ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଆମେରିକାରେ ୯ କୋଟି କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ , ଭାରତରେ ନମୁନା ସାମ୍ନାକୁ ଆସିବା ପରେ ବଢ଼ିଲା ଭୟ

ନୂଆଦିଲ୍ଲୀ,୧୮/୦୬: ବିଶ୍ୱବ୍ୟାପୀ ଦ୍ରୁତ ଗତିରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସୁଛି । ଆମେରିକାର ୪୮ ପ୍ରଦେଶରେ ୯ କୋଟିରୁ ଅଧିକ କୁକୁଡ଼ାଙ୍କୁ ଏହି ରୋଗ ହୋଇସାରିଲାଣି । ବର୍ତ୍ତମାନ ଏହା ଗାଈମାନଙ୍କ ପର୍ଯ୍ୟନ୍ତ ପହଞ୍ଚିଲାଣି । ଭାରତରେ ବି ଏହାର  ମାମଲା ସାମ୍ନାକୁ ଆସୁଛି । ଏ ସବୁ ଦୃଷ୍ଟିରୁ ବାର୍ଡ ଫ୍ଲୁ ଯୋଗୁ ପରବର୍ତ୍ତୀ  ମହାମାରୀ ଆସିପାରେ ବୋଲି ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌  କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍ସନ୍‌ (ସିଡିସି)ର ପୂର୍ବତନ ନିର୍ଦ୍ଦେଶକ ରବର୍ଟ  ରେଡ୍‌ଫିଲ୍ଡ ଦାବି କରିଛନ୍ତି । 

ବ୍ରିଟିଶ ଗଣମାଧ୍ୟମ ମୁତାବକ, ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ରେଡ୍‌ଫିଲ୍ଡ କହିଛନ୍ତି,  କରୋନା ତୁଳନାରେ ବାର୍ଡ ଫ୍ଲୁରେ ମୃତ୍ୟୁ ହାର ଅଧିକ ରହିଛି ।  କରୋନାରେ ମୃତ୍ୟୁ ହାର ୦.୬% ଥିଲା । କିନ୍ତୁ ବାର୍ଡ ଫ୍ଲୁ କ୍ଷେତ୍ରରେ  ଏହା ୨୫ରୁ ୫୦% । ଡାକ୍ତରଙ୍କ ମୁତାବକ, ବାର୍ଡ ଫ୍ଲୁର ଏଚ୍‌୫ଏନ୍‌୧  ଭୂତାଣୁ ମଣିଷଙ୍କ ମଧ୍ୟରେ ବ୍ୟାପୁଛି । ଏଚ୍‌୫ଏନ୍‌୧ ଦ୍ୱାରା ୧୦  ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହେଉଛି। କିନ୍ତୁ କେବେ ସୁଦ୍ଧା ବାର୍ଡ  ମହାମାରୀର ରୂପ ନେବ, ତାହା ବାବଦରେ ରବର୍ଟ ରେଡ୍‌ଫିଲ୍ଡ କିଛି  କହିନାହାନ୍ତି । ବାର୍ଡ ଫ୍ଲୁ ଇନ୍‌ଫ୍ଲୁଏଞ୍ଜା ଭୂତାଣଠାରୁ ହେଉଥିବା ଏକ  ସଂକ୍ରମଣ । ଏହା ସାଧାରଣତଃ ପକ୍ଷୀ ଓ ପଶୁଙ୍କ ମଧ୍ୟରେ ବ୍ୟାପିଥାଏ ।  ବାର୍ଡ ଫ୍ଲୁର କିଛି ଭାରିଆଣ୍ଟ ଅତ୍ୟନ୍ତ ଘାତକ । ତେବେ ଏଚ୍‌୯ଏନ୍‌୨  ମାମଲାରେ ଅଧିକ ଗମ୍ଭୀର ସମସ୍ୟା ଦେଖିବାକୁ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.