ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ମକ୍କା ଓ ମଦିନାରେ ଭୀଷଣ ଗରମ, ହିଟ୍ ଓ୍ବେଭ୍‌ରେ ୧୯ ହଜ ଯାତ୍ରୀଙ୍କ ମୃତ୍ୟୁ

ରିୟାଦ,୧୭।୬: ଭୀଷଣ ଗରମ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ସାଉଦି ଆରବକୁ ହଜ୍ ଯାତ୍ରାରେ ଯାଇଥିବା ଯାତ୍ରୀଙ୍କ ଉପରେ ପଡିଛି। ହିଟ୍‌ଓ୍ବେଭ କାରଣରୁ ୧୯ ଜଣ ହଜଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ପ୍ରବଳ ଗରମ ଯୋଗୁଁ ହଜ୍‌ ଯାତ୍ରୀଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜର୍ଡନ ଓ ଇରାନର ନାଗରିକ ରହିଛନ୍ତି।

ପ୍ରତି ବର୍ଷ ହଜ୍ ଯାତ୍ରା ବେଳେ ଲକ୍ଷାଧିକ ସଂଖ୍ୟାରେ ମୁସଲମାନ ସାଉଦି ଆରବ ଆସି ମକ୍କା ଓ ମଦିନା ଗସ୍ତ କରିଥାନ୍ତି। ହଜ୍ ଦୁନିଆର ସବୁଠାରୁ ବଡ଼ ଧାର୍ମିକ ସଭା ଭିତରୁ ଅନ୍ୟତମ। ମୁସଲମାନ ସମ୍ପ୍ରଦାୟରେ ଏଭଳି କୁହାଯାଏ ଯେ, ମକ୍କା ଓ ମଦିନା ଖୁବ୍ ପବିତ୍ର ସ୍ଥଳ। ସବୁ ମୁସଲମାନଙ୍କୁ ଅତି କମ୍ରେ ଥରେ ହଜ୍ ଯାତ୍ରାରେ ଯିବା ଦରକାର। ଚଳିତ ବର୍ଷ ସାଉଦି ଆରବରେ ଯାତ୍ରୀଙ୍କୁ ଭୀଷଣ ଗରମର ସାମନା କରିବାକୁ ପଡିଛି। ଦିନ ସମୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। 

ଚଳିତ ବର୍ଷ ହଜ୍ ଯାତ୍ରାରେ ୧.୮ ମିଲିୟନ ମୁସଲମାନ ଯାଇଛନ୍ତି। ତେବେ ଏଥର  ଯାତ୍ରାରେ ବୟସ୍କ ଲୋକଙ୍କୁ ବିଶେଷ ଭାବରେ ଅସୁବିଧାର ସାମନା କରିବାକୁ ପଡିଛି। ପ୍ରବଳ ଗରମ ଓ ଗୁଳୁଗୁଳି କାରଣରୁ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ଅନ୍ୟ ୧୭ ଜଣ ନିଖୋଜ ହୋଇଯାଇଛନ୍ତି। ତେବେ ତାଙ୍କର ମୃତ୍ୟର କାରଣ ସ୍ପ‌ଷ୍ଟ ହୋଇପାରିନି। ତେବେ ଏହା ପ୍ରଥମ ଥର ନୁହେଁ। ବିଭିନ୍ନ ଦେଶ ଦ୍ବାରା ଘୋଷିତ ସଂଖ୍ୟା ଅନୁସାରେ, ଗତ ବର୍ଷ ହଜ୍ ଯାତ୍ରା ବେଳେ ୨୪୦ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଥିରେ ଅଧିକାଂଶ ଇଣ୍ଡୋନେସିଆର ଥିଲେ। ସେତେବେଳେ ବି ମୃତ୍ୟୁର କାରଣ କୁହାଯାଇନଥିଲା।  

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.