ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଘରୋଇ ରାଜନୀତିକୁ ନେଇ ଚିନ୍ତାରେ ନେତନ୍ୟାହୁ , ଭାଙ୍ଗିଲେ ୱାର୍ କ୍ୟାବିନେଟ୍

ଜେରୁସେଲମ୍‌ – ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ପାଇଁ ମୁସ୍କିଲ ବଢିବାରେ ଲାଗିଛି। ବିଶ୍ୱ ସ୍ତରରେ ଲଗାତାର ଚାପର ସାମ୍ନା କରୁଥିବା ନେତନ୍ୟାହୁଙ୍କୁ ଏବେ ଘରୋଇ ଭାବେ ମଧ୍ୟ ପ୍ରବଳ ଚାପର ସମ୍ମୁଖୀନ ହେବାକୁ ପଡ଼ୁଛି। ନେତନ୍ୟାହୁ ଗାଜାରେ ଜାରି ଯୁଦ୍ଧକୁ ନେଇ ଗଠିତ ୬ ସଦସ୍ୟ ବିଶିଷ୍ଟ ୱାର କ୍ୟାବିନେଟ୍‌କୁ ଭାଙ୍ଗି ଦେଇଛନ୍ତି।

ଇସ୍ରାଏଲରେ ବର୍ତ୍ତମାନ ସମୟରେ ମେଣ୍ଟ ସରକାର ଚାଲିଛି। ନେତନ୍ୟାହୁ ଏହି ମେଣ୍ଟ ସରକାରର ନେତୃତ୍ୱ ନେଉଛନ୍ତି। ମେଣ୍ଟର ଜଣେ ସଦସ୍ୟ ବୈନି ଗେଣ୍ଟଜ୍‌ କିଛି ଦିନ ପୂର୍ବେ ମେଣ୍ଟରୁ ଦୂରେଇ ଯାଇଥିଲେ। ଏହାପରେ ଏହି ସମ୍ଭାବନା କରାଯାଉ ଥିଲା ଯେ ୱାର କ୍ୟାବିନେଟ୍‌କୁ ଭଙ୍ଗ କରାଯାଇ ପାରେ।

ମେଣ୍ଟ ସହ ରାଷ୍ଟ୍ରବାଦୀ ଓ ଧାର୍ମିକ ପାର୍ଟିଙ୍କ ଦ୍ୱାରା ଲଗାତାର ସେମାନଙ୍କୁ ୱାର କ୍ୟାବିନଟ୍‌ରେ ସାମିଲ କରିବାରୁ ଦାବି କରାଯାଉ ଥିଲା । ଇସ୍ରାଏଲୀୟ ଅର୍ଥ ମନ୍ତ୍ରୀ ଓ ନ୍ୟାସନାଲ ସିକ୍ୟୁରିଟି ମନ୍ତ୍ରୀ ମଧ୍ୟ ଏହି କ୍ୟାବିନେଟର ସଦସ୍ୟ ଅଛନ୍ତି। 

ଇସ୍ରାଏଲରେ କୌଣସି ବି ଯୁଦ୍ଧର ସମୟରେ ୱାର୍‌ କ୍ୟାବିନେଟ୍‌ର ଗଠନ କରାଯାଏ, ଯାହା ଏହି ଯୁଦ୍ଧ ସହ ଜଡ଼ିତ କୌଣସି ବି ନିଷ୍ପତ୍ତି ନେଇଥାଏ। ଉଲ୍ଲେଖନୀୟ ଯେ , ଇସ୍ରାଏଲ ପ୍ରତିଦିନ କିଛି ଘଣ୍ଟା ପାଇଁ ଯୁଦ୍ଧକୁ ରୋକିବାକୁ ନିଷ୍ପତ୍ତି ନେଇଥିଲା। ଏହି ଅନୁସାରେ, ସ୍ଥାନୀୟ ସମୟାନୁସାରେ ସକାଳ ୮ ଟାରୁ ନେଇ ସନ୍ଧ୍ୟା ୭ଟା ଯାଏ ଇସ୍ରାଏଲୀୟ ସେନାର ହମଲା ବନ୍ଦ ରହିବ, ଏହି ସୀମିତ ଯୁଦ୍ଧ ବିରାମରେ ରିଲିଫ୍‌ ସାମଗ୍ରୀକୁ ଉତ୍ତର ଆଡ଼କୁ ପହଞ୍ଚାଇବାରେ ସହଜ ହେବ।

ସରକାରଙ୍କ ନିଷ୍ପତ୍ତିକୁ ନେଇ ଦକ୍ଷିଣ ପନ୍ଥୀ ଗୋଷ୍ଠୀ ଅସନ୍ତୋଷ ବ୍ୟକ୍ତ କରିଥିଲା। ଏହି ଗୋଷ୍ଠୀ ନେତନ୍ୟାହୁ ସରକାରରେ ମଧ୍ୟ ସାମିଲ। ଏହି ସ୍ଥିତିରେ ଏହି ଗୋଷ୍ଠୀର ପ୍ରଶ୍ନରେ ସେନା ଜବାବ ଦେଇ ଭରସା ଦେଇଥିଲା କି ଏହି ବିରାମର ଅର୍ଥ ଯୁଦ୍ଧ ଶେଷ ହେବା କେବେ ନୁହେଁ। ଆମେ ହମାସକୁ ଶେଷ କରିବା ଯାଏ ହମଲା କରି ଚାଲି ଥିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.