ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ମିଳିତ ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଦୁଃଖ, କହିଲା ଆମ କଥା ଶୁଣିବାକୁ...

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନ କ୍ରମାଗତ ଭାବେ କାଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରୁଛି । ବର୍ତ୍ତମାନ ଜାତିସଂଘରେ ପାକିସ୍ତାନ ପୁଣିଥରେ ନିଜର ଦଃଖ ପ୍ରକାଶ କରିଛି । ଏପରି ସ୍ଥଳେ ଭାରତ ମଧ୍ୟ ଏହାର ପକ୍ଷ ରଖିଛି ।କାଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘରେ ପାକିସ୍ତାନ ଅସନ୍ତୋଷ ବ୍ୟକ୍ତ କରିଛି । ସେ ଜାତିସଂଘ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ପାକିସ୍ତାନର କହିବା କଥା, ସେ ଉଠାଉଥିବା ପ୍ରସଙ୍ଗ ଉପରେ ଜାତିସଂଘ ଧ୍ୟାନ ଦେଉନାହିଁ। 

ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟର ପାକିସ୍ତାନର ଉପ ସ୍ଥାୟୀ ପ୍ରତିନିଧୀ ରାଷ୍ଟ୍ରଦୂତ ଉସମାନ ଜାଡୁନ୍ କହିଛନ୍ତି ଯେ, ଆମେ ଯୁଦ୍ଧ କ୍ଷେତ୍ରରୁ ନିଖୋଜ ଥିବା ଲୋକଙ୍କ ବିଷୟରେ ଆଲୋଚନା କରିବାକୁ ବୈଠକ ଡାକରାକୁ ସ୍ୱାଗତ କରୁଛୁ । ନିଖୋଜ ବ୍ୟକ୍ତିଙ୍କ ପ୍ରସଙ୍ଗକୁ ପାକିସ୍ତାନ ବାରମ୍ବାର ଉଠାଇଛି।କାଶ୍ମୀରରେ ଭାରତୀୟ ପୋଲିସ ଏବଂ ସୁରକ୍ଷା ବାହିନୀ ଯାହା କରୁଛନ୍ତି ତାହା ଭୟଙ୍କର ଶ୍ରେଣୀରେ ରଖାଯାଇପାରିବ। ପାକିସ୍ତାନ ଅଭିଯୋଗ କରିଛି ଯେ, ଅଗଷ୍ଟ ୨୦୧୯ ପରଠାରୁ ଭାରତୀୟ ସେନା କାଶ୍ମୀରରେ ୧୩ ହଜାର ଯୁବକଙ୍କୁ ନିଖୋଜ କରିଦେଇଛି । ତଥାପି ବିଶ୍ୱ ଏହା ଉପରେ ନୀରବ ରହିଛି, ଏହି ଘଟଣାରେ କେହି ଧ୍ୟାନ ଦେଉ ନାହାଁନ୍ତି।

ଭାରତକୁ ଦୋଷ ଦେଇ ପାକିସ୍ତାନ ମଧ୍ୟ ଜାତିସଂଘ ଉପରେ ପ୍ରଶ୍ନ ଉଠାଇଛି। ଏସବୁ ସତ୍ତ୍ବେ ଜାତିସଂଘ ନୀରବ ରହିଛି । ପାକିସ୍ତାନୀ ପ୍ରତିନିଧୀ କହିଛନ୍ତି ଯେ କାଶ୍ମୀରରେ ହଜାର ହଜାର ମହିଳା ଅଛନ୍ତି ଯେଉଁମାନେ ଜାଣନ୍ତି ନାହିଁ ଯେ ସେମାନଙ୍କ ସ୍ୱାମୀ ଜୀବିତ ନା ନାହିଁ । ସେମାନଙ୍କୁ କାଶ୍ମୀରରେ ଅଧା ବିଧବା କୁହାଯାଉଛି । କାଶ୍ମୀରରେ ଲୋକମାନେ କିପରି ଅପହରଣ ଓ ନିଖୋଜ ହୋଇଯାଇଛନ୍ତି, ତାହା ଅତ୍ୟନ୍ତ ଗମ୍ଭୀର ।  ଏହା ଏକ ଗମ୍ଭୀର ମାନବିକ ପ୍ରସଙ୍ଗ ଏବଂ ଆମେ ଚାହୁଁ ଜାତିସଂଘ ଏବଂ ମାନବାଧିକାର ସଂଗଠନ ଏହାକୁ ଗ୍ରହଣ କରନ୍ତୁ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.