ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ମାଛର ଲମ୍ବ ଅଧ ସେମି, ଶବ୍ଦ ଜେଟ୍‌ ଇଞ୍ଜିନ୍‌ ଭଳି

ନୂଆଦିଲ୍ଲୀ ୧୮/୦୬: ବିଶ୍ୱର ଅନ୍ୟତମ ସବୁଠୁ ଛୋଟ ମାଛ, ଯାହାର ଲମ୍ବ ପ୍ରାୟ ଅଧ ସେଣ୍ଟିମିଟର । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଏହା ଆତସବାଜି କିମ୍ବା ଜେଟ୍‌ ଇଞ୍ଜିନ ଭଳି ଶବ୍ଦ ଉତ୍ପନ୍ନ କରେ । ଏକ ନୂଆ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ମାଛର ନାଁ ‘ଡାନିଓନେଲା ସେରେବ୍ରମ୍‌’ । ୩ ବର୍ଷ ତଳେ ଏହି ମାଛ ପ୍ରଜାତି ଆବିଷ୍କୃତ ହୋଇଥିଲା । ଏହି ମାଛ କ୍ଷୁଦ୍ର ଓ ସ୍ୱଚ୍ଛ । ମ୍ୟାମାଁର୍‌ରେ ଗଭୀର ନଦୀମାନଙ୍କରେ ଏମାନେ ବିଚରଣ କରନ୍ତି । ଏହାର ଗବେଷକ ଟିମ୍‌ କହିଛନ୍ତି, ମାଛର ଲମ୍ବ ୧୨ ମିଲିମିଟରରୁ ଅଧିକ ନୁହେଁ । ତେବେ ଏହାର ଏକ ଅନନ୍ୟ ଶବ୍ଦ-ଉତ୍ପନ୍ନକାରୀ ଅଙ୍ଗ ରହିଛି, ଯାହା ୧୪୦ ଡେସିବଲରୁ ଅଧିକ ଉଚ୍ଚ ଶବ୍ଦ ଉତ୍ପନ୍ନ କରେ ।

ଅଧ୍ୟୟନର ଲେଖକ ଜର୍ମାନୀର ଡ୍ରେସ୍‌ଡେନ୍‌ ସ୍ଥିତ ସେନ୍‌କେନ୍‌ବର୍ଗ ନ୍ୟାଚୁରାଲ ହିଷ୍ଟ୍ରୀ କଲେକ୍ସନ୍‌ସର ଇଚଥିଓଲୋଜିଷ୍ଟ ରାଲ୍‌ଫ ବ୍ରିଟ୍‌ଜ କହିଛନ୍ତି, ମାଛଟି ୧୦-୧୨ ମିଲିମିଟର ଦୂରରେ ୧୪୦ ଡେସିବଲରୁ ଅଧିକ ଉଚ୍ଚ ଶବ୍ଦ ଉତ୍ପନ୍ନ କରିପାରେ । ଯେତେବେଳେ ଏକ ବିମାନ ଉଡ଼ାଣ ଭରେ, ତା’ର ୧୦୦ ମିଟର ଦୂରରେ ଜଣେ ମଣିଷ ଯେତିକି ଶବ୍ଦ ଶୁଣିପାରେ ମାଛ ଉତ୍ପନ୍ନ କରୁଥିବା ଶବ୍ଦକୁ ତା’ସହ ତୁଳନା କରାଯାଇପାରେ । ଅତି କ୍ଷୁଦ୍ର ଆକାରବିଶିଷ୍ଟ ଏକ ଜୀବ ଏତେ ଉଚ୍ଚ ମାତ୍ରାରେ ଶବ୍ଦ ଉତ୍ପନ୍ନ କରିବା ଅତ୍ୟନ୍ତ ଅସାଧାରଣ କଥା । 

ଗବେଷକଙ୍କ ଅନୁସାରେ, ଯଦିଓ ବିଶାଳ ଜନ୍ତୁ ସାଧାରଣତଃ ଛୋଟ ଜନ୍ତୁଙ୍କ ତୁଳନାରେ ଅଧିକ ଉଚ୍ଚ ଶବ୍ଦ ଉତ୍ପନ୍ନ କରିବାରେ ସକ୍ଷମ । ନିର୍ଦ୍ଦିଷ୍ଟ କିଛି ଛୋଟ ପ୍ରଜାତି ଉଚ୍ଚ ଶବ୍ଦ ସୃଷ୍ଟି କରିପାରନ୍ତି । ହାତୀ ନିଜ ଶୁଣ୍ଢ ଜରିଆରେ ୧୨୫ ଡେସିବଲ ପର୍ଯ୍ୟନ୍ତ ଶବ୍ଦ ଉତ୍ପନ୍ନ କରିପାରନ୍ତି । କିନ୍ତୁ ଅତି କ୍ଷୁଦ୍ର ସ୍ନାପର ଶ୍ରିମ୍ପ୍‌ ନିଜର ପଞ୍ଝାକୁ ପ୍ରୟୋଗ କରି ୨୫୦ ଡେସିବଲରୁ ଅଧିକ ଉଚ୍ଚ ଶବ୍ଦ ଉତ୍ପନ୍ନ କରିପାରେ । ଉଡୁନଥିବା ଶୁଆ କାକାପୋ ସମେତ ଅନ୍ୟ ଛୋଟ ଜନ୍ତୁ ଉଚ୍ଚ ଶବ୍ଦ ସୃଷ୍ଟି କରିବାରେ ସକ୍ଷମ । କାକାପୋ ସାଥୀକୁ ଆକର୍ଷିତ କରିବାକୁ ୧୩୦ ଡେସିବଲ ପର୍ଯ୍ୟନ୍ତ ଶବ୍ଦ ଉତ୍ପନ୍ନ କରପାରେ ।

