ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ସମୀକ୍ଷା ବୈଠକରେ ବିଜେଡି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

Published By : Prameya | September 28, 2024 9:51 PM

ଭାପୁର,୨୮।୯(ଆପ୍ର): ଶଙ୍ଖ ଭବନରେ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଦଳକୁ କେମିତି ଆହୁରି ସକ୍ରିୟ କରାଯିବ, ତୃଣମୂଳ ସ୍ତରରେ ଜନସାଧାରଣ ମାନଙ୍କ ସହିତ କିପରି ଯୋଡ଼ି ହୋଇ ରହିବେ ସେ ସମ୍ପର୍କରେ କର୍ମକର୍ତ୍ତାଙ୍କୁ କହିଥିଲେ।  ବିରୋଧୀ ଦଳରେ ଥିବା ସତ୍ତ୍ବେ ଲୋକଙ୍କ ସହିତ କାମ କରିବାର ଆଦି ରଣନୀତି ପ୍ରସ୍ତୁତ କରିବା,  ବିଜେପି ମିଛ ପ୍ରତିଶ୍ରୁତି ଦେଇ ସରକାର ଗଠନ ପରେ ପ୍ରତିଶ୍ରୁତି ପାଳନ କରୁ ନଥିବାରୁ ଏହାକୁ ଜନସାଧାରଣଙ୍କୁ ସଚେତନ କରିବା  ଆଦି ନେଇ ଅକ୍ଟୋବର ୨ରୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଜୋନ ସ୍ତରୀୟ ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ସଦସ୍ୟ ସ°ଗ୍ରହ ଅଭିଯାନ ଉପରେ ଗୁରୁମନ୍ତ୍ର ଦେଇଥିଲେ ନବୀନ। 

ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ , ନୟାଗଡ଼ ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବିଜେଡି ନେତ୍ରୀ ଇରାନୀ ରାୟ ,  ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଖଣ୍ଡପଡ଼ା ବ୍କକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ ଓ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଭାପୁର ବ୍ଲକ ବିଜେଡି ସଭାପତି ଶିବ ପ୍ରସାଦ ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ବିଜେଡି ବ୍କକ ଉପଦେଷ୍ଟା ସନ୍ତୋଷ କୁମାର ତ୍ରିପାଠୀ , ଭାପୁର ପଞ୍ଚାୟତ ସମିତିର ସମସ୍ତ ଜନପ୍ରତିନିଧି, ପଞ୍ଚାୟତ ସଭାପତି ସମେତ ସାଙ୍ଗଠନିକ କର୍ମକର୍ତ୍ତା ଯୋଗଦେଇଥିଲେ। ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ହେଉଛି ବିଜେଡି ଗଡ । ଗତ ସାଧାରଣ ନିର୍ବାଚନରେ ଆମେ ଖଣ୍ଡପଡ଼ାରେ ପରାଜିତ ହୋଇଥିଲୁ ଦଳରେ ଥିବା କିଛି ଦଳ ବିରୋଧୀ କୁଚକ୍ରୀ ମାନଙ୍କ ପାଇଁ। ଆମେ ସବୁବେଳେ ନବୀନ ବାବୁଙ୍କ ସହ ଅଛୁ ରହିବୁ। ଲୋକମାନଙ୍କ ପାଇଁ କାମ କରିବୁ। ଗତ ନିର୍ବାଚନରେ ବିଜୁଜନତା ଦଳର ବିଜୟ ଓ ପରାଜୟ ଉପରେ ନବୀନ ପଟ୍ଟନାୟକ ସମୀକ୍ଷା କରିବା ସହ କିଭଳି ଆଗକୁ ସାଙ୍ଗଠନିକ କାର୍ଯ୍ୟରେ ବୃଦ୍ଧି ଘଟିବ ତାହା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.