ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ସମ୍ବଲପୁର ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ପାୟଲଙ୍କ ଜୀବନ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମା'

ସମ୍ବଲପୁର,୧୮/୦୬: ଜମି ବିବାଦକୁ ନେଇ ଶୁକ୍ରବାର ଅର୍ଥାତ୧୪ ତାରିଖରେ ଅଇଁଠାପାଲି ଥାନା ଫାଟକ ପାଖ ମହାମାୟ ମନ୍ଦିର ନିକଟରେ ମାଆ ଓ  ଝିଅଙ୍କୁ ପଡ଼ୋଶୀ ଛୁରା ମାଡ଼ କରିଥିଲା । ଗୁରୁତର ଅବସ୍ଥରେ ଉଭୟ ମା- ଝିଅ ଚିକିତ୍ସ ହୋଉଥିଲେ। ଆଜି ଚିକିତ୍ସାଧିନ ଅବସ୍ଥାରେ ଝିଅ ପାୟଲ ଦାସଙ୍କ ମୃତ୍ୟୁ ଘଟିଛି।  ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟ ଖେଳିଯାଇଛି। ବର୍ତ୍ତମାନ ମାଆ ଇନ୍ଦୁ ଦାସ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଏହି  ମାମଲାରେ ପୁଲିସ ଅଭିଯୁକ୍ତ ପଡ଼ୋଶୀ ସୂରଜ  କୁମାର ହାତୀ ଓରଫ ଟିକୁ (୨୧)କୁ ଗିରଫ  କରି କୋର୍ଟ ଚାଲାଣ ପରେ ଜେଲ୍ ପଠାଇଛି।

ସୂଚନା ମୁତାବିକ, ଦାନିପାଲି ଅଞ୍ଚଳର ଇନ୍ଦୁ ଦାସ ସେହି ଅଞ୍ଚଳରେ ଜାଗା କିଣି ଘର କରିଥିଲେ । ଘର ତିଆରି ହେବା ଦିନରୁ ଡ୍ରେନକୁ ଲାଗି ରହିଥିବା ଦୁଇ ଫୁଟ୍‌ ଜାଗା ପାଇଁ ପଡ଼ୋଶୀ ସୂରଜ ହାତୀଙ୍କ ପରିବାର ସହ ବିବାଦ ଲାଗି ରହିଥିଲା । ଅନେକ ଥର ମାଟପିଟ୍‌ ହେବା  ସହ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ହେଲେ ଶୁକ୍ରବାର ଇନ୍ଦୁ ଓ ତାଙ୍କ ବଡ଼ ଝିଅ  ପାୟଲ ଫାଟକ ନିକଟରେ ଦେଇଥିବା ତାଙ୍କ ସିଲେଇ ଦୋକାନକୁ ଯାଉଥିବା ସମୟରେ  ସୂରଜ ଛୁରୀରେ ଆକ୍ରମଣ କରିଥିଲା । ଏଥିରେ ମାଆ ଓ ଝିଅ ଗୁରୁତର ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି।  ଆଜି ଝିଅ ପାୟଲଙ୍କ ମୃତ୍ୟୁ ଘଟିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.