ଭୁବନେଶ୍ୱର ୨୫/୦୬: ରାଜ୍ୟ କଂଗ୍ରେସ ଗଢ଼ିଲା ପ୍ରାଶାସନିକ (ଆଡମିନିଷ୍ଟ୍ରେଟିଭ୍) କମିଟି । ଏହି କମିଟିରେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଉପସଭାପତି କିଶୋର ଜେନା ଓ ଉପସଭାପତି ସନତ ଦାସ ସ୍ଥାନ ପାଇଛନ୍ତି । ଏହି କମିଟି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟକ୍ରମ ଦାୟିତ୍ୱ ତୁଲାଇବେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏହି ପ୍ରାଶାସନିକ କମିଟି ଗଠନ କରିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସମ୍ପାଦକ ବୈଦ୍ୟନାଥ ସ୍ୱାଇଁ ସୂଚନା ଦେଇଛନ୍ତି ।
ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ହେଲେ ଉଦୟନିଧି ଷ୍ଟାଲିନ...