ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

କଲ୍‌ ସେଣ୍ଟର କର୍ମଚାରୀଙ୍କ ଲାଗି ଅଭିନବ ଉଦ୍ୟମ, କଡ଼ା କଥାକୁ ମୃଦୁ ଭାଷା କରିବ ଭଏସ୍‌ ଫିଲଟର

ନୂଆଦିଲ୍ଲୀ ୨୪/୦୬: ବଡ଼ ବଡ଼ ଟେକ୍ନୋଲୋଜି କଂପାନିର କଲ୍‌ ସେଣ୍ଟରରେ କାମ କରୁଥିବା କର୍ମଚାରୀମାନେ ପ୍ରତିଦିନ ଅନେକ ବିରକ୍ତିଭରା ଫୋନ୍‌ କଲ୍‌ ପାଇଥାନ୍ତି । ଗ୍ରାହକମାନେ ସେମାନଙ୍କର ସମସ୍ତ ରାଗକୁ ସେହି କର୍ମଚାରୀମାନଙ୍କ ଉପରେ ହିଁ ଶୁଝାଇଥାନ୍ତି । ଚିତ୍କାର କରି କଡ଼ା ଭାଷାରେ ନିଜର ଅଭିଯୋଗ କହିବା ସହିତ କିଛି କ୍ଷେତ୍ରରେ ମନଇଚ୍ଛା ଗାଳି ବି ଦିଅନ୍ତି । ଏଭଳିସ୍ଥଳରେ କର୍ମଚାରୀମାନେ ହତାଶାବୋଧ କରିଥାନ୍ତି । ସେମାନଙ୍କର ବ୍ୟକ୍ତିଗତ ଜୀବନ ଉପରେ ବି ଏହାର ପ୍ରଭାବ ପଡି଼ଥାଏ । ଅତି ଚିଡ଼ଚିଡ଼ା ସ୍ୱଭାବର ହୋଇଯାଆନ୍ତି ସେମାନେ । ଏହି କଥାକୁ ଦୃଷ୍ଟିରେ ରଖି ଆଜିକାଲି ବହୁ ଟେକ୍ନୋଲୋଜି କଂପାନି କଲ୍‌ ସେଣ୍ଟର କର୍ମଚାରୀମାନଙ୍କର ହତାଶାବୋଧକୁ ଦୂର କରିବାକୁ ମାନସିକ ଚାପ ପରିଚାଳନା କର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି । 

କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ଯୋଗ, ଧ୍ୟାନ ପ୍ରଭୃତି ଶିଖାଯାଉଛି । ମନକୁ ଶାନ୍ତ ରଖିବା ଭଳି ବିଭିନ୍ନ ପ୍ରକାର ଥେରାପି ବି ପ୍ରଦାନ କରାଯାଉଛି । ତେବେ ଜାପାନର ଏକ କଂପାନି ସଫ୍ଟବ୍ୟାଙ୍କ୍‌ ଏହି ପରିପ୍ରେକ୍ଷୀରେ ଏକ ନିଆରା ସମାଧାନ ନେଇ ଆସିଛି । କଂପାନି ଏକ ଏଭଳି ଏଆଇ ଭଏସ୍‌ ଫିଲଟର ପ୍ରସ୍ତୁତ କରିଛି ଯାହାକି ଗ୍ରାହକଙ୍କର କଡ଼ା କଥାକୁ ମୃଦୁ ଭାଷାରେ ପରିଣତ କରିଦେବ । ଏହି ଏଆଇ ଭଏସ୍‌ ଫିଲଟର ପ୍ରସ୍ତୁତି ପାଇଁ କଂପାନିକୁ ତିନିବର୍ଷ ସମୟ ଲାଗିଛି । ତାହା ଗ୍ରାହକଙ୍କ ଚିତ୍କାରକୁ ଚିହ୍ନଟ କରିବା ସହିତ ଆପେ ଆପେ ନରମ କଥାରେ ପରିଣତ କରିବ ବୋଲି କୁହାଯାଉଛି । 

