ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,୧୮/୦୬: ସପ୍ତଦଶ ବିଧାନସଭାକୁ  ନବନିର୍ବାଚିତ ବିଧାୟକଙ୍କ ଶପଥ  ପାଠ ମଙ୍ଗଳବାର  ସକାଳ ୧୦ଟାରୁ ଆରମ୍ଭ ହେବ ।  ଯାହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ସମସ୍ତ ବିଧାୟକଙ୍କ  ଶପଥ ପାଠ ଉତ୍ସବ ସରି ନ ପାରିଲେ ପୁଣି ବୁଧବାର ସକାଳ ୧୦ଟାରୁ  ଶପଥ ପାଠ ଆରମ୍ଭ ହୋଇ ସନ୍ଧ୍ୟା  ୫ଟା ପର୍ଯ୍ୟନ୍ତ ଚାଲିବ । ଦୁଇ ଦିନ ଧରି  ନବ ନିର୍ବାଚିତ ବିଧାୟକଙ୍କ ଶପଥ  ପାଠ ଉତ୍ସବ ଚାଲିବ । ବିଧାୟକମାନଙ୍କୁ  ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ  ସ୍ୱାଇଁ ଶପଥ ପାଠ କରାଇବେ ।  ୧୯ ତାରିଖ ଦିନ ନୂଆ  ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ  ପତ୍ର ଦାଖଲ ହେବ।୨୦ରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି । 

ବିଜେପି ବରିଷ୍ଠ  ନେତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପଦରେ ଆସୀନ କରାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଧାନସଭାରେ ବିଜେପିର ୭୮ ବିଧାୟକ ଓ ୩ଜଣ ସ୍ୱାଧୀନ  ବିଧାୟକଙ୍କ ସମର୍ଥନ ଥିବାରୁ ଉଭୟ ବାଚସ୍ପତି ଓ ଉପବାଚସ୍ପତି  ପଦ ବିଜେପି ପାଖରେ ରହିବ।

  • PrameyaOdia
  • prameya
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.