ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ନୂଆ ସରକାର, ନୂଆ ମନ୍ତ୍ରିମଣ୍ଡଳ: ଦୁଇଦିନ ପରେ ବି ହୋଇନି ବିଭାଗ ବଣ୍ଟନ, କାହାକୁ ମିିଳିବ କ'ଣ ଏବେ ବି ସସ୍‌ପେନ୍ସ ହଟୁନି

ଭୁବନେଶ୍ୱର,୧୫/୦୬: ନୂଆ  ସରକାର । ନୂଆ ମନ୍ତ୍ରିମଣ୍ଡଳ । ଦୁଇଦିନ ବିତିଲାଣି । କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ? ପର୍ଦ୍ଦା ହଟୁନି । ନୂଆ ସରକାରର ନୂଆ ମନ୍ତ୍ରୀ, ବିଧାୟକ, ଅମଲାଙ୍କ ଠାରୁ ଆରମ୍ଭ କରି  ରାଜ୍ୟବାସୀ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା  କରିଛନ୍ତି । ମାତ୍ର ଶପଥ ଗ୍ରହଣର ୬୦ ଘଣ୍ଟା ପରେ ବି ଏ ସସ୍‌ପେନ୍ସ ହଟୁନି । ୨୪ ବର୍ଷର ବିଜେଡି ସରକାରକୁ ଧରାଶାୟୀ କରି ରାଜ୍ୟରେ ଚମକ ଦେଖାଇଲା  ବିଜେପି । ଜନତା ମଇଦାନରେ ଆୟୋଜିତ  ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ଗ୍ରହଣ କଲେ ମୋହନ ଚରଣ  ମାଝୀ । ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ  ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ  ନେଇଛନ୍ତି । ସହଯୋଗୀ ଭାବେ ମୋହନ ୮  କ୍ୟାବିନେଟ୍‌ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)କୁ  ମଧ୍ୟ ନିଜ ଟିମ୍‌ରେ ନେଇଛନ୍ତି । ମନ୍ତ୍ରିମଣ୍ଡଳର  ଶପଥ ପରେ ବିଭାଗ ବଣ୍ଟନ ତାଲିକାକୁ ସମସ୍ତେ  ଅପେକ୍ଷା କରିଥିଲେ । ମାତ୍ର ଏଯାଏଁ ତାଲିକା  ସାର୍ବଜନୀନ ହୋଇନି । ତାଲିକା ବିଳମ୍ବର କାରଣ  ସଂପର୍କରେ ମଧ୍ୟ କାହା ପାଖରେଭୁବନେଶ୍ୱର, ୧୪ ।୬(ବ୍ୟୁରୋ): ନୂଆ  ସରକାର । ନୂଆ ମନ୍ତ୍ରିମଣ୍ଡଳ । ଦୁଇଦିନ  ବିତିଲାଣି । କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ?  ପର୍ଦ୍ଦା ହଟୁନି । ନୂଆ ସରକାରର ନୂଆ ମନ୍ତ୍ରୀ,  ବିଧାୟକ, ଅମଲାଙ୍କ ଠାରୁ ଆରମ୍ଭ କରି  ରାଜ୍ୟବାସୀ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା  କରିଛନ୍ତି । ମାତ୍ର ଶପଥ ଗ୍ରହଣର ୬୦ ଘଣ୍ଟା  ପରେ ବି ଏ ସସ୍‌ପେନ୍ସ ହଟୁନି । 


୨୪ ବର୍ଷର ବିଜେଡି ସରକାରକୁ  ଧରାଶାୟୀ କରି ରାଜ୍ୟରେ ଚମକ ଦେଖାଇଲା  ବିଜେପି । ଜନତା ମଇଦାନରେ ଆୟୋଜିତ  ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ଗ୍ରହଣ କଲେ ମୋହନ ଚରଣ  ମାଝୀ । ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ  ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ  ନେଇଛନ୍ତି । ସହଯୋଗୀ ଭାବେ ମୋହନ ୮  କ୍ୟାବିନେଟ୍‌ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)କୁ  ମଧ୍ୟ ନିଜ ଟିମ୍‌ରେ ନେଇଛନ୍ତି । ମନ୍ତ୍ରିମଣ୍ଡଳର  ଶପଥ ପରେ ବିଭାଗ ବଣ୍ଟନ ତାଲିକାକୁ ସମସ୍ତେ  ଅପେକ୍ଷା କରିଥିଲେ । ମାତ୍ର ଏଯାଏଁ ତାଲିକା  ସାର୍ବଜନୀନ ହୋଇନି । ତାଲିକା ବିଳମ୍ବର କାରଣ  ସଂପର୍କରେ ମଧ୍ୟ କାହା ପାଖରେକିଛି ଖବର ନାହିଁ । 

