ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବୁଧବାର ଶଙ୍ଖ ଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୧୭/୦୬: ବୁଧବାର ଅର୍ଥାତ ଜୁନ୍‌ ୧୯ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଅପରାହ୍ନ ସାଢ଼େ ୪ଟାରେ  ବୈଠକ ଅନୁଷ୍ଠିତ ହେବ। ବୈଠକରେ ବିଧାୟକ ଦଳ ନେତା ଚୟନ କରାଯିବ କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶଙ୍ଖ ଭବନରେ ବସିବ ବୋଲି ବିଜେଡି ପକ୍ଷରୁ ସୂଚନା ଜାରି କରାଯାଇଛି।

ସୂଚନା ମୁତାବିକ,  ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପରାସ୍ତ ‌ହୋଇଥିଲା । ବିଧାନସଭା ନିର୍ବାଚନରେ ଦଳ ମୋଟ ୫୧ଟି ସିଟ୍ ପାଇଥିବା ବେଳେ ବିଜେପି ୭୮ ଆସନ ପାଇଛି । ଯାହାଫଳରେ ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ତେବେ ଆଗକୁ ବିଧାନସଭା ଅଧିବେଶନ ରହିଛି । ତେଣୁ ତା ପୂର୍ବରୁ ଦଳ ବିଧାୟକ ଦଳ ନେତା ଚୟନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.