ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

‘ଯଦି ମୋଦୀଙ୍କ କ୍ୟାବିନେଟରୁ ଅଫର ମିଳେ…’; ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପତ୍ନୀ ରାଜ୍ୟସଭା ରେସ୍‌ରେ ସାମିଲ ହୋଇଛନ୍ତି । ସେ ନିର୍ବିବାଦୀୟ ରାଜ୍ୟସଭାକୁ ନିର୍ବାଚିତ ହୋଇପାରନ୍ତି । ଲୋକସଭା ନିର୍ବାଚନରେ ପରାଜୟ ଭୋଗିଥିବା ସୁନେତ୍ରା ପାଓ୍ବାର ରାଜ୍ୟସଭା ଯିବାକୁ ସଜବାଜ ହେଉଥିବା ବେଳେ ମନ୍ତ୍ରୀ ପଦ ପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି । ସେ କହିଛନ୍ତି, ଯଦି କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ମିଳେ ତେବେ ତାହା ସ୍ବୀକାର କରିବାରେ ଖୁସି ଅନୁଭବ କରିବି । ସେହିଭଳି ବାରମତୀ ଆସନରୁ କାହିଁକି ହାରିଲେ ସେନେଇ ତାଙ୍କ ଦଳ ସମୀକ୍ଷା କରୁଛି ବୋଲି ସେ କହିଛନ୍ତି । 

ସୁନେତ୍ରା ପାଓ୍ବାର ନିଜ ନଣଦ ଏବଂ ଏନସିପି (ଶରଦ ପାଓ୍ବାର) ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ପାଖରୁ ପରାସ୍ତ ହୋଇଛନ୍ତି । ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ ଲାଗି ସୁନେତ୍ରା ନାମାଙ୍କନ ଭରିଛନ୍ତି । ତାଙ୍କ ବିରୋଧରେ କୌଣସି ନେତା ନଥିବାରୁ ସେ ରାଜ୍ୟସଭା ନିର୍ବାଚିତ ହେବାର ସମ୍ଭାବନା ଖୁବ ଅଧିକ । ସୁନେତ୍ରା ଆଜି ପୁଣେରେ ପହଞ୍ଚିବା ପରେ ଏନସିପି (ଅଜିତ ପାଓ୍ବାର) କାର୍ଯ୍ୟକର୍ତ୍ତା ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଏହି ସମୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲେ ଯ, ଯଦି ତାଙ୍କୁ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରେ ସାମିଲ ପାଇଁ ଅଫର ଆସେ ତେବେ ସେ ଗ୍ରହଣ କରିବେ କି ? ସେ କହିଛନ୍ତି ଯେ, ନିଶ୍ଚିତ ଭାବେ ଯଦି ସୁଯୋଗ ମିଳେ ତେବେ ଏହାର ଫାଇଦା ଉଠାଇବି । 

ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଅଜିତ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଗୋଟିଏ ମାତ୍ର ଲୋକସଭା ସାଂସଦ ରହିଛନ୍ତି । ଏନସିପି ମୋଦୀ ୩.୦ ବ୍ୟାବିନେଟରେ ସ୍ଥାନ ପାଇନାହିଁ । ଏନସିପିର ବରିଷ୍ଠ ନେତା ତଥା ସାଂସଦ ପ୍ରଫୁଲ ପଟେଲଙ୍କୁ ସ୍ବାଧୀନ ରାଷ୍ଟ୍ର ମନ୍ତ୍ରୀ ପଦ ଅଫର କରିଥିଲା ବିଜେପି । କିନ୍ତୁ ବିଜେପିର ଏହି ପ୍ରସ୍ତାବକୁ ଏନସିପି ପ୍ରତ୍ୟାଖାନ କରିଥିଲା । ଏହା ସହ ଅଜିତ ପାଓ୍ବାର କ୍ୟାବିନେଟର ପାହ୍ୟା ଦାବି କରିଛନ୍ତି । ଅନ୍ୟପଟେ ବାରମତୀରୁ ସୁନେତ୍ରା ପାଓ୍ବାରଙ୍କ ପରାଜୟ ଏନସିପିକୁ ଚିନ୍ତାରେ ପକାଇଛି । ସୁନେତ୍ରା କହିଛନ୍ତି ଯେ, ନିର୍ବାଚନୀ ପ୍ରଚାର ସମୟରେ ତାଙ୍କ ପ୍ରତି ବିପୁଳ ଜନସମର୍ଥନ ଥିଲା । କିନ୍ତୁ ଏବେ ଜନମତକୁ ସ୍ବୀକାର କରିବାକୁ ପଡ଼ିବ । ପରାଜୟର ପ୍ରକୃତ କାରଣ ଖୋଜି ପୁଣି ଥରେ ତୃଣମୂଳ ସ୍ତରରେ ଏନସିପି କାର୍ଯ୍ୟ କରିବ ବୋଲି କହିଛନ୍ତି ସୁନେତ୍ରା ପଓ୍ବାର । 

 

 

  • Narendra Modi
  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.