ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ମାଳଦ୍ବୀପର କାଙ୍ଗାଳ ଅବସ୍ଥା; ଆର୍ଥିକ ସହାୟତା ପାଇଁ ଭାରତ ଆଗରେ ପତାଉଛି ହାତ

ନୂଆଦିଲ୍ଲୀ,୨୦/୦୯: ଭାରତ ସହିତ ଶତୃତା କରିବା ମାଲଦ୍ୱୀପକୁ ପଡ଼ିଛି ମହଙ୍ଗା। ଯେହେତୁ ଭାରତର ଲୋକମାନେ ମାଳଦ୍ୱୀପକୁ ବୟକଟ୍‌ କରିବା ଆରମ୍ଭ କରିସାରିଛନ୍ତି, ମାଳଦ୍ୱୀପ ପ୍ରତିଦିନ କୋଟି କୋଟି ଟଙ୍କାର କ୍ଷତି ସହୁଛି। ମାଳଦ୍ୱୀପର ଆୟ ପର୍ଯ୍ୟଟକ ଏବଂ ପର୍ଯ୍ୟଟନ ଉପରେ ଅଧିକ ନିର୍ଭରଶୀଳ। ଏଭଳି ପରିସ୍ଥିତିରେ ତାଙ୍କର ରୋଜଗାର ବର୍ତ୍ତମାନ ବୟକଟ୍‌ ଯୋଗୁଁ ଏକ ବଡ଼ କ୍ଷତି ସହିଛି। ପରିସ୍ଥିତିର ମୁକାବିଲା ପାଇଁ ମାଳଦ୍ୱୀପ ବାରମ୍ବାର ଭାରତକୁ ଅନୁରୋଧ କରୁଛି ଏବଂ ଭାରତ ଅନେକ ଥର ଏହାକୁ ସାହାଯ୍ୟ କରିଛି। ପୁଣିଥରେ ଭାରତ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ମାଲଦ୍ୱୀପକୁ ନିଜର ସାହାଯ୍ୟର ହାତ ବଢ଼ାଇଛି।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମାଳଦ୍ୱୀପର ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ୫୦ ମିଲିୟନ ଆମେରିକୀୟ ଡଲାରର ଟ୍ରେଜେରୀ ବିଲକୁ ସବସ୍କ୍ରାଇବ କରିଛି। ଏହି ସବସ୍କ୍ରିପ୍‌ସନ୍‌ ଏକ ବର୍ଷର ଅବଧି ପାଇଁ ହୋଇଥିବା ବେଳେ ଏହା ୧୯ ସେପ୍ଟେମ୍ବର ୨୦୨୪ ରୁ ଆରମ୍ଭ ହୋଇଛି। ଟ୍ରେଜେରୀ ବିଲ୍‌କୁ ସବସ୍କ୍ରାଇବ କରିବା ଅର୍ଥ ହେଉଛି ଏସବିଆଇ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମାଲଦ୍ୱୀପ ସରକାରଙ୍କୁ ଟଙ୍କା ଋଣ ଦେଉଛି।

ଏହାପୂର୍ବରୁ ମେ ୨୦୨୪ ରେ, ମାଲଦ୍ୱୀପ ସରକାରଙ୍କ ଅନୁରୋଧ କ୍ରମେ ଏସବିଆଇ ସମାନ କୌଶଳକ୍ରମେ ୫୦ ମିଲିୟନ୍ ଆମେରିକୀୟ ଡଲାରର ଟି-ବିଲ୍ ସବସ୍କ୍ରାଇବ କରିଥିଲା। ଜରୁରୀ ଆର୍ଥିକ ସହାୟତା ପାଇଁ ମାଲଦ୍ୱୀପ ସରକାରଙ୍କ ଅନୁରୋଧ କ୍ରମେ ଏହି ସବ୍‌ସ୍କ୍ରିପସନ୍‌ ପ୍ରସ୍ତୁତ କରାଯାଇଛି। ଟ୍ରେଜେରୀ ବିଲ୍ ହେଉଛି ସରକାରଙ୍କ ଦ୍ୱାରା ଦିଆଯାଇଥିବା ସ୍ୱଳ୍ପ ମିଆଦି ଋଣ ବ୍ୟବସ୍ଥା (ସର୍ଟ-ଟର୍ମ ଡେଟ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ସ), ଏହାର ବ୍ୟବହାର ସରକାର ଏହାର ସ୍ୱଳ୍ପ ମିଆଦି ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରନ୍ତି । ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ମୁସା ଜମିର ବର୍ତ୍ତମାନ ଶ୍ରୀଲଙ୍କାରେ ଅଛନ୍ତି। ନିକଟରେ ଜାମିର ଦାବି କରିଛନ୍ତି ଯେ ଦେଶ ଯେଉଁ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଛି ଏହା ଅସ୍ଥାୟୀ ଅଟେ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ସାହାଯ୍ୟ ମାଗିବାର କୌଣସି ଆବଶ୍ୟକତା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.