ନୂଆଦିଲ୍ଲୀ : ଭାରତୀୟ ବିଦେଶ ମନ୍ତ୍ରାଳୟ (ଏମଇଏ) ନିକଟରେ ରୟଟର୍ସ ଦ୍ୱାରା ପ୍ରକାଶିତ ସେହି ରିପୋର୍ଟକୁ ଖାରଜ କରିଛି , ଯେଉଁଥିରେ ଦାବି କରାଯାଇ ଥିଲା କି, ଭାରତୀୟ ଗୋଳା-ବାରୁଦକୁ ୟୁକ୍ରେନକୁ ପଠାଯାଉଛି। ରିପୋର୍ଟରେ ପ୍ରତିକ୍ରିୟା ଦେଇ ବିଦେଶ ମନ୍ତ୍ରଣାଳୟ ଏହା କାଳ୍ପନିକ ଓ ଭ୍ରମାତ୍ମକ ଦର୍ଶାଇଛି ଏବଂ କହିଛି- ଏଥିରେ ଭାରତ ଉପରେ ଲଗାଯାଇ ଥିବା ଅଭିଯୋଗ ଭିତ୍ତିହୀନ ଏବଂ ଏଥିରେ କୌଣସି ସତ୍ୟତା ନାହିଁ। ଏଥିରେ ଭାରତ ଉପରେ ଯେଉଁ ଉଲ୍ଲଘଂନର ଅଭିଯୋଗ ଲଗାଯାଇଛି , ତାହା ସଂପୂର୍ଣ୍ଣ ରୂପେ ମିଥ୍ୟା ଓ ଧୂର୍ତ୍ତତାପୂର୍ଣ୍ଣ।
ଭାରତର ଗୋଳା-ବାରୁଦ ୟୁରୋପ ରାସ୍ତା ଦେଇ ପହଁଞ୍ଚୁଛି ୟୁକ୍ରେନ୍, ଋଷ ପ୍ରକାଶ କଲା ଅସନ୍ତୋଷ
ଏମଇଏ ଏହା ମଧ୍ୟ କହିଛି ଯେ, ଭାରତର ଅନ୍ତରାଷ୍ଟ୍ରୀୟ କର୍ତ୍ତବ୍ୟ ଅନୁସାରେ , ପ୍ରତିରକ୍ଷା ଓ ଡୁଆଲ ୟୁଜ୍ ଜିନିଷର ରପ୍ତାନୀ ସମ୍ୱନ୍ଧରେ ନିର୍ଭୁଲ ରେକର୍ଡ ରହିଛି। ଏମଇଏ ଅନୁସାରେ , ଭାରତ ନିଜର ଅନ୍ତରାଷ୍ଟ୍ରୀୟ ଦାୟିତ୍ୱର ସଂପୂର୍ଣ୍ଣ ରୂପେ ପାଳନ କରିଥାଏ ଏବଂ ଏହା ରପ୍ତାନୀ ପାଇଁ ଏକ ଦୃଢ ଆଇନ ଓ ନିୟାମକ ଢାଞ୍ଚା ରଖିଥାଏ। ଏଥିରେ ସବୁ ପ୍ରାସଙ୍ଗିକ ମାନଦଣ୍ଡକୁ ସମଗ୍ର ରୂପେ ସମୀକ୍ଷା କରାଯାଏ, ଯେଉଁଥିରେ ଅନ୍ତିମ ୟୁଜରର ଦାୟିତ୍ୱ ଓ ପ୍ରମାଣପତ୍ର ଗୁଡିକର ମଧ୍ୟ ମୂଲ୍ୟାଙ୍କନ ସାମିଲ ହୋଇଥାଏ। ଏହି ବୟାନରୁ ସ୍ପଷ୍ଟ ଯେ, ଭାରତ ନିଜର ପ୍ରତିରକ୍ଷା ରପ୍ତାନୀ ମାମଲାରେ ସଂପୂର୍ଣ୍ଣ ସ୍ପଷ୍ଟ ଓ ଦାୟିତ୍ୱବାନ। କୌଣସି ପ୍ରକାରର ଅନ୍ତରାଷ୍ଟ୍ରୀୟ ସନ୍ଧି ଓ ଚୁକ୍ତିର ଉଲ୍ଲଂଘନ କରାଯାଇ ନାହିଁ। ଏମଇଏ ରୟଟର୍ସର ରିପୋର୍ଟକୁ ଭ୍ରମିତ କରୁଥିବା ଦର୍ଶାଇଛି ଏବଂ କହିଛି ଏଥିରେ ଭାରତର ଛବିକୁ ଭୁଲ ଢଙ୍ଗରେ ପ୍ରସ୍ତୁତ କରାଯାଇଛି।
କହି ରଖୁଛୁ କି , ଏହା ପୂର୍ବରୁ ରୟଟର୍ସ ଏକ ରିପୋର୍ଟରେ ଦାବି କରିଛି ଯେ, ଭାରତୀୟ ଅସ୍ତ୍ରଶସ୍ତ୍ର ନିର୍ମାତାଙ୍କ ଦ୍ୱାରା ବିକ୍ରି କରାଯାଉ ଥିବା ତୋପର ଗୋଳା ବାରୁଦ ୟୁରୋପ ମଧ୍ୟ ଦେଇ ୟୁକ୍ରେନକୁ ପହଞ୍ଚା ଯାଉଛି। କୁହାଯାଇଛି କି, ରୁଷ୍ର ବିରୋଧ ସତ୍ତ୍ୱେ ଭାରତ ଏହାକୁ କିଣା ବିକାକୁ ରୋକିବା ପାଇଁ ଏବେସୁଦ୍ଧା କୌଣସି ହସ୍ତକ୍ଷେପ କରିନାହିଁ। ଅନେକ ଭାରତୀୟ ଓ ୟୁରୋପୀୟ ଅଧିକାରୀଙ୍କ ସହ ସୀମା ଶୁଳ୍କ ଡାଟା ମୁତାବିକ, ରୁଷ୍ ବିରୋଧରେ ୟୁକ୍ରେନ ହମଲା ପାଇଁ ଗୋଳା ବାରୁଦର ଏହି ରପ୍ତାନୀ ବର୍ଷେରୁ ଅଧିକ ସମୟ ଧରି ଚାଲିଛି।