ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିପାରନ୍ତି ଉଦ୍ଧବ ସେନା ଏବଂ ରାଜ୍‌ ଠାକରେଙ୍କ ଦଳ

ମୁମ୍ବାଇ: ଇଣ୍ଡି ମେଣ୍ଟରେ ପ୍ରମୁଖ ଭୂମିକା ନେଇଥିବା ଶିବସେନା (ଉଦ୍ଧବ ଗୋଷ୍ଠୀ) ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ବୋଲି ଚର୍ଚ୍ଚା ହେଉଛି । ଏନେଇ ଶିବସେନା (ୟୁବିଟି) ପକ୍ଷରୁ ନେତାଙ୍କ ପକ୍ଷରୁ ମତାମତ ସଂଗ୍ରହ କରାଯାଇଛି । ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜୁନ୍‌ ୧୨ରେ ଉଦ୍ଧବ ଠାକରେ ଦଳର ସମ୍ପର୍କ ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି । ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିଲେ ଫାଇଦା ମିଳିବ ନା ଇଣ୍ଡି ମେଣ୍ଟ ସହ ନିର୍ବାଚନ ଲଢ଼ାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି । ଏନେଇ ଦଳୀୟ ନେତା ଠାକରେଙ୍କୁ ରିପୋର୍ଟ ଦେବେ ।

 ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିରୋଧୀ ଇଣ୍ଡି ମେଣ୍ଟ ୩୦ଟି ଆସନରେ ବିଜୟୀ ହୋଇଛି । ଏନଡିଏ ମାତ୍ର ୧୭ ଆସନରେ ସନ୍ତୁଷ୍ଟ ହୋଇଛି । ଏହା ସହ ଜଣେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟର ବାକି ନେତାଙ୍କ ସହ ତାଙ୍କ ଦଳର ନେତା ସମନ୍ବୟ ରକ୍ଷା କରି କାର୍ଯ୍ୟ କରିପାରିଥିଲେ କି ନାହିଁ ସେନେଇ ମଧ୍ୟ ଉଦ୍ଧବ ଠାକରେ ରିପୋର୍ଟ ମାଗିଥିବା ଜଣାପଡ଼ିଛି । 

ସେପଟେ ରାଜ ଠାକରେଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍‌) ଆସନ୍ତା ବିଧାନସଭା ନିର୍ବାଚନରେ ୨୦୦-୨୨୫ ସିଟ୍‌ରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିସାରିଛି । ଲୋକସଭା ନିର୍ବାଚନରେ ରାଜ ଠାକେର ଏନଡିଏକୁ ନିଃସର୍ତ୍ତ ସମର୍ଥନ ଦେଇଥିଲେ । ତେବେ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରେ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ହୋଇପାରେ ।  

 

  • Maharastra
  • assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.