ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

୧୧ ଲକ୍ଷ ଠକେଇ ପରେ ବି...ଠକ ପ୍ରେମରେ ପଡ଼ିଲେ ମହିଳା

ନୂଆଦିଲ୍ଲୀ  ୧୭/୦୬: ଚୀନ୍‌ରୁ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି । ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମରେ ପୀଡ଼ିତ ଜଣେ ମହିଳା ଜଣେ ଠକେଇ ଅଭିଯୁକ୍ତର ପ୍ରେମରେ ପଡ଼ିବା ସହ ତାଙ୍କ ସହ ମିଶି ଏହି କାମରେ ସମ୍ପୃକ୍ତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏଠାକାର ଜଣେ ମହିଳା ୧୧ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ । ସ୍କାମର ତାଙ୍କର ଏତେ ବଡ଼ କ୍ଷତି କରିବା ସତ୍ତେ୍ୱ ମହିଳା ଜଣ ଅଭିଯୁକ୍ତଙ୍କ ବାବଦରେ ସକାରାତ୍ମକ ବିଚାର ରଖିଥିଲେ । ଏପରିକି ମହିଳା ଜଣକ ସେହି ସ୍କାମର ସହ ମିଶି ଠକେଇ କାମରେ ଲାଗିଥିଲେ ଏବଂ ଅନ୍ୟମାନଙ୍କୁ ଠକିଥିଲେ । 

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ସେହି ମହିଳାଙ୍କ ନାମ ହୁ’ । ଗତବର୍ଷ ମେ’ରେ ସେ ଏକ ଅନ୍‌ଲାଇନ ଡେଟିଂ ପ୍ଲାଟଫର୍ମରେ ମ୍ୟାଁମାରର ଚେନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଚିହ୍ନିଥିଲେ । ଚେନ୍‌ ମହିଳା ଜଣଙ୍କୁ କହିଥିଲେ ଯେ ତାଙ୍କ ପାଖରେ ଅଧିକ ରିଟର୍ଣ୍ଣ ଦେଉଥିବା ନିବେଶ ଯୋଜନା ରହିଛି । ତାଙ୍କ ପାଖରେ ଥିବା ଇନ୍‌ଭେଷ୍ଟମେଣ୍ଟ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଚେନ୍‌ ମହିଳା ଜଣଙ୍କୁ ପ୍ରବର୍ତ୍ତାଇ ଥିଲେ । ଚେନ୍‌ଙ୍କ କଥାରେ ରାଜି ହୋଇ ହୁ’ ସେହି ଆକାଉଣ୍ଟରେ ଟଙ୍କା ରଖିଥିଲେ । ହେଲେ ସେହି ଆକାଉଣ୍ଟରୁ ଟଙ୍କା କାଢ଼ି ନ ପାରିବାରୁ ସେ ଠକେଇର ଶିକାର ହୋଇଥିବା ହୁ’ ଜାଣିବାକୁ ପାଇଥିଲେ । ହେଲେ ଚେନ୍‌ ଏହି ଠକେଇ କରି ନ ଥିବା ଏବଂ ସେ ନିଜେ ମଧ୍ୟ ଠକେଇର ଶିକାର ହୋଇଥିବା ହୁ’ଙ୍କୁ କହିଥିଲେ । ଏଥିରୁ ମୁକୁଳିବା ପାଇଁ ଚେନ୍‌ ହୁ’ଙ୍କୁ ସହାୟତା ମାଗିଥିଲେ ।

ଏଥିସହ ଚେନ୍‌ ଚୀନ୍‌ ଯିବାକୁ ଚାହୁଁଥିବା କହିଥିଲେ । ଏଥିପାଇଁ ଏକ ଗ୍ୟାଙ୍ଗ୍‌କୁ ଟଙ୍କା ଦେବାକୁ ପଡ଼ିବ ବୋଲି ଚେନ୍‌ ହୁ’ଙ୍କୁ କହିଥିଲେ । ଏହାକୁ ହୁ’ ଚେନ୍‌ଙ୍କ ପ୍ରେମ ବୋଲି ଭାବିବା ସହ ତାଙ୍କୁ ଆର୍ଥିକ ସହାୟତା କରିଥିଲେ । ଏପରିକି ହୁ’ ଚେନ୍‌ଙ୍କୁ ତାଙ୍କ ସ୍ୱାମୀ ବୋଲି ଭାବି ନେଇଥିଲେ । ଦୁଇଜଣ ଅନ୍‌ଲାଇନରେ କଥାବାର୍ତ୍ତା ଜାରି ରଖିଥିଲେ । ଚେନ୍‌ ଏହି ଠକେଇ କାମରେ ହୁ’ଙ୍କୁ ମଧ୍ୟ ସାମିଲ କରିଦେଇଥିଲେ । ପୁଲିସ ଗତବର୍ଷ ସେପ୍ଟେମ୍ବରରେ ହୁ’ଙ୍କୁ ଗିରଫ କରିଥିଲା । ମାମଲା ଚାଲିବା ପରେ ହୁ’ ତାଙ୍କ ଅପରାଧ ସ୍ୱୀକାର କରିଥିଲେ । ପରେ ହୁ’ ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ ଭଳି ମାନସିକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହି ରୋଗରେ ପୀଡ଼ିତ ବ୍ୟକ୍ତି ସାମ୍‌ନା ଲୋକଙ୍କୁ ଅତ୍ୟଧିକ ସହାନୁଭୂତି ଦେଖାଇଥାନ୍ତି । ଏହି କାରଣରୁ ହୁ’ ପ୍ରାୟ ୧୧ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଜାଣିବା ସତ୍ତେ୍ୱ ଅଭିଯୁକ୍ତଙ୍କ କଥାକୁ ବିଶ୍ୱାସ କରି ତାଙ୍କୁ ସହାନୁଭୂତି ଦେଖାଇ ଚାଲିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.