କୋର୍ଟଙ୍କ ଠାରୁ ତାଙ୍କର ଅନୁମୋଦନ ମିଳୁଛି କି ନାହିଁ।

ଏହା ପୂର୍ବରୁ କୋର୍ଟ ସିବିଆଇର ଏହି ଆବେଦନକୁ ଖାରଜ କରି ଦେଇ ଥିଲେ, ଯେଉଁଥିରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ନାର୍କୋ ଟେଷ୍ଟର ଅନୁମତି ମଗାଯାଇ ଥିଲା। ଜଣେ ଅଧିକାରୀ କହିଛନ୍ତି କି, ଗିରଫ ଅଭିଯୁକ୍ତ ସଞ୍ଜୟ ନାର୍କୋ ଟେଷ୍ଟ କରାଇବାକୁ ମନା କରିଦେଇ ଥିଲା। ସିବିଆଇ ସହ ଜଡ଼ିତ ସୂତ୍ର କହିଛି କି, ରାୟ ଆରମ୍ଭରେ ନାର୍କୋ ପରୀକ୍ଷଣ କରାଇବା ନେଇ ସହମତି ପ୍ରକାଶ କରିଥିଲା , କିନ୍ତୁ ପରେ ସେ ନିଜ କଥାରୁ ଓହରି ଯାଇଥିଲା।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିୟାଲଦହ କୋର୍ଟଙ୍କୁ ଅପିଲ କରିଥିଲା ଯେ, ସେ ତାକୁ ରାୟର ନାର୍କୋ ଚେଷ୍ଟ କରାଇବାକୁ ଅନୁମତି ଦିଅନ୍ତୁ। ଅଧିକାରୀ କହିଛନ୍ତି କି, ଯେବେ ବିଚାରପତି ଅଭିଯୁକ୍ତକୁ ଏହି ବିଷୟରେ ପଚାରିଲେ , ସେ ନାର୍କୋ ପରୀକ୍ଷଣ କରାଇବା ପାଇଁ ରାଜି ହୋଇନ ଥିଲା। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.