ପ୍ରମୂଖ ଖବର
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଖଟିରେ କମିଶନରେଟ୍‌ ପୁଲିସର ଚଢ଼ଉ: ୮୩ ମଦ୍ୟପ ଅଟକ, ୬୯ ଜଣ ଗଣିଲେ ତଣ୍ଡ

ଭୁବନେଶ୍ୱର,୨୦/୦୯: କମିଶନରେଟ୍‌ ପୁଲିସ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ଼ ଅଭିଯାନକୁ କଡ଼ାକଡ଼ି କରାଯାଇଛି । ବୁଧବାର ରାତିରେ ବିଭିନ୍ନ ଥାନା ଅଞ୍ଚଳରେ ଥିବା  ମଦ୍ୟପ ଖଟିରେ ଚଢ଼ଉ କରାଯାଇ ୮୩ ମଦ୍ୟପଙ୍କୁ ଅଟକ ରଖାଯାଇଛି । ୬୯ ଜଣଙ୍କଠାରୁ ୩୪ ହଜାର  ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।  

କମିଶନରେଟ୍‌ ପୁଲିସ ପକ୍ଷରୁ ମିଳିଥିବା  ସୂଚନା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ  ମଦ୍ୟପାନ, ବିଭିନ୍ନ ଖଟି ତଥା ଯାନବାହନ  ଯାଞ୍ଚ କରାଯିବା ସହିତ ଅନ୍ୟାନ୍ୟ ଅପରାଧିକ  କାର୍ଯ୍ୟକଳାପ ବିରୋଧରେ ଧରପଗଡ଼ କରାଯାଇ  ଆଇନ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ  କରାଯାଉଛି । ଏହିକ୍ରମରେ ଗତକାଲି ସନ୍ଧ୍ୟାରେ  କ୍ୟାପିଟାଲ ଥାନା, ଖାରବେଳନଗର ଥାନା,  ଭରତପୁର ଥାନା, ଲକ୍ଷ୍ମୀସାଗର ଥାନା, ବଡ଼ଗଡ଼ ଥାନା,  ମୈତ୍ରୀବିହାର ଥାନା, ଖଣ୍ଡଗିରି ଥାନା, ସହିଦନଗର  ଥାନା, ନୟାପଲ୍ଲୀ ଥାନା ଓ ଚନ୍ଦ୍ରଶେଖରପୁର ଥାନା  ତରଫରୁ ବିଭିନ୍ନ ସ୍ଥାନରେ ମିଳିତ ଭାବେ ଧରପଗଡ  କରାଯାଇଥିଲା । ଏହି ଧରପଗଡ଼ ଅଭିଯାନ  ସମୟରେ ମୋଟ ୮୩ ଜଣ ନିୟମ ଖିଲାପକାରୀଙ୍କୁ  ବିଭିନ୍ନ ଥାନାରେ ଅଟକ ରଖାଯାଇଥିଲା । ଓଡ଼ିଶା  ସହରାଞ୍ଚଳ ପୁଲିସ ଆଇନ୍‌ ଅନୁଯାଇ ୬୯ ଜଣଙ୍କ  ନିକଟରୁ ମୋଟ ୩୪ ହଜାର ୫୦୦ଟଙ୍କା ଜରିମାନା  ଆଦାୟ କରାଯାଇଥିଲା । ଭୁବନେଶ୍ୱର ସହରାଞ୍ଚଳ  ପୁଲିସ ତରଫରୁ ଏହିଭଳି ଧରପଗଡ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରିରହିବ ବୋଲି  କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.