ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

କିଏ ହେବେ ସରକାରୀ ଦଳ ମୁଖ୍ୟ ସଚେତକ? ଦୌଡ଼ରେ ଏକାଧିକ ଟାଣୁଆ ନେତା, ବାଚସ୍ପତି ପଦ ପାଇଁ ସୁରମା ଆଗରେ

ଭୁବନେଶ୍ୱର,୧୫/୦୬: ମନ୍ତ୍ରିମଣ୍ଡଳ ଶପଥ ପରେ ଏବେ ନଜର କିଏ ହେବେ ବାଚସ୍ପତି, ଉପବାଚସ୍ପତି ଏବଂ ସରକାରୀ ଦଳ ମୁଖ୍ୟ ସଚେତକ? ବାଚସ୍ପତି ଦୌଡ଼ରେ ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କ ନାମ ସବୁଠୁ ଆଗରେ ଥିବା କୁହାଯାଉଛି । ଉପବାଚସ୍ପତି ପାଇଁ ଦଳ କୌଣସି ପୁରୁଣା ନେତାଙ୍କ ନାମ ବିଚାରକୁ ନେଇପାରେ । ଏ କ୍ଷେତ୍ରରେ ଭାସ୍କର ମଢ଼େଇ, ଭବାନୀ ଶଙ୍କର ଭୋଇ, ପଦ୍ମଲୋଚନ ପଣ୍ଡାଙ୍କ ଭଳି କିଛି ଅଭିଜ୍ଞଙ୍କ ନାଁ ଚର୍ଚ୍ଚାରେ ଅଛି । 

ସରକାରୀ ଦଳ ମୁଖ୍ୟ ସଚେତକ ଏକ ଗୁରୁତ୍ୱପୂର୍ଣ୍ଣ  ଦାୟିତ୍ୱ । ଦଳ ଏକ୍ଷେତ୍ରରେ ନିଶ୍ଚିତ ଭାବେ ଟାଣୁଆ  ନେତାଙ୍କ ନାମକୁ ନେଇ ବିଚାର ଚଳାଇଛି । ଏହି ପଦବି ପାଇଁ ଉଦଳାର ବରିଷ୍ଠ ବିଧାୟକ ଭାସ୍କର ମଢ଼େଇ, ତଳସରାର ଭବାନୀ ଶଙ୍କର ଭୋଇ, ବଡ଼ସାହିର ସନାତନ ବିଜୁଳି, କରଞ୍ଜିଆର ପଦ୍ମଚରଣ ହାଇବ୍ରୁ, ଏକାମ୍ର  ଭୁବନେଶ୍ୱରର ବାବୁ ସିଂ, ମାଲକାନଗିରିର ନରସିଂହ ମାଡ଼କାମୀ ଓ ନବୀନ ପଟ୍ଟନାୟକଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିବା କଣ୍ଟାବାଞ୍ଜିର ଲକ୍ଷ୍ମଣ ବାଗ ନାମ ବିଚାରକୁ ନିଆଯାଉଥିବା କୁହାଯାଉଛି । ଉପମୁଖ୍ୟ ସଚେତକ ପଦବି ଉପରେ ବି ଅନେକଙ୍କ ନଜର ରହିଛି । ଯେଉଁ ଜିଲ୍ଲା ଭାଗରେ ମନ୍ତ୍ରୀ ପଦ ମିଳିନାହିଁ, ସେ ଜିଲ୍ଲାକୁ ଅଗ୍ରାଧିକାର ମିଳିପାରେ ଏସବୁ ପଦବି ପାଇଁ । ଚର୍ଚ୍ଚିତ ନାଁ ବାହାରେ ବି କିଛି ସରପ୍ରାଇଜ୍‌ ଚେହେରା ଦେଖିବାକୁ ମିଳିପାରେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.