ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ମଙ୍ଗଳରେ ୩ ଗର୍ତ୍ତ ଆବିଷ୍କାର କଲେ ଭାରତୀୟ ବୈଜ୍ଞାନିକ, ପିଆର୍‌ଏଲ୍‌ ନିର୍ଦ୍ଦେଶକଙ୍କ ନାମ ଓ ଦୁଇ ସହର ନାମରେ ଗର୍ତ୍ତର ନାମକରଣ

ନୂଆଦିଲ୍ଲୀ ୧୩/୦୬: ଗ୍ରହ ଅନ୍ୱେଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ  ଯୋଗଦାନ ଦେବାକୁ ଯାଇ ଅହମଦାବାଦର ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ  (ପିଆର୍‌ଏଲ୍‌) ମଙ୍ଗଳ ଗ୍ରହରେ ୩ ଗର୍ତ୍ତ  ଆବିଷ୍କାର କରିଛି । ଏହି ଆବିଷ୍କାରକୁ ମାନ୍ୟତା  ପ୍ରଦାନ କରିଛି ଅନ୍ତର୍ଜାତୀୟ ଆଷ୍ଟ୍ରୋନୋମିକାଲ  ୟୁନିୟନ୍‌ (ଆଇଏୟୁ) । ମଙ୍ଗଳରେ ଚିହ୍ନଟ ହୋଇଥିବା ଏହି ୩ ଗର୍ତ୍ତକୁ ପିଆର୍‌ଏଲ୍‌  ନିର୍ଦ୍ଦେଶକଙ୍କ ନାମ ଓ ଭାରତର ଦୁଇଟି ଛୋଟ ସହର ନାମରେ ଏହା ନାମିତ କରିଛି । 

୩ଟି ଗର୍ତ୍ତକୁ ଔପଚାରିକ ରୂପେ ଲାଲ୍‌ କ୍ରାଟର,  ମୁରସାନ୍‌ କ୍ରାଟର ଓ ହିଲ୍‌ସା କ୍ରାଟର୍‌ ଭାବେ  ନାମିତ କରାଯାଇଛି । ଏହି ୩ ଗର୍ତ୍ତ ବା କ୍ରାଟର  ମଙ୍ଗଳ ଗ୍ରହର ଥାର୍‌ସିସ ଆଗ୍ନେୟଗିରି କ୍ଷେତ୍ରରେ  ଅବସ୍ଥିତ । ୨୦.୯୮ଂ, ୨୦୯.୩୪ଂରେ କେନ୍ଦ୍ରିତ  ୬୫ କିମି ଚଉଡ଼ା ଗର୍ତ୍ତର ନାଁ ‘ଲାଲ୍‌ କ୍ରାଟର’ ।  ପ୍ରସିଦ୍ଧ ଭାରତୀୟ ଭୂବୈଜ୍ଞାନିକ ଓ ପୂର୍ବତନ  ପିଆର୍‌ଏଲ୍‌ ନିର୍ଦ୍ଦେଶକ ପ୍ରଫେସର ଦେବେନ୍ଦ୍ର  ଲାଲଙ୍କ ନାମରେ ଏହାର ନାମକରଣ ହୋଇଛି ।  ପ୍ରଫେସର ଲାଲ ୧୯୭୨ରୁ ୧୯୮୩ ମସିହା  ପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନର ନେତୃତ୍ୱ ନେଇଥିଲେ । ପ୍ରଫେସର ଲାଲ ଜଣେ କସ୍‌ମିକ୍‌ ରେ  ପଦାର୍ଥବିଜ୍ଞାନୀ ଏବଂ ପୃଥିବୀ ଓ ଗ୍ରହୀୟ  ବୈଜ୍ଞାନିକ ଥିଲେ । ଅନୁସନ୍ଧାନର ବିବିଧତା ଓ  ସୃଜନଶୀଳତା ଲାଗି ସେ ପରିଚିତ । ପ୍ରାଥମିକ  ବ୍ରହ୍ମାଣ୍ଡୀୟ ବିକିରଣ ଓ ଉର୍ଜ୍ଜା ସ୍ପେକ୍ଟ୍ରମ୍‌ ଏବଂ ଚନ୍ଦ୍ର  ନମୁନା ଓ ଧୁମକେତୁରେ ପରମାଣୁ ଓ ରେଡିଓ  ଗତିବିଧି ଉପରେ ସେ କାମ କରିଥିଲେ । 