ଏଆଇ ଫିଲଟର ବିକଶିତ କରିଥିବା ଟିମ୍‌ର ଜଣେ ସଦସ୍ୟ କହିଛନ୍ତି, କଲ୍‌ ସେଣ୍ଟର କର୍ମଚାରୀମାନଙ୍କୁ ଗ୍ରାହକଙ୍କ ଉତ୍ପୀଡ଼ନ ଭଳି ସମସ୍ୟାର ସମାଧାନ କରିବା ଲାଗି ଆମେ ଏକ ‘ଇମୋସନ୍‌ ସପ୍ରେସନ୍‌ ସିଷ୍ଟମ’ ବିକାଶ କରିଛୁ । ଏହି ଭଏସ୍‌ ଫିଲ୍ଟରର ୨ଟି ପର୍ଯ୍ୟାୟ ରହିଛି । ପ୍ରଥମ ପର୍ଯ୍ୟାୟରେ ଏଆଇ କ୍ରୋଧପୂର୍ଣ୍ଣ ସ୍ୱରକୁ ଚିହ୍ନଟ କରି ସେହି କଥାର ଗୁରୁତ୍ୱପୂର୍ଣ୍ଣ ଦିଗକୁ ବାଛିଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ତାକୁ ଏକ ଅପେକ୍ଷାକୃତ ବିନମ୍ର ସ୍ୱରରେ ପରିଣତ କରିଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗ୍ରାହକ କହିଥିବା କୌଣସି ଶବ୍ଦକୁ ଫିଲ୍ଟର ପରିବର୍ତ୍ତନ କରେନାହିଁ । କେବଳ ତାଙ୍କର ଶାଣିତ ସ୍ୱରକୁ ମୃଦୁ କରିଥାଏ । ଏହାଦ୍ୱାରା କଲ୍‌ ସେଣ୍ଟର କର୍ମଚାରୀ ଗ୍ରାହକମାନଙ୍କର ସମାନ ଅପମାନମୂଳକ କଥା ଶୁଣିଥାନ୍ତି । କିନ୍ତୁ ନରମ ସ୍ୱରରେ ଶୁଣୁଥିବାରୁ ସେମାନଙ୍କର ମଧ୍ୟରେ ଏ ସଂପର୍କରେ ସେତେ ଅଧିକ ପ୍ରତିକ୍ରିୟା ସୃଷ୍ଟି ହୋଇନଥାଏ । ଫଳରେ ସେମାନଙ୍କ ମନରେ ଆସୁଥିବା ବିରକ୍ତି ଭାବ, ମାନସିକ ଉଦ୍‌ବିଗ୍ନତା ବହୁ ପରିମାଣରେ କମିଯାଇଥାଏ । 

ଏଆଇକୁ ପ୍ରଶିକ୍ଷିତ କରିବା ଲାଗି ସଫ୍ଟବ୍ୟାଙ୍କର ଇଞ୍ଜିନିୟରମାନେ ୧୦ ଜଣ ଅଭିନେତାଙ୍କ ସହିତ ଯୋଗାଯୋଗ କରିଥିଲେ । ସେମାନଙ୍କୁ ଚିଲ୍ଲାଇବା, ଅନ୍ୟ ଉପରେ ଦୋଷ ଲଦିବା, ଧମକ ଦେବା, କ୍ଷମା ପ୍ରାର୍ଥନା ଦାବି କରିବା ପାଇଁ ବ୍ୟବହୃତ ହେଉଥିବା ଅତି କମ୍‌ରେ ୧୦୦ଟି ଲେଖାଏଁ ସାଧାରଣ ବାକ୍ୟାଂଶ ରେକର୍ଡ କରିବାକୁ କୁହାଯାଇଥିଲା । ଏହାଛଡ଼ା ଅନ୍ୟମାନଙ୍କ ଦ୍ୱାରା ମଧ୍ୟ କିଛି ବାକ୍ୟାଂଶ ରେକର୍ଡ କରାଯାଇଥିଲା । ଏଆଇ ଫିଲଟରକୁ ପ୍ରଶିକ୍ଷିତ କରିବାକୁ ମୋଟ ୧୦ ହଜାରରୁ ଅଧିକ ଭଏସ ଡେଟା ବ୍ୟବହାର କରାଯାଇଛି । ସେପଟେ ସଫ୍ଟ ବ୍ୟାଙ୍କ୍‌ ତାର ସମସ୍ତ କଲ୍‌ ସେଣ୍ଟରରେ ଏହି ଏଆଇ ଫିଲଟର ଟେକ୍ନୋଲୋଜି ବ୍ୟବହାର କରିବାକୁ ଚାହୁଁଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.