ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କଲେ ୨.୩୫ ଲକ୍ଷ ପିଲା, ଜୁନ୍ ୨୫ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର, ୧୮/୦୬: ସୋମବାର ଯୁକ୍ତ ୩  ନାମଲେଖା ଆବେଦନ ଶେଷ ହୋଇଛି । ରାଜ୍ୟର ୧୦୫୬ କଲେଜ ଓ ବିଶ୍ୱବିଦ୍ୟାଳୟରେ ୨ ଲକ୍ଷ  ୭୪ ହଜାର ୫୦୭ ସିଟ୍‌ରେ ନାମଲେଖା ହେବ ।  ସୋମବାର ରାତି ୧୨ଟା ସୁଦ୍ଧା ୨ ଲକ୍ଷ ୩୫ ହଜାର ୪୬୮  ବିଦ୍ୟାର୍ଥୀ ଆବେଦନ କରିଥିବା ବେଳେ ଏଥିରୁ  ୨ ଲକ୍ଷ ୩୩ ହଜାର ୪୪୧ ଜଣ ଅନ୍‌ଲାଇନ୍‌ରେ  ଫି ଦାଖଲ କରିଛନ୍ତି । ତେବେ ଚଳିତ ବର୍ଷ ସିଟ୍‌ ସଂଖ୍ୟା ଠାରୁ ୩୯ ହଜାର କମ୍‌ ପିଲା ଆବେଦନ  କରିଛନ୍ତି । ଆଶଙ୍କା କରାଯାଉଛି ସିଟ୍‌ ଫାଙ୍କା ପଡ଼ିବ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସିଟ୍‌ ଖାଲି ରହିବ । 

ଆବେଦନ ସୋମବାର ଶେଷ ହୋଇଛି । ୧୮ ଓ ୧୯  ତାରିଖରେ ଫର୍ମ ସଂଶୋଧନର ସୁଯୋଗ ଦିଆଯିବ ।  ୨୫ ତାରିଖରେ ପ୍ରଥମ ରାଉଣ୍ଡ ଚୟନ ତାଲିକା ପ୍ରକାଶ  ପାଇବ । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ରାଉଣ୍ଡରେ  ଚୟନ ହୋଇଥିବା ପିଲାମାନେ ନାମ ଲେଖାଇବେ। ସେହିପରି ଜୁଲାଇ ୫ରେ ଦ୍ୱିତୀୟ ରାଉଣ୍ଡ ନାମଲେଖା  ପାଇଁ ଚୟନ ତାଲିକା ପ୍ରକାଶ ପାଇବ । ୬ରୁ ୯  ତାରିଖ ମଧ୍ୟରେ ନାମଲେଖା ହେବ । ଜୁଲାଇ  ୧୫ରେ ତୃତୀୟ ରାଉଣ୍ଡ ନାମଲେଖା ପାଇଁ ଚୟନ  ତାଲିକା ପ୍ରକାଶ ପାଇବ । ୧୮ ତାରିଖ ମଧ୍ୟରେ ନାମ  ଲେଖାଇବେ ଚୟନ ହୋଇଥିବା ଶିକ୍ଷାର୍ଥୀ । ଏନେଇ  ସମସ୍ତ ସୂଚନା ସାମ୍‌ସ ୱେବ୍‌ସାଇଟ୍‌ samsodisha.gov.in ରେ ରହିଛି । 

ସୂଚନାଯୋଗ୍ୟ, ୨ଟି ପର୍ଯ୍ୟାୟରେ ନାମଲେଖା ହେବ । ଗତ ବର୍ଷ ୨ଲକ୍ଷ ୭୧ ହଜାର ୯୧ ସିଟ୍‌ ଥିବା  ବେଳେ ମୋଟ ୧ ଲକ୍ଷ ୮୭ ହଜାର ୩୧୯ ପିଲା  ନାମ ଲେଖାଇଥିଲେ । ୮୩ ହଜାର ୭୭୨ ସିଟ୍‌ ଖାଲି  ପଡ଼ିଥିଲା । ସେହିପରି ୨୦୨୨-୨୩ ଶିକ୍ଷାବର୍ଷରେ  ୨ ଲକ୍ଷ ୫୫ ହଜାର ୯୮୦ ସିଟ୍‌ ଥିବା ବେଳେ  ୧ ଲକ୍ଷ ୯୩ ହଜାର ୪୨ ସିଟ୍‌ରେ ନାମଲେଖା  ହୋଇଥିଲା । ତେବେ ଆହୁରି ୬୨ ହଜାର ୯୩୮ ସିଟ୍‌ ଖାଲି ପଡ଼ିଥିଲା । ଚଳିତବର୍ଷ ନାମଲେଖା ପାଇଁ  ଥିବା ସିଟ୍‌ ସଂଖ୍ୟା ଠାରୁ ୩୯ ହଜାର କମ୍‌ ପିଲା  ଆବେଦନ କରିଛନ୍ତି । ଏହା ଭିତରୁ ପୁଣି କିଛି ପିଲା  ନାମ ମଧ୍ୟ ଲେଖାଇ ନପାରନ୍ତି ବୋଲି ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.