ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୮/୦୬: ବିଧାନସଭାରେ ୨୦୨୪-୨୫ର  ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଯୋଜନା ଓ ସଂଯୋଜନ  ବିଭାଗର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂପର୍କରେ  ଆଲୋଚନା କରିଛନ୍ତି । ଅର୍ଥ ବିଭାଗ ନିଜ ପାଖରେ ରଖିଥିବା  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟାନ୍ୟ  ବରିଷ୍ଠ ଅଧିକାରୀଙ୍କ ସହ ଏ ନେଇ ମଙ୍ଗଳବାର ଆଲୋଚନା  କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ବୈଠକ ହେବ । 

ଉନ୍ନୟନ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି, ଏକ ଲୋକାଭିମୁଖୀ ବଜେଟ୍‌ ପାଇଁ ପ୍ରସ୍ତୁତି କର । ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷାକୁ ପ୍ରତିଫଳିତ କରିବା ସହ ବିଭାଗଗୁଡ଼ିକୁ ଅଧିକ କାର୍ଯ୍ୟକ୍ଷମ କରିବା ଉପରେ ମଧ୍ୟ ସେ  ଜୋର ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ, ଆସନ୍ତା ୧୦୦ ଦିନ ଭିତରେ  ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନାରେ  ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବା ପାଇଁ ପ୍ରଥମ  କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ  ବଜେଟ୍‌ ଉପସ୍ଥାପନ ବେଳେ ଏହି ଦୁଇଟି ବଡ଼ ଯୋଜନା ପାଇଁ  ବଜେଟରେ ବ୍ୟୟବରାଦ କରିବାର ସମ୍ଭାବନା ରହିଛି । ଏହାଛଡ଼ା  ବିଜେପି ସଂକଳ୍ପପତ୍ରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ କାର୍ଯ୍ୟକାରୀ  କରିବାକୁ ଆଉ କିଛି ନୂଆ ଯୋଜନା ମଧ୍ୟ ଲାଗୁ କରିପାରେ । ସାଧାରଣ  ନିର୍ବାଚନ ପାଇଁ ପୂର୍ବ ସରକାର କାମଚଳା ବଜେଟ୍‌ ଉପସ୍ଥାପନା  କରିଥିଲେ । ଏପ୍ରିଲରୁ ଜୁଲାଇ ଯାଏ ଚାରି ମାସ ପାଇଁ ହିଁ ଏହି ବଜେଟ୍‌  ଉପସ୍ଥାପନ ହୋଇଥିଲା । ବିଧାନସଭାର ଆସନ୍ତା ଅଧିବେଶନରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଗତ କରିବେ ପୂର୍ଣ୍ଣାଙ୍ଗ ବଜେଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.