ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ: ଆଜି ରୁକ୍ମିଣୀଙ୍କୁ ବିବାହ କରିବେ ଶ୍ରୀକୃଷ୍ଣ, ୩ ଘଣ୍ଟା ଦର୍ଶନ କଟକଣା!

ପୁରୀ,୧୮/୦୬: ମଙ୍ଗଳବାର ରୁକ୍ମିଣୀ ହରଣ ଏକାଦଶୀ । ରୁକ୍ମିଣୀଙ୍କୁ ବିବାହ  କରିବେ ଶ୍ରୀକୃଷ୍ଣ । ମା'ଲକ୍ଷ୍ମୀ  ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ ।  ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଶ୍ରୀମନ୍ଦିରରେ ବଡ଼ ଆନନ୍ଦଉଲ୍ଲାସରେ  ଦେବଦେବୀଙ୍କ ବିବାହ ଅନୁଷ୍ଠିତ ହେବ । ତେବେ ଏହି ନୀତି ପାଇଁ ଦିନରେ  ପ୍ରାୟ ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ କଟକଣା ରହିବ ବୋଲି ସୂଚନା ରହିଛି ।

ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣି ବାଟରୁ ହରଣ କରିନେବାକୁ ଦେବୀ ଡ଼ଗର ହାତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖିଥିବେ । ପୂର୍ବ ଯୋଜନା ଅନୁଯାୟୀ  ମା’ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ ଲକ୍ଷ୍ମୀ  ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ଶ୍ରୀମଦନମୋହନ ହରଣ କରିବେ । ବାଟରେ ଶିଶୁପାଳ ପ୍ରତିରୋଧ କରି ଶ୍ରୀକୃଷ୍ଣଙ୍କ ଦ୍ୱାରା ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ  ବିବାହ ଉତ୍ସବ ସଂପନ୍ନ ହେବ । ଉତ୍ସବ ମୁଖର ହେବ ଶ୍ରୀମନ୍ଦିର । ସେବାୟତ ତଥା ବହୁ  ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମହାପ୍ରସାଦ ଦିଆଯିବ । ଶ୍ରୀମନ୍ଦିରର  ମହାପ୍ରସାଦ ବାହକ(ବୋଝିଆ)ମାନେ ଭକ୍ତମାନଙ୍କୁ ମହାପ୍ରସାଦ ପରଷି ଦେବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.