ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

BharatPe ଦୁର୍ନୀତି ମାମଲା, ଅଶନୀର ଗ୍ରୋଭରଙ୍କ ପରିବାର ସଦସ୍ୟ ଗିରଫ

Image Courtesy: ndtv

ନୂଆଦିଲ୍ଲୀ: କମ୍ପାନିରେ ଆର୍ଥିକ ହେରଫେର ମାମଲାରେ ଭାରତ ପେ’ର ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭରଙ୍କ ପରିବାର ସଦସ୍ୟ ଦୀପକ ଗୁପ୍ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) । ଦୀପକ ଗୁପ୍ତାଙ୍କୁ ପଚରା ଉଚରା ପରେ ଶୁକ୍ରବାର ନିୟମ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି ବୋଲି ଇଓଡବ୍ଲୁ ଡିସିପି ରାଜା ବାନ୍ଥିଆ କହିଛନ୍ତି । ମେ’ ୨୦୨୩ରେ  ଅଶନୀର ଗ୍ରୋଭର ଏବଂ ପତ୍ନୀ ମାଧୁରୀ ଜୈନଙ୍କ ବିରୋଧରେ ହୋଇଥିବା ମାମଲାରେ ଦୀପକ ଗୁପ୍ତାଙ୍କ ନାଁ ସାମିଲ ଥିଲା ।  

ସେପ୍ଟେମ୍ବର ୧୯ ରାତିରେ ଗିରଫ ହୋଇଥିବା ଦୀପକ ଗୁପ୍ତା, ମାଧୁରୀ ଜୈନଙ୍କ ଭଉଣୀଙ୍କ ସ୍ବାମୀ ।  ମିଳିଥିବା ସୂଚନା ଅନୁସାରେ, ଦୀପକ ଗୁପ୍ତା ଭାରତ ପେ’ର କ୍ରୟ ପ୍ରମୁଖ ଥିଲେ । ତାଙ୍କ ସମୟରେ କମ୍ପାନିରେ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଅମିତ ବଂଶଲଙ୍କୁ ଗିରଫ କରିଥିଲା ଅର୍ଥନୈତିକ ଅପରାଧ ଶାଖା । 

ଅମିତ ବଂଶଲଙ୍କ ବୟାନ କ୍ରମେ ମାମଲାରେ ଦୀପକ ଗୁପ୍ତାଙ୍କ ସଂପୃକ୍ତି ସଂପର୍କରେ ଜଣାପଡ଼ିଥିଲା । ଭାରତ ପେ’ରେ ପ୍ରାୟ ୮୧ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ଏହାକୁ ନେଇ ଡିସେମ୍ବର ୨୦୨୨ରେ କମ୍ପାନି ପକ୍ଷରୁ ଅଶନୀର ଗ୍ରୋଭର, ମାଧୁରୀ ଜୈନ,   ଶ୍ବେତାଙ୍କ ଜୈନ( ମାଧୁରୀଙ୍କ ଭାଇ), ସୁରେଶ ଜୈନ (ଅଶନୀରଙ୍କ ଶ୍ବଶୁର) ଏବଂ ଦୀପକ ଗୁପ୍ତା (ମାଧୁରୀଙ୍କ ଭିଣୋଇ)ଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.