ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ରଥଖଳା ହାଲ୍‌ଚାଲ୍‌...ତିନି ରଥର ଉଠିଲା ଚାରିନାହାକା, ଗୟଳ ସ୍ଥାପନ ଚାଲିଛି...

ପୁରୀ,୧୮/୦୬:  ରଥର ଉପରିଭାଗ ନିର୍ମାଣ ଆରମ୍ଭ ହୋଇଛି । ନିର୍ମାଣକାରୀମାନେ ୩ ରଥରେ ଚାରିନାହାକା ଉଠାଇଛନ୍ତି । ଏହା ଦ୍ୱାରା ରଥ ଉପର ଭାଗର ମୂଳଦୁଆ ପଡ଼ିଛି । ସ୍ନାନ ପୂର୍ଣ୍ଣମୀ ସୁଦ୍ଧା ଚାରି ନାହାକା ଉଠିବାକୁ ଥିଲେ ସୁଦ୍ଧା ଏହାର ୫ ଦିନ  ପୂର୍ବରୁ ଚାରିନାହାକା ଉଠାଇ ହରିବୋଲ ଧ୍ୱନି ଦେଇଛନ୍ତି  ନିର୍ମାଣକାରୀ । ଦୁଇ ଗୋଟି ଲେଖାଏଁ ପାଶ୍ୱର୍ ନିରାଡ଼ି ରଥରେ  ଲାଗିଯାଇଛି । ଏଣିକି ରଥରେ ଗୟଳ ସ୍ଥାପନ ଚାଲିଛି ।  

ସୋମବାର ସକାଳୁ ଚାରିନାହାକା ଉଠିବା ପାଇଁ ପ୍ରସ୍ତୁତି  ଆରମ୍ଭ ହୋଇଥିଲା । ନାହାକା ଉଠିବା ପାଇଁ ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନେ ଅନୂକୁଳ କାର୍ଯ୍ୟ ସମ୍ପନ୍ନ  କରିଥିଲେ । ପ୍ରଥମେ ରଥରେ ୪ଟି ଫାଳିକୁ ଭୋଇ ସେବକମାନେ ବାନ୍ଧିଥିଲେ । ଚାରିନାହାକା କାଠର ତଳପଟେ ପନିକିପଟା ଓ ଉପରେ ସାଲ ହୋଇଥିଲା । ଭୋଇ ସେବକମାନେ ଫାଳି କାଠ ଉପରେ ଚଢି ଚାରି  ନାହାକା ପୋତିଥିଲେ । ଗରଗରାର ବିନ୍ଧରେ ଚାରିନାହାକା  କାଠ ୪ଟିର ପନିକିପଟା ପାଶ୍ୱର୍କୁ ଭର୍ତ୍ତି କରାଗଲା ।  ଏହାପରେ ୩ୟ ଥର ପାଇଁ ଭୋଇ ସେବକମାନେ  ହରିବୋଲ ପକାଇଥିଲେ । ପୂର୍ବରୁ ଚକ-ଅଖ ଡ଼େରା ଓ  ପାଞ୍ଚ ଦଣ୍ଡା ଉଠାଇ ପରେ ହରିବୋଲ ପଡ଼ିଥିଲା ।    

ଚାରିନାହାକା ଉଠିବା ପରେ ତିନି ରଥର ପାଶ୍ୱର୍ ନିରାଡି ଉଠିଥିଲା । ପରେ ପୋଲ ଗୟଳ ସବୁ ମୋଡ଼ା ହୋଇଗଲା । ଦଣ୍ଡା ସହିତ ଗୟଳକୁ ଡ଼େରି ରଖିବା ପାଇଁ  ଟାଣ ଦିଆଯାଇଛି । ଏଥିସହ ପ୍ରତ୍ୟେକ  ରଥରେ ଅଂଶୁଆରୀ, ଜଳଯନ୍ତ୍ର ଓ  ଗୁଜ ଆଦି ସ୍ଥାପନ କରାଗଲା । ଏଣକି ରଥରେ ଛନ୍ଦା  ଗୟଳ ପଡ଼ିବ । ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା  ନରସିଂହ ମହାପାତ୍ର, ନନ୍ଦିଘୋଷ ରଥର ମୁଖ୍ୟ  ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦର୍ପଦଳନ  ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର  ମହାରଣାଙ୍କ ତତ୍ୱାବଧାନରେ ଭୋଇ  ସେବକମାନେ ଏହି କାମ ସମ୍ପନ୍ନ  କରିଛନ୍ତି। ଓଝା ସେବକମାନେ  ଦୋଳବେଦିରେ ପୋଟଳ କଣ୍ଟା  ନିର୍ମାଣ ଜାରି ରଖିଛନ୍ତି । ରୁପକାର  ସେବକମାନେ ନାଟ ଗୋଡ଼ରେ ରାହୁ ରୂପ  ଖୋଦେଇ ଜାରି ରଖିଛନ୍ତି । ଏହାପରେ ଯୋକା  ବୁଲି ଚଣାକ ବାଡ଼ିଆ ହୋଇ ରଥରେ ଛଅ କାଠ  ଉଠିବ କୁହନ୍ତି ଭୋଇ ସର୍ଦ୍ଦାର ରବି ଭୋଇ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.