ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଛଟେଇ କର୍ମଚାରୀଙ୍କ ପାଖରୁ ଟଙ୍କା ଫେରସ୍ତ ମାଗୁଛନ୍ତି ଏକ୍ସ ମାଲିକ ଏଲନ ମସ୍କ !

ଓ୍ବାଶିଂଟନ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟେସଲା, ସ୍ପେସ୍‌ ଏକ୍ସ ଭଳି କମ୍ପାନିର ମାଲିକ । ଏଲନ ମସ୍କ ୨୦୨୨ରେ ଟ୍ବିଟରକୁ ପ୍ରାୟ ୪୪ ବିଲିୟନ୍‌ ଡଲାରରେ କ୍ରୟ କରିଥିଲେ । ଏହା ପରେ ଟ୍ବିଟରର ନାମ ପରିବର୍ତ୍ତନ କରି ଏକ୍ସ ରଖିଥିଲେ । ଏକ୍ସକୁ ଅଧିଗ୍ରହଣ କରିବା ପରେ ମସ୍କ କମ୍ପାନି ମ୍ୟାନେଜମେଣ୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରି ବଡ଼ ଧରଣର ଛଟେଇ କରିଥିଲେ । ଏବେ ବି ସମୟ ସମୟରେ ଏକ୍ସ ପକ୍ଷରୁ ଛଟେଇ କରାଯାଉଛି । ତେବେ ଛଟେଇ ହୋଇଥିବା କେତେକ କର୍ମଚାରୀଙ୍କ ଆକାଉଣ୍ଟକୁ ଭୁଲ ବଶତଃ ଅଧିକ ଟଙ୍କା ଚାଲିଯାଇଥିବା ନେଇ ସନ୍ଦେହ କରିବା ସହ ମସ୍କ ଏହି ଟଙ୍କା ଫେରସ୍ତ ମାଗିଥିବା ଜଣାପଡ଼ିଛି । 

ମୁଦ୍ରା ବିନିମୟ ସମୟରେ ଏଭଳି ଭୁଲ ହୋଇଛି ବୋଲି ଏକ୍ସ ପକ୍ଷରୁ କୁହାଯାଇଛି । କମ୍ପାନିର କହିବା କଥା ହେଲା ଯେ, ମୁଦ୍ରା ବିନିମୟ ସମୟରେ କମ୍ପାନିରୁ ଅଧିକ ଅର୍ଥ ଅଷ୍ଟ୍ରେଲିଆ କର୍ମଚାରୀଙ୍କୁ ଚାଲିଯାଇଛି । କମ୍ପାନି ୬ ଜଣ ଛଟେଇ କର୍ମଚାରୀଙ୍କ ପାଖରୁ ଟଙ୍କା ଫେରସ୍ତ ମାଗିଥିବା ନେଇ ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ରିପୋର୍ଟ ପ୍ରକାଶ ପାଇଛି । ଯଦି ସେମାନେ ଟଙ୍କା ଫେରସ୍ତ ନକରନ୍ତି ତେବେ କମ୍ପାନି ପକ୍ଷରୁ ଲିଗାଲ୍‌ ଆକ୍ସନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ତେବେ ଆମେରିକୀୟ ଡଲାରକୁ ଅଷ୍ଟେଲିଆ ଡଲାରରେ କନଭର୍ଟ କଲା ବେଳେ କମ୍ପାନି ଭୁଲ କରିଛି । ଫଳରେ କର୍ମଚାରୀଙ୍କୁ ୧୫ ଶହରୁ ୭୦ ହଜାର ଡଲାର ଅଧିକ ମିଳିଯାଇଛି । ଏହି ଭୁଲ ଜାନୁଆରୀ ୨୦୨୩ରେ ହୋଇଥିବା ଜଣାପଡ଼ିଛି । 

ଏବେ ସୁଦ୍ଧା କୌଣସି କର୍ମଚାରୀ ଟଙ୍କା ଫେରସ୍ତ କରିନାହାନ୍ତି । ଏକ ରିପୋର୍ଟ ଅନୁସାରେ, କମ୍ପାନି ପକ୍ଷରୁ ଏସବୁ କର୍ମଚାରୀଙ୍କୁ ଅଢ଼େଇ ଗୁଣ ଅଧିକ ଟଙ୍କା ଦିଆଯାଇଛି । ସେପଟେ ଛଟେଇର ଶିକାର ହୋଇଥିବା ୨୦୦୦ରୁ ଅଧିକ କର୍ମଚାରୀ ଏକ୍ସ ବିରୋଧରେ କୋର୍ଟରେ ମାମଲା ଦାୟର କରିଛନ୍ତି । ଏବେ ଯାଏଁ ସେମାନଙ୍କୁ କ୍ଷତିପୂରଣ ବାବଦକୁ ଅର୍ଥ ମିଳିପାରି ନାହିଁ ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଏହି ସବୁ କର୍ମଚାରୀଙ୍କ ମଧ୍ୟରେ ଟ୍ବିଟରର ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲ ଏବଂ ସିଏଫଓ ନେଡ୍‌ ସେଗଲ ସାମିଲ ଅଛନ୍ତି ।

 

  • Elon Musk
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.