ସେହିପରି ଆନ୍ଥିଆସ୍‌ ନାମକ ଏକ ଅଣ୍ଡିରା ମାଛ ପ୍ରଜାତି ପ୍ରାୟ ୧୦୦ ହର୍ଟଜ ଓ ୧୩୦ ଡେସିବଲର ଶବ୍ଦ ଉତ୍ପନ୍ନ କରି ମାଈ ପ୍ରଜାତିକୁ ଆକର୍ଷିତ କରିବାକୁ ଚେଷ୍ଟ କରେ । ମାଛଙ୍କୁ ପ୍ରାଣୀ ଜଗତର ସବୁଠୁ ଶାନ୍ତ ସଦସ୍ୟ ଭାବେ ବିବେଚନା କରାଯାଏ । ତେବେ କିଛି ପ୍ରଜାତି ଆଶ୍ଚର୍ଯ୍ୟଜନକ ଭାବେ ଅତ୍ୟନ୍ତ ଉଚ୍ଚ ଶବ୍ଦ ଉତ୍ପନ୍ନ କରନ୍ତି ବୋଲି ବ୍ରିଟ୍‌ଜ କହିଛନ୍ତି । ହାଇ-ସ୍ପିଡ୍‌ ଭିଡିଓ ରେକର୍ଡିଙ୍ଗ୍‌, ମାଇକ୍ରୋକମ୍ପ୍ୟୁଟେଡ୍‌ ଟୋମୋଗ୍ରାଫି ଓ ଜିନ୍‌ ଏକ୍ସପ୍ରେସନ୍‌ ବିଶ୍ଳେଷଣ ଜରିଆରେ ଗବେଷକମାନେ ଜାଣିବାକୁ ପାଇଲେ, ଅଣ୍ଡିରା ଡାନିଓନେଲା ସେରେବ୍ରମ୍‌ ସ୍ନେଲ୍‌ଙ୍କର ଶବ୍ଦ ଉତ୍ପନ୍ନ କରିବା ପାଇଁ ଏକ ସ୍ୱତନ୍ତ୍ର ତନ୍ତ୍ରିକା ରହିଛି । ଏହି ତନ୍ତ୍ରିକାରେ ଏକ ଡ୍ରମିଂ ଉପାସ୍ଥି, ଏକ ସ୍ୱତନ୍ତ୍ର ପଞ୍ଜରା ଓ କ୍ଲାନ୍ତି -ପ୍ରତିରୋଧୀ ମାଂସପେଶୀ ରହିଛି । ଅଧ୍ୟୟନ ଅନୁସାରେ, ଶବ୍ଦ ଉତ୍ପନ୍ନ କରିବା ଲାଗି ମାଛ ନିଜର ଟିମ୍ପାନିକ୍‌ ଉପାସ୍ଥିକୁ ନିଜ ବ୍ଲାଡର୍‌ ଉପରେ ପିଟେ । ଏହି ଗତି ଉଚ୍ଚ ଓ ନିମ୍ନ ସାନ୍ଦ୍ରତାରେ ଦ୍ରୁତ ସ୍ପନ୍ଦନ ଉତ୍ପନ୍ନ କରେ । ଅନ୍ୟ କୌଣସି ମାଛ ଶବ୍ଦ ଉତ୍ପନ୍ନ କରିବା ଲାଗି ବାରମ୍ବାର ମାଂସପେଶୀ ସଙ୍କୁଚନକୁ ପ୍ରୟୋଗ କରେ ନାହିଁ । ଡାନିଓନେଲା ସେରେବ୍ରମ୍‌ ବୋଧହୁଏ ପଙ୍କିଳ ଜଳରେ ପରସ୍ପର ସହ ଯୋଗାଯୋଗ କରିବାକୁ ଉଚ୍ଚ ଶବ୍ଦ ଉତ୍ପନ୍ନ କରନ୍ତି ବୋଲି ଗବେଷକମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.