ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା

Image source:

ଭୁବନେଶ୍ୱର,୧୮/୦୬: ଆସନ୍ତା ୨୦ ତାରିଖରେ ଓଡ଼ିଶା ବିଧାନସଭାରେ  ବାଚସ୍ପତି ନିର୍ବାଚନ ହେବ । ଯିଏ ବାଚସ୍ପତି ହେବେ, ସେ ନିର୍ବାଚିତ ହେବା ପରେ  ପ୍ରତି ଦଳର ମୁଖ୍ୟ ଗୃହରେ ଅଭିଭାଷଣ ରଖିବେ । ତେଣୁ କଂଗ୍ରେସର ମୁଖ୍ୟ ମଧ୍ୟ ସେଦିନ ଗୃହରେ କହିବେ । ତା’ ପୂର୍ବରୁ କଂଗ୍ରେସର ବିଧାୟକ ଦଳ ନେତାଙ୍କ  ନାମ ଘୋଷଣା ହେବ ବୋଲି ଜୟପୁର ବିଧାୟକ ତଥା ବରିଷ୍ଠ ନେତା ତାରା ବାହିନୀପତି କହିଛନ୍ତି ।  

ସାମ୍ବାଦିକମାନଙ୍କୁ ସୂଚନା ଦେଇ ତାରା କହିଛନ୍ତି, ନିକଟରେ ସେ ଦିଲ୍ଲୀ  ଯାଇଥିଲେ । ସେଠାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ଏଆଇସିସି  କୋଷାଧ୍ୟକ୍ଷ ଅଜୟ ମାକେନ, ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଜୟରାମ  ରମେଶ ପ୍ରମୁଖଙ୍କୁ ଭେଟିଛନ୍ତି । ସମସ୍ତେ ଯେଉଁ ବିଧାୟକ ବରିଷ୍ଠ, ସେ ବିଧାୟକ ଦଳ  ନେତା ହେବା କଥା ବୋଲି ତାରାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଦଳ ଯଦି ତାଙ୍କୁ କରେ,  ସେଥିରେ ସେ ଖୁସି ହେବେ । ନହେଲେ ବି ସେ ଦଳ ପାଇଁ କାମ କରିବେ । ଯାହା  ବି ହେବ, ଚୂଡ଼ାନ୍ତ ନିଷ୍ପତ୍ତି ଦିଲ୍ଲୀରୁ ହେବ ବୋଲି ତାରା କହିଛନ୍ତି ।  

ସେହିପରି ପ୍ରଭୁ ଜଗନ୍ନାଥ ଚାହିଁଲେ ବୋଲି ବିଜେଡି କ୍ଷମତାରୁ ଗଲେ ବୋଲି  ତାରା କହିଛନ୍ତି । ଜଗନ୍ନାଥଙ୍କ ନାମରେ ବିଜେଡି ନେତାମାନେ ଘରକୁ ଘର ବୁଲି  ମୁଠି ଚାଉଳ ମାଗିଲେ । ଜଗନ୍ନାଥ ଭିକ ମାଗନ୍ତି ନାହିଁ । ତାଙ୍କ ନାମରେ ଏଭଳି କରିବାରୁ ଜଗନ୍ନାଥ ଲୋକଙ୍କ ଦ୍ୱାରା ବିଜେଡିକୁ ଶାସନ ଗାଦିରୁ ହଟାଇଲେ ବୋଲି  ତାରା କହିଛନ୍ତି । ତେବେ କଂଗ୍ରେସ ପାଇଁ ଏହି ନିର୍ବାଚନରେ ସୁବର୍ଣ୍ଣ ସୁଯୋଗ ଥିଲା । ହେଲେ ହାତଛଡ଼ା ହୋଇଗଲା। ଆଗାମୀ ଦିନରେ ମଧ୍ୟ ବ୍ୟାପକ ସୁଯୋଗ ରହିଛି  ବୋଲି ତାରା କହିଛନ୍ତି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.