ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଆସନ୍ତା ବର୍ଷ କାନାଡାରେ ହେବ ଜି-୭, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବେ କି ଜଷ୍ଟିନ୍ ଟ୍ରୁଡୋ ? ଜାଣନ୍ତୁ କଣ କହିଲେ ସେ

ନୂଆଦିଲ୍ଲୀ : ନିକଟରେ ଜି-୭ ସମ୍ମିଳନୀ ଇଟାଲୀରେ ସଂପନ୍ନ ହୋଇଛି। ଆସନ୍ତା ବର୍ଷ ଜି-୭ ଶିଖର ସମ୍ମିଳନୀର ଆୟୋଜନ କାନାଡାର ଅଲବର୍ଟାରେ କରାଯାଉଛି। ଏହି ବିଷୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଘୋଷଣା କରିଛନ୍ତି। ଯେବେ ତାଙ୍କୁ ପଚରାଯାଇଥିଲା କି କାନାଡା କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରିବ। ଏଥିରେ ଟ୍ରୁଡୋ କହିଥିଲେ , ସେ ଏହି ଶିଖର ସମ୍ମିଳନୀ ବିଷୟରେ ସେତେବେଳେ କିଛି କହି ପାରିବେ , ଯେବେ ସେ ପୁଣି କାନାଡାର ରାଷ୍ଟ୍ରପତି ହୋଇ ପାରିବେ। ଉଲ୍ଲେଖନୀୟ ଯେ, କାନାଡ଼ାରେ ରାଷ୍ଟ୍ରପତି ନିର୍ବଚନ ଖୁବ୍‌ ଶୀଘ୍ର ହେବାକୁ ଯାଉଛି।

ପିଟିଆଇ ଟ୍ରୁଡୋଙ୍କ ଅନୁସାରେ କହିଛି , ମୁଁ ଏହି କଥାର ପ୍ରଶଂସା କରୁଛି ଯେ, କାନାଡାର ଲୋକେ ଆସନ୍ତା ବର୍ଷର ଜି-୭କୁ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ହେଲେ ଇଟାଲୀ ଚଳିତ ବର୍ଷର ବାକି ସମୟ ପାଇଁ ଜି-୭ର ଅଧ୍ୟକ୍ଷ ହୋଇ ରହିବ ଏବଂ ମୁଁ ପ୍ରଧାନମନ୍ତ୍ରୀ ମେଲୋନୀ ଓ ନିଜର ସବୁ ଜି-୭ ପାର୍ଟନରଙ୍କ ସହ ଏହି ବ୍ୟାପକ ମାମଲା ଉପରେ କାମ କରିବାକୁ ଉତ୍ସୁକ ଅଛି, ଯାହା ଉପରେ ଆମେ କଥାବାର୍ତ୍ତା ହୋଇଛୁ। 

ଟ୍ରୁଡୋ୨୦୨୫ରେ ଅଲବର୍ଟାର କନାନାସ୍କିସ୍‌ରେ ହେବାକୁ ଥିବା ଶିଖର ସମ୍ମିଳନୀ ବିଷୟରେ କହିଛନ୍ତି , ଯେବେ ଆମେ ଆସନ୍ତା ବର୍ଷ ଜି-୭ ର ଅଧ୍ୟକ୍ଷତା  ଦାୟିତ୍ୱ ନେବା , ସେତେବେଳେ ମୋ ପାଖରେ ଆସନ୍ତା ବର୍ଷର ଜି-୭ ବିଷୟରେ କହିବାକୁ ଆହୁରି ଅନେକ କିଛି ରହିଥିବ। 

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଜି-୭ ଶିଖର ସମ୍ମିଳନୀକୁ ନିମନ୍ତ୍ରିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୟୁରୋପୀୟ ସଂଘ ସହ ୭ ସଦସ୍ୟ ବିଶିଷ୍ଟ ଦେଶ-ଆମେରିକା , ବ୍ରିଟେନ, କାନାଡା , ଜାପାନ , ଇଟାଲୀ , ଜର୍ମାନୀ  ଓ ଫ୍ରାନ୍ସ ସାମିଲ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.