ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଏହା ଶେଷ ଥିଲା ... ଏବେ ଆଉ ମାଗିବୁ ନାହିଁ , ବିଦେଶୀ ଫଣ୍ଡିଂ ଓ ବେଲଆଉଟ୍‌ ପ୍ୟାକେଜ୍ ବନ୍ଦ କରିବାକୁ କହିଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନର ପିଏମ୍‌ ଶେହବାଜ ଶରିଫ ନିଜ ଦେଶର ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ସରକାର ପାକିସ୍ଥାନର ଅର୍ଥବ୍ୟବସ୍ଥାକୁ ଠିଆ କରାଇବ। ବିଦେଶୀ ଫଣ୍ଡିଂ ଓ ବେଲଆଉଟ୍‌ ପ୍ୟାକେଜ୍ ଉପରେ ଏହାର ନିର୍ଭରତାକୁ ହ୍ରାସ୍‌ କରି ପଡୋଶୀ ଦେଶକୁ ଆର୍ଥିକ ମାମଲାରେ ପଛରେ ଛାଡ଼ି ଦେବ। ନିଜ ସରକାରର ୧୦୦ ଦିନ ପୂରା ହେବାରେ ଟେଲିଭିଜନରେ ଦେଶବାସୀଙ୍କୁ ସମ୍ୱୋଧନରେ ଶରିଫ କହିଛନ୍ତି ଯେ, ଆମେ ଆଶା କରୁଛୁ କି ଏହି ବେଲଆଉଟ୍‌ ପ୍ୟାକେଜ୍‌ ପାକିସ୍ତାନର ଇତିହାସର ଶେଷ ପ୍ୟାକେଜ୍‌ ହେବ। 

ପାକିସ୍ତାନ ସରକାର ନିଜର ଧିମା ଅର୍ଥବ୍ୟବସ୍ଥାକୁ ଶକ୍ତି ଦେବା ପାଇଁ ଆଇଏମଏଫ୍‌ରୁ ଆଉ ଏକ ବେଲଆଉଟ୍‌ ପ୍ୟାକେଜ୍‌ ନେବାରୁ କଥାବାର୍ତ୍ତା କରୁଛି। ଏହି ପ୍ୟାକେଜ୍‌ ୬ରୁ ୮ ବିଲିୟନ ଡଲାରର ହୋଇପାରେ। ନିକଟରେ ଆସିଥିବା ପାକିସ୍ତାନ ବଜେଟ୍‌ରେ ମଧ୍ୟ ପାକିସ୍ତାନ ଆଇଏମଏଫ୍‌ର ସର୍ତ୍ତ ଅନୁସାରେ ହିଁ ନୀତିଗୁଡ଼ିକ ଗଠନ କରିବାରେ ପ୍ରୟାସ କରିଥିଲା। ଶରିଫ ନିଜର କଥା ଉପରେ ଜୋର୍‌ ଦେଇ କହିଛନ୍ତି କି ଆମ ସରକାର ଆଗାମୀ ୫ ବର୍ଷରେ ଅନାବଶ୍ୟକୀୟ ଖର୍ଚ୍ଚକୁ କମ୍‌ କରିବ ଓ ଯୁବପିଢିଙ୍କ ପାଇଁ ଭଲ ଶିକ୍ଷା ଓ ସ୍କିଲ୍ସ ପାଇଁ ନୂଆ ନୀତି ସବୁ ଗଠନ କରିବ ଓ ଏହାକୁ ଲାଗୁ କରିବା ଉପରେ କାମ କରିବ। ସେ କହିଛନ୍ତି ଇନ୍ସାଅଲ୍ଲାହ, ଏହା ପାକିସ୍ତାନର ଇତିହାସର ଶେଷ ବେଲଆଉଟ୍‌ ପ୍ୟାକେଜ୍‌ ହେବ। 

ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ଲକ୍ଷ୍ୟକୁ ପୂରା କରିବା ପାଇଁ ଆମ ସମସ୍ତଙ୍କୁ ନିଜ ଦେଶ ପାଇଁ ଖୁବ୍‌ ପରିଶ୍ରମ କରିବାକୁ ହେବ। ଏହି ରାସ୍ତା ମୁସ୍କିଲ ଭରା। ଆମ ସରକାର ଏହି ପରିବର୍ତ୍ତନ କରିବାକୁ ପ୍ରସ୍ତୁତ। ଶରିଫ କହିଛନ୍ତି ଆମେ ସେହି ସବୁ ସଂସ୍ଥା, ବିଭାଗ ଓ ମନ୍ତ୍ରଣାଳୟକୁ ବନ୍ଦ କରିବା , ଯାହା ଜନତାଙ୍କ ପାଇଁ କୌଣସି କାମ କରନ୍ତି ନାହିଁ ଏବଂ ଦେଶ ଉପରେ ଏକ ବୋଝ ସଦୃଶ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.