ଲାଲ୍‌ କ୍ରାଟର୍‌ର ପୂର୍ବଦିଗରେ ରହିଛି ଛୋଟ  ୧୦ କିମି ଚଉଡ଼ା ଗର୍ତ୍ତ । ଉତ୍ତରପ୍ରଦେଶର  ଏକ ସହର ନାମରେ ଏହାର ନାମକରଣ  ହୋଇଛି ‘ମୁରସାନ୍‌ କ୍ରାଟର’ । ସେହିପରି  ଲାଲ୍‌ କ୍ରାଟର୍‌ର ପଶ୍ଚିମ ଦିଗରେ ବିସ୍ତୃତ  ୧୦ କିମି ଚଉଡ଼ା ଆଉ ଏକ ଗର୍ତ୍ତ ରହିଛି ।  ବିହାରର ଏକ ସହର ନାମରେ ଏହାକୁ  ‘ହିଲ୍‌ସା କ୍ରାଟର୍‌’ ଭାବେ ନାମିତ କରାଯାଇଛି ।  

ମୁରସାନ୍‌ ପ୍ରସିଦ୍ଧ ଗ୍ରହ ବିଜ୍ଞାନୀ ପିଆର୍‌ଏଲ୍‌ର  ବର୍ତ୍ତମାନର ନିର୍ଦ୍ଦେଶକ ଡ. ଅନିଲ ଭରଦ୍ୱାଜଙ୍କ  ଜନ୍ମସ୍ଥାନ ହୋଇଥିବାରୁ ଏହାକୁ ଚୟନ  କରାଯାଇଛି । ସେହିପରି ମଙ୍ଗଳରେ ନୂଆ  ଗର୍ତ୍ତ ଆବିଷ୍କାର କରିଥିବା ବୈଜ୍ଞାନିକ ଟିମ୍‌ରେ  ସାମିଲ ପିଆର୍‌ଏଲ ବୈଜ୍ଞାନିକ ରାଜୀବ  ରଞ୍ଜନ ଭାରତୀଙ୍କ ଜନ୍ମସ୍ଥାନ ହିଲ୍‌ସା । 

ଏହି ଗର୍ତ୍ତଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ  ମହତ୍ୱ ରହିଛି । ସମଗ୍ର ଲାଲ୍‌ କ୍ରାଟର୍‌ ଅଞ୍ଚଳଟି  ଲାଭା ଦ୍ୱାରା ଆବୃତ୍ତ । କିନ୍ତୁ ନାସାର ମାର୍ସ  ରିକନ୍‌ନାଇସାନ୍ସ ଅର୍ବିଟର (ଏମ୍‌ଆରଓ)ରେ  ସଂଲଗ୍ନ ଶରଦ ନାମକ ଯନ୍ତ୍ର ଦ୍ୱାରା ପ୍ରଦତ୍ତ  ଉପପୃଷ୍ଠ ରାଡାର ତଥ୍ୟ ଅନୁସାରେ, କ୍ରାଟର୍‌ ପୃଷ୍ଠ  ତଳେ ୪୫ ମିଟର ବହଳ ପଙ୍କ ଜମା ହୋଇଛି ।  ଏହି ତଥ୍ୟ ଠୋସ୍‌ ପ୍ରମାଣ ଦେଉଛି ଯେ ମଙ୍ଗଳ  ପୃଷ୍ଠରେ ଦିନେ ଜଳ ପ୍ରବାହିତ ହେଉଥିଲା । ଏହି  କାରଣରୁ ସଦ୍ୟ ନାମିତ ଲାଲ୍‌ ଗର୍ତ୍ତରେ ବିପୁଳ  ମାତ୍ରାରେ ପଙ୍କ ଜମା ହୋଇଛି । 

ସେହିପରି ଦୁଇଟି ଛୋଟ କ୍ରାଟର ମୁରସାନ୍‌  ଓ ହିଲ୍‌ସା ଏହି ପଙ୍କ ଜମା ପ୍ରକ୍ରିୟାର  ପ୍ରକୃତି ଓ ସମୟ ଉପରେ ଆଲୋକପାତ  କରିଛି । ପିଆର୍‌ଏଲ୍‌ର ନିର୍ଦ୍ଦେଶକ ଅନିଲ  ଭରଦ୍ୱାଜ କହିଛନ୍ତି, ଏହି ଗର୍ତ୍ତ ଆବିଷ୍କାରରୁ  ସ୍ପଷ୍ଟ ହୋଇଛି ଯେ ମଙ୍ଗଳ ଦିନେ ଆର୍ଦ୍ରଭୂମି  ଥିଲା ଏବଂ ଏହାର ପୃଷ୍ଠରେ ଜଳ ପ୍ରବାହିତ  ହେଉଥିଲା । ଗ୍ରହର ଭୂତାତ୍ତ୍ୱିକ ଇତିହାସ  ଓ ଜୀବଜଗତର ଉପସ୍ଥିତିକୁ ଅନ୍ୱେଷଣ  କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ  ବୋଲି ସେ କହିଛନ୍ତି । ପିଆର୍‌ଏଲ୍‌ ବୈଜ୍ଞାନିକ  ଟିମ୍‌ର ଏହି ଅଧ୍ୟୟନ ଆଷ୍ଟ୍ରୋଫିଜିକାଲ  ପତ୍ରିକାରେ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.