ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଯେମିତି ମହାକାଶରେ ଫସିଲେ ସୁନୀତା ୱିଲିୟମ୍ସ , ସେମିତି ଘଟିବାକୁ ଚାହେଁନି ଭାରତ : ଗଗନଯାନକୁ ନେଇ ଇସ୍ରୋ ମୁଖ୍ୟଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଚଳିତ ବର୍ଷର ଶେଷ ସୁଦ୍ଧା ଗଗନଯାନ ମିଶନର ଲଞ୍ଚ ପାଇଁ ପ୍ରସ୍ତୁତି ସରି ଯାଇଛି। ହେଲେ ଇସ୍ରୋର ଅଧ୍ୟକ୍ଷ ଏସ୍‌ ସୋମନାଥ ଶୁକ୍ରବାର କହିଛନ୍ତି ଯେ, ଗଗନଯାନକୁ ନେଇ ଆମକୁ ସାବଧାନତାର ସହ ପଦକ୍ଷେପ ନେବାକୁ ହେବ। ସେ ଏହି କଥା ଉପରେ ଜୋର ଦେଇଛନ୍ତି ଯେ ,ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) କୌଣସି ବି ବିପଦରୁ ବର୍ତ୍ତିବା ପାଇଁ ପୂରା ସାବଧାନତା ଆପଣାଇଛି। ସେ ନାସାର ଏକ ମିଶନର କଥା କହିଛି, ଯାହା ଅନୁସାରେ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲମୋର ଭଳି ପ୍ରସିଦ୍ଧ ମହାକାଶ ଯାତ୍ରୀ ଏବେ ବି ମହାକାଶରେ ହିଁ ଫସିଛନ୍ତି। 

ଗଗନଯାନ ଭାରତର ପ୍ରଥମ ମାନବ ମିଶନ , ଯାହାକୁ ନିକଟରେ କେନ୍ଦ୍ରୀୟ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ଦିଆଯାଇଛି। ଏସ୍‌ ସୋମନାଥ ବୋଇଂ ଷ୍ଟାରଲାଇନରର ଉଦାହରଣ ଦେଇ କହିଛନ୍ତି , ଆମେ ଚାହୁଁ ନାହୁଁ କି , ଆମ ସହ ମଧ୍ୟ ସେମିତି ଘଟୁ , ଯେମିତି ବୋଇଂ ଷ୍ଟାରନାଇନର ସହ ହୋଇଛି। ଏଥିପାଇଁ ଆମେ ବହୁତ ସାବଧାନତା ଅବଲମ୍ୱନ କରିବା ଜରୁରୀ।

କହି ରଖୁଛୁ କି, ନାସାର ବୋଇଂ ଷ୍ଟାରନାଇନର ଦୀର୍ଘ ଦିନର ପ୍ରତୀକ୍ଷା ପରେ ଚଳିତ ବର୍ଷ ଜୁନ୍‌ରେ ଦୁଇ ଜଣ ଆଷ୍ଟ୍ରୋନାଟଙ୍କ ସହ ମହାକାଶ ପାଇଁ ଉଡ଼ାଣ ଭରି ଥିଲା। ହେଲେ ଯାନର ଥ୍ରଷ୍ଟରରେ ସମସ୍ୟା ଆସିବା ଓ ହିଲିୟମ୍‌ ଲିକ୍‌ ହେବା କାରଣରୁ ତାହା ମହାକାଶ ଯାତ୍ରୀଙ୍କୁ ପୃଥିବୀକୁ ଆଣିବାରେ ଅସଫଳ ରହିଥିଲା। ଏହି କାରଣରୁ ଦୁଇ ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲମୋର ଏବେ ବି ମହାକାଶରେ  ଅଛନ୍ତି ଏବଂ ତାଙ୍କୁ ଆସନ୍ତା ବର୍ଷ ସୁଦ୍ଧା ସେଠାରେ ରହିବାକୁ ହେବ। କାରଣ ଆମେରିକୀୟ ମହାକାଶ ଏଜେନ୍ସି ନାସା ତାଙ୍କର ଫେରିବାକୁ ନେଇ ବହୁତ ବିପଦପୂର୍ଣ୍ଣ କହିଛି ।ଭାରତ ନାସାର ଏହି ମିଶନରୁ ଅନେକ କିଛି ଶିଖିବାକୁ ପାଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.