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କିନ୍ତୁ କହିଛନ୍ତି, ଖୁବ୍‌ଶୀଘ୍ର  ବିଭାଗ ବଣ୍ଟନ ହେବ । ସରକାର ରାଜ୍ୟର ସାମଗ୍ରୀକ ବିକାଶକୁ  ଅଗ୍ରାଧିକାର ଦେଇ ପ୍ରଥମରୁ ହିଁ କାମ ଆରମ୍ଭ କରିଛନ୍ତି । ଏ ଧାରା  ଆଗକୁ ଆହୁରି ତେଜୀୟାନ ହେବ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ  କରିବା ପରେ ଜନତା ମଇଦାନରୁ ସିଧାସଳଖ ଲୋକସେବା ଭବନ  ଯାଇ ମନ୍ତ୍ରି ପରିଷଦ ଓ କ୍ୟାବିନେଟ୍‌ ବୈଠକ ନେଇଥିଲେ ମୋହନ ।  ଏହାପରେ ନିଜେ ଗଣମାଧ୍ୟମକୁ କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ  ଅବଗତ କରାଇଥିଲେ । ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ଶ୍ରୀମନ୍ଦିର  ପାଇଁ ୫ ଶହ କୋଟିର କର୍ପସ ପାଣ୍ଠି, ଧାନ ଏମଏସପି ୩୧୦୦ ଟଙ୍କା  ସହ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା  ଦେଇଥିଲେ । ଏପରିକି ତା ପରଦିନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ  ଉପସ୍ଥିତିରେ ଶ୍ରୀମନ୍ଦିର ୪ ଦ୍ୱାର ମଧ୍ୟ ଖୋଲିଥିଲା । ପୂରା ‘ଆକ୍ସନ  ମୋଡ୍‌’ରେ କାମ ଆରମ୍ଭ କରିଥିଲେ ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟ  ଅତିଥି ଭବନରୁ ନିଜ ଅଫିସ କାମ ମଧ୍ୟ ଆରମ୍ଭ କରିଛନ୍ତି ଶ୍ରୀ  ମାଝୀ । ସୋସିଆଲ ମିଡିଆରେ ବିଭାଗ ବଣ୍ଟନ ନେଇ ମିଛ ତାଲିକା  ଭାଇରାଲ ହେଉଛି । ଏଯାଏ କିନ୍ତୁ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ କେଉଁ  ବିଭାଗ ମିଳିବ ତାହା ସ୍ପଷ୍ଟ ହୋଇନି। ନିୟମ ଅନୁସାରେ ରାଜ୍ୟ  ମନ୍ତ୍ରିମଣ୍ଡଳରେ ୨୨ ଜଣ ମନ୍ତ୍ରୀ ରହିପାରିବେ । ମୋହନଙ୍କ ଟିମ୍‌ରେ  କିନ୍ତୁ ୧୬ ଜଣ ଅଛନ୍ତି । ହୁଏତ ଆଗକୁ ସଂପ୍ରସାରଣ ବେଳେ ନୂଆ  ଚେହେରା ସାମିଲ ହୋଇପାରନ୍ତି । ମାତ୍ର ଏଯାଏ ନବନିଯୁକ୍ତ ମନ୍ତ୍ରୀଙ୍କ  ମଧ୍ୟରୁ କିଏ କେଉଁ ବିଭାଗ ପାଇବେ ତାକୁ ନେଇ ସବୁଠି ଚର୍ଚ୍ଚା ଓ  ଆଲୋଚନା ଜାରି ରହିଛି । ସରକାରୀ ଭାବେ କିନ୍ତୁ ଦାୟିତ୍ୱ ବଣ୍ଟନ  ନେଇ ବିଜ୍ଞପ୍ତି ଜାରି ହୋଇନି । 

ସୂଚନାଯୋଗ୍ୟ, କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଡ. ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଓ ଡ.  କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି । ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଗଣେଶ ରାମ ସିଂହ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳ  ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଶପଥ  ନେଇଛନ୍ତି। ନୂଆ ମନ୍ତ୍ରୀମାନେ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା  କରିଛନ୍ତି କାହା ଭାଗରେ କେଉଁ ବିଭାଗ ପଡ଼ିବ ?  

ପ୍ରଥମ ଦିନରୁ ନୂଆ ସରକାର ‘ଲୋକଙ୍କ ସରକାର’ ଓ ନୂଆ  ମୁଖ୍ୟମନ୍ତ୍ରୀ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ନୂଆ ବାର୍ତ୍ତା ଦେଇଛନ୍ତି ।  ଆଗକୁ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ହେବ ବୋଲି ଅଫିସର  ମହଲରେ ଚର୍ଚ୍ଚା ହେଉଛି । ଏବେ ସମସ୍ତଙ୍କ ଆଖି ବିଜେପି ସରକାରର  ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ତାଲିକା ଉପରେ ।

  • PrameyaOdia
  • prameya